Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଅବୈଧ ପ୍ରେମକୁ ବିରୋଧ କରିବାରୁ ମା’କୁ ମାରିଦେଲା ପୁଅ : ହତ୍ୟାକାରୀ ରଖିଥିଲା ଭାଇ-ବୋହୂ ସହ ସମ୍ପର୍କ,ଉଭୟ ଗିରଫ

3/07/2020 at 12:49 PM

ଅଲିଗଡ଼ ୩/୭: ନିଶା ଅଭ୍ୟାସ ଯୋଗୁଁ ମଝିଆ ପୁଅର ବିବାହ ନହେବାରୁ ତା ସାନ ଭାଇର ପତ୍ନୀ ସହ ତା’ର ଅନୈତିକ ସମ୍ପର୍କ ସୃଷ୍ଟି ହୋଇଥିଲା। ମାଆଙ୍କୁ ଏହି ବିଷୟ ଜଣା ପଡ଼ିବାରୁ ସେ ଏହାର ବିରୋଧ କରିଥିଲେ। ମା’ଙ୍କଠାରୁ ମୁକ୍ତି ପାଇବା ପାଇଁ ପୁଅ ଏବଂ ବୋହୂ ମିଶି ରାତିରେ ଶୋଇଥିବାବେଳେ ମାଙ୍କୁ ଗଳା କାଟି ହତ୍ୟା କରି ଦେଇଥିଲେ। ଏହି ଅଭାବନୀୟ ଘଟଣାଟି ଘଟିଛି ଉତ୍ତରପ୍ରଦେଶର ଅଲିଗଡ଼ ଜିଲ୍ଲାରେ।

ଅଲିଗଡ଼ରେ ଜବାଁ ଥାନା ଅଞ୍ଚଳରେ ଛଲେସର ଗାଁରେ ବୁଧବାର ରାତିରେ ଛାତ ଉପରେ ଶୋଇଥିବା ମହିଳାଙ୍କୁ ତାଙ୍କ ପୁଅ ଏବଂ ବୋହୂ ଅତ୍ୟନ୍ତ ନିର୍ମମ ଭାବେ ଗଳା କାଟି ହତ୍ୟା କରିଛନ୍ତି। ପୋଲିସ୍ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଛି ଏବଂ ମୃତକଙ୍କ ସାନ ପୁଅର ସ୍ତ୍ରୀକୁ ଅଟକ ରଖି ପଚରାଉଚୁରା ଆରମ୍ଭ କରି ଦେଇଛି।

୫୦ବର୍ଷ ବୟସ୍କା ଲୋଙ୍ଗଶ୍ରୀଙ୍କ ୩ପୁଅ। ବଡ଼ ପୁଅ ଚରନ ସିଂହ ନିଜ ପିଲାଙ୍କ ସହ ଦିଲ୍ଲୀରେ ରୁହନ୍ତି। ମଝିଆ ପୁଅ ଦେବପ୍ରକାଶର ବିବାହ ହୋଇନଥିଲା ଏବଂ ନିଶା ଅଭ୍ୟାସ ଯୋଗୁଁ ସେ ନିଜ ଭାଗର ଜମି ମଧ୍ୟ ବିକି ଦେଇଥିଲା।

ସାନ ପୁଅ ଓମପାଲଙ୍କ ୨ବର୍ଷ ତଳେ ସୁଶୀଳାଙ୍କ ସହ ବିବାହ ହୋଇଥିଲା। ଓମପାଲ ମୂଲମଜୁରୀ କରିଥାନ୍ତି। ସେ ସକାଳେ କାମକୁ ଚାଲିଯାଆନ୍ତି  ଏବଂ ସନ୍ଧ୍ୟାରେ ଘରକୁ ଫେରନ୍ତି। ସେପଟେ ଦେବପ୍ରକାଶ ତା ସାନ ଭାଇ ସୁଶୀଳା ସହ ଅନୈତିକ ସମ୍ପର୍କ ରଖିଥିଲା ଯାହାକୁ ଲୋଙ୍ଗଶ୍ରୀ ବିରୋଧ କରୁଥିଲେ।

ଓମପାଲ ବୁଧବାର ନିଜ ଭଉଣୀଙ୍କ ଘରକୁ ଯାଇଥିଲେ। ରାତିରେ ଛାତ ଉପରେ ଲୋଙ୍ଗଶ୍ରୀ,ଦେବପ୍ରକାଶ ଏବଂ ସୁଶୀଳା ଶୋଇଥିଲେ। ସେହି ସମୟରେ ଦେବପ୍ରକାଶ ଏବଂ ସୁଶୀଳା ଧାରୁଆ ଅସ୍ତ୍ରରେ ଲୋଙ୍ଗଶ୍ରୀଙ୍କ ଗଳା କାଟି ହତ୍ୟା କରି ଦେଇଥିଲେ।

   Related Posts