୧୬-୧୭ବର୍ଷ ବୟସରେ ବୟଫ୍ରେଣ୍ଡ କରି ସାରିଲେଣି ଏହି ଅଭିନେତ୍ରୀମାନେ : ଜାଣନ୍ତୁ କିଏ?

Published By : Prameya-News7 Bureau | January 05, 2020 IST

ମୁମ୍ବାଇ ୫/୧: ଏବେ ଟେଲିଭିଜନ୍ ଜଗତରେ ଅନେକ ଅଳ୍ପ ବୟସର ତରୁଣୀ ଛାଇ ଯାଇଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଅଭିନେତ୍ରୀ ଏତେ କମ୍ ବୟସରୁ ବୟଫ୍ରେଣ୍ଡ କରି ସାରିଲେଣି। ଆସନ୍ତୁ ଜାଣିବା ଏହି ଅଭିନେତ୍ରୀଙ୍କ ବିଷୟରେ

{"id":207210,"sizeSlug":"large"}

୧. ଜନ୍ନତ ଜୁବୈର ରେହମାନୀ : ଜନ୍ନତ ଜୁବୈର ରେହମାନୀଙ୍କୁ ଆପଣ ବହୁତ ଭଲ ଭାବେ ଜାଣିଥିବେ। ଜନ୍ନତ ଜୁବୈର ରେହମାନୀ ଅତ୍ୟନ୍ତ ହଟ୍ ଏବଂ ଷ୍ଟାଇଲିସ୍। ତାଙ୍କୁ ଏବେ ମାତ୍ର ୧୭ବର୍ଷ ବୟସ। ଏକ ରିପୋର୍ଟରେ କୁହାଯାଇଛି ଯେ ଜନ୍ନତ ଜୁବୈର ରେହମାନୀ ଏବେ ଫୈଜଲ୍ ଖାନଙ୍କୁ ଡେଟ୍ କରୁଛନ୍ତି। ଦୁହେଁ ସୋଶିଆଲ ମିଡିଆରେ ଖୁବ୍ ଲୋକପ୍ରିୟ। ଫୈଜଲ୍ ଶେଖଙ୍କୁ ମଧ୍ୟ ଲୋକେ ପସନ୍ଦ କରିଛନ୍ତି।

{"id":207211,"sizeSlug":"large"}

୨. ରିମ୍ ଶେଖ୍ : ଜି ଟିଭି ର ହିଟ୍ ଶୋ ‘ତୁଝ ସେ ହୈ ରାବତା’ରେ କଲ୍ୟାଣୀର ଭୂମିକାରେ ଅଭିନୟ କରୁଥିବା ଅଭିନେତ୍ରୀ ରିମ୍ ଶେଖ୍ ଏବେ ନିଜ ସମ୍ପର୍କ ପାଇଁ ଚର୍ଚ୍ଚାରେ ଅଛନ୍ତି। ସୂଚନା ମିଳିଛି ଯେ ୧୬ବର୍ଷ ବୟସ୍କା ରିମ୍ ଶେଖ୍ ୩୪ବର୍ଷ ବୟସ୍କ ଅଭିନେତା ଏବଂ ତାଙ୍କ ସହ ଅଭିନେତା ସେହବାନ ଅଜିମଙ୍କୁ ଡେଟ୍ କରୁଛନ୍ତି। ଏମାନଙ୍କ ଅନ ସ୍କ୍ରିନ୍ କେମେଷ୍ଟ୍ରିକୁ ଲୋକେ ଖୁବ୍ ପସନ୍ଦ କରନ୍ତି।

{"id":207212,"sizeSlug":"large"}

 ୩.ଅବନୀତ କୌର : ଅଭିନେତ୍ରୀ ଅବନୀତ କୈାରଙ୍କୁ ଏବେ ସବ୍ ଟିଭିରେ ଟେଲିକାଷ୍ଟ ହେଉଥିବା ‘ଅଲ୍ଲାଦିନ ନାମ ତୋ ସୁନା ହୋଗା’ରେ ମୁଖ୍ୟ ଭୂମିକାରେ ଦେଖା ଯାଉଛି। ଏହି ଶୋରେ ତାଙ୍କ ସହ ଅଭିନେତା ସିଦ୍ଧାର୍ଥ ନିଗମ୍ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ସୂଚନା ଅନୁଯାୟୀ ଦୁହେଁ ପରସ୍ପରକୁ ଦୀର୍ଘ ଦିନରୁ ଡେଟ୍ କରୁଛନ୍ତି। ଅବନୀତଙ୍କୁ ମାତ୍ର ୧୮ବର୍ଷ ହୋଇଥିବାବେଳେ ସିଦ୍ଧାର୍ଥଙ୍କୁ ୧୯ବର୍ଷ।

{"id":207213,"sizeSlug":"large"}

୪. ଅର୍ଶିଫା ଖାନ୍ : ଅର୍ଶିଫା ଖାନ୍ ଆଜି ସୋସିଆଲ୍ ମିଡିଆ ଯୋଗୁଁ ଲକ୍ଷ ଲକ୍ଷ ଯୁବକଙ୍କ ପ୍ରିୟ ହୋଇସାରିଛନ୍ତି। ଏହା ବ୍ୟତୀତ ସେ ଟିଭି ଶୋ ‘ବୀର କି ଅରଦାସ ବୀରା’ରେ ମଧ୍ୟ ନଜର ଆସିଥିଲେ। ୧୬ବର୍ଷ ବୟସ୍କା ଅର୍ଶିଫା ଖାନଙ୍କ ଜଣେ ବୟଫ୍ରେଣ୍ଡ ଅଛନ୍ତି। ଅର୍ଶିଫା ଖାନ୍ ନିଜ ବୟଫ୍ରେଣ୍ଡ ସହ ଏକ ଭିଡିଓ ପୋଷ୍ଟ କରିଥିଲେ ଯାହା ଭାଇରାଲ୍ ହୋଇଥିଲା।

{"id":207214,"sizeSlug":"large"}

୫.ଅଦିତି ଭାଟିଆ : ଲୋକପ୍ରିୟ ଟିଭି ଶୋ ‘ୟେ ହେ ମୋହବତେଁ’ରେ ରୁହି ଭୂମିକାରେ ନଜର ଆସିଥିବା ଅଦିତି ଭାଟିଆ ଆଜି କୌଣସି ପରିଚୟର ଆବଶ୍ୟକତା ନାହିଁ। ନିଜ ଦମଦାର ଅଭିନୟରେ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟରେ ରାଜ କରୁଥିବା ଅଦିତିଙ୍କ ବୟସ ମାତ୍ର ୨୦ବର୍ଷ। କିନ୍ତୁ ଏତେ କମ୍ ବୟସରେ ମଧ୍ୟ ଅଦିତିଙ୍କ ବୟଫ୍ରେଣ୍ଡ ଅଛନ୍ତି। ଅଦିତି ଭାଟିଆ ‘ୟେ ହେ ମୋହବତେଁ’ରେ ତାଙ୍କ ଭାଇଙ୍କ ଭୂମିକାରେ ଅଭିନୟ କରୁଥିବା ଅଭିନେତା ଅଭିଷେକ ବର୍ମାଙ୍କୁ ଡେଟ୍ କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.