ପୁଅ ଓ ଝିଅ ସମାନ: ମାଆଙ୍କ ସେବା କରିବା ଲାଗି ସ୍କୁଲ ଯିବା ବନ୍ଦ କଲେ ଝିଅ, ସାହାଯ୍ୟ ମିଳିବାରୁ ଅମୀରାଙ୍କ ଇଚ୍ଛା ହେଲା ପୂରଣ
25/11/2019 at 12:29 PM

ନୂଆଦିଲ୍ଲୀ୨୫/୧୧: ଆଜିର ସମାଜରେ ଝିଅ ଓ ପୁଅ ମଧ୍ୟରେ କିଛି ପାର୍ଥକ୍ୟ ନାହିଁ। ଗୋଟିଏ ପୁଅ ପରିବାର ଲାଗି ଯେତିକି ଚିନ୍ତା କରେ ଗୋଟିଏ ଝିଅ ମଧ୍ୟ ପରିବାର ଲାଗି ସେତିକି ଚିନ୍ତା କରେ। ସେହିଭଳି ଏକ ଘଟଣା ସାମ୍ନାକୁ ଆସିଛି। ମାଆଙ୍କ ସେବା ପାଇଁ ଝିଅ ନିଜର ପାଠ ପଢ଼ା ବନ୍ଦ କରିବାକୁ ବସିଥିଲେ। କିନ୍ତୁ ତାଙ୍କ ମାଆଙ୍କୁ ସାହାଯ୍ୟ ମିଳିବାରୁ ପୁଣି ଝିଅ ସ୍କୁଲ ଯିବା ଆରମ୍ଭ କରିଛନ୍ତି। ଆସନ୍ତୁ ଏହି ଘଟଣା ସଂପର୍କରେ ଜାଣିବା।
ପରିବାରର ଯେକୌଣସି ସଦସ୍ୟଙ୍କ ଦେହ ଖରାପ ହେଲେ ପିଲାମାନେ ଦୁଃଖରେ ଭାଙ୍ଗି ପଡ଼ିଥାଆନ୍ତି। ବିଶେଷ କରି ମାଆ ଓ ବାପାଙ୍କ ଦେହ ଖରାପ ହେଲେ ଘର ଚଳାଇବା କଷ୍ଟକର ହୋଇପଡ଼ିଥାଏ। ଷଷ୍ଠ ଶ୍ରେଣୀରେ ପାଠ ପଢ଼ୁଥିବା ଅମୀରାଙ୍କ ମାଆ ଅଚାନକ ଅସୁସ୍ଥ ହୋଇ ପଡ଼ିଥିଲେ। ମାଆଙ୍କ ଦେହ ଖରାପ ଯୋଗୁଁ ସେ ସ୍କୁଲ ଯିବା ବନ୍ଦ କରି ଦେଇଥିଲେ। ଅମୀରା ଲଗାତାର ଭାବେ ୨୦ ଦିନ ପର୍ଯ୍ୟନ୍ତ ସ୍କୁଲରେ ଅନୁପସ୍ଥିତ ରହିବାରୁ ସ୍କୁଲ କର୍ତ୍ତୁପକ୍ଷ ତାଙ୍କ ଘରେ ପହଞ୍ଚିଥିଲେ। ଏହା ପରେ ପ୍ରକୃତ ସତ ସାମ୍ନାକୁ ଆସିଥିଲା।
ସୂଚନା ଅନୁସାରେ ଆଫ୍ଗାନିସ୍ତାନର ୪୨ ବର୍ଷ ବୟସ୍କା ମହିଳା ମେହରନିଶନ୍ ରୋଗରେ ଆକ୍ରାନ୍ତ ଥିଲେ। ମେହରନିଶ୍ନଙ୍କ ସ୍ବାମୀ ଅବ୍ଦୁଲ୍ ଏକ ହୋଟେଲ କାମ କରନ୍ତି। ସ୍ବାମୀ ଅବଦୁଲ୍ ହୋଟେଲ ଯିବା ପରେ ଘରର କାମ କରିବା ପାଇଁ ଝିଅ ଅମୀରା ସ୍କୁଲ ଯିବା ବନ୍ଦ କରି ଦେଇଥିଲେ। ସେ ଘରର ସବୁ କାମ କରିବା ସହ ମାଆଙ୍କ ସେବା ମଧ୍ୟ କରୁଥିଲେ। ସେଥିଯୋଗୁଁ ସେ ୨୦ ଦିନ ସ୍କୁଲରେ ଅନୁପସ୍ଥିତ ରହିଥିଲେ। ଏହି ସବୁ ଘଟଣା ସଂପର୍କରେ ଜାଣିବା ପରେ ସ୍କୁଲ କର୍ତ୍ତୁପକ୍ଷ ଅମୀରାଙ୍କ ମାଆଙ୍କୁ ସହଯୋଗର ହାତ ବଢ଼ାଇଥିଲେ। ଯାହାଫଳରେ ତାଙ୍କ ମାଆଙ୍କ ଚିକିତ୍ସା ମାଗଣାରେ ହୋଇଥିଲା। ଏବେ ଅମୀରାଙ୍କ ମାଆ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ଅମୀରା ଏବେ ସ୍କୁଲ ଯିବା ଆରମ୍ଭ କରି ଦେଇଛନ୍ତି।