Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ଫ୍ରି ଫାୟାର ଗେମ୍ କଲା ବାୟା : ବାପାଙ୍କ ଆକାଉଣ୍ଟରୁ ୫୮ ହଜାର ଟଙ୍କା ଖୋଳ କରିଦେଲା ୧୦ ବର୍ଷର ପୁଅ

25/10/2020 at 8:29 AM

କେନ୍ଦୁଝର,୨୫|୧୦: କେନ୍ଦୁଝର ପୁରୁଣା ବଜାର ଅଞ୍ଚଳର ଜଣେ ବ୍ୟବସାୟୀଙ୍କ ୧୦ ବର୍ଷର ପୁଅ ଫ୍ରି ଫାୟାର ଗେମ୍‌ ଖେଳି ବାପାଙ୍କ ଆକାଉଣ୍ଟରୁ ୫୮ ହଜାର ଟଙ୍କା ଗାଏବ କରିଦେଇଛି ।

କେନ୍ଦୁଝର ପୁରୁଣା ବଜାର ଅଞ୍ଚଳର ଦିଲ୍ଲୀପ କୁମାର ପାଣିଗ୍ରାହୀ ବ୍ୟବସାୟ କରି ପରିବାର ପ୍ରତିପୋଷଣ କରୁଛନ୍ତି।ଅନ୍‌ଲାଇନ୍‌ ପାଠପଢ଼ା ପାଇଁ ଅନେକ ସମୟରେ ତାଙ୍କ ୧୦ ବର୍ଷର ପୁଅ ମୋବାଇଲକୁ ବ୍ୟବହାର କରୁଥିଲା। ପାଠପଢ଼ା ପରେ ପୁଅ ଫ୍ରି ଫାୟାର ଗେମ୍‌ ଖେଳିବାବେଳେ କିଛି ବନ୍ଧୁକ ଓ ଗୁଳି କଣିଥିଲା। ଶ୍ରୀ ପାଣିଗ୍ରାହୀଙ୍କ ୨ଟି ବ୍ୟାଙ୍କର ଆକାଉଣ୍ଟ ମୋବାଇଲରୁ ହିଁ ପରିଚାଳନା ହେଉଥିଲା । ଏଥିରେ ଗୁଗୁଲ୍‌ ପେ ଓ ଫୋନ୍‌ ପେ ଆପ୍‌ ମଧ୍ୟ ରହିଥିଲା । ତେଣୁ ଫ୍ରି ଫାୟାର ଗେମ୍‌ ଖେଳିବାକୁ ପୁଅକୁ ସହଜ ହୋଇଥିଲା । ଗେମ୍‌ ଖେଳିବା ସମୟରେ ମୋବାଇଲକୁ ଅପରପଟୁ ଯେଭଳି ଆଦେଶ ଆସୁଥିଲା ସେହିଭଳି କରିବା ଦ୍ୱାରା ପ୍ରତି ଗେମ୍‌ ପିଛା ୮ଶହ କରି ଟଙ୍କା କଟିଯାଉଥିଲା । କିଛି ଦିନ ହେବ ବ୍ୟାବସାୟିକ କାମରେ ସେ ମୋବାଇଲ ନେଇ ପଶ୍ଚିମମଙ୍ଗକୁ ଯାଇଥିଲେ । ଟଙ୍କା ଉଠାଣ ସମୟରେ ଆକାଉଣ୍ଟ ଖାଲି ପଡ଼ିଥିବାରୁ ତାଙ୍କର ସନ୍ଦେହ ହେଲା ।

ବ୍ୟାଙ୍କ ଅଫ୍‌ ବରୋଦା କେନ୍ଦୁଝର ଶାଖାରୁ ୨୮ ହଜାର ଟଙ୍କା ଏବଂ ଏସ୍‌ବିଆଇରୁ ୩୦ ହଜାର ଟଙ୍କା କଟିଯାଇଥିଲା । କେନ୍ଦୁଝର ଫେରିବା ପରେ ବ୍ୟାଙ୍କ୍‌କୁ ଯାଇ ବୁଝିବା ପରେ ଫ୍ରି ଫାୟାର ଗେମ୍‌ ପାଇଁ ଟଙ୍କା କଟିଥିବା ବ୍ୟାଙ୍କ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ । ପରେ ସେ ଏଟିଏମ୍‌ କାର୍ଡକୁ ରଦ୍ଦ କରିବାକୁ ବ୍ୟାଙ୍କକୁ ଲିଖିତ ଭାବେ ଜଣାଇଥିଲେ ।

   Related Posts