୨୦ ଘୋଡାଙ୍କୁ ହତ୍ୟା କରିଛି ଅଜଣା ହତ୍ୟାକାରୀ, ଧରିବାକୁ ୨୦ ହଜାର ଡଲାର ପୁରସ୍କାର

Published By : Prameya-News7 Bureau | December 24, 2019 IST

ୱାଶିଂଟନ୍ ୨୪।୧୨: ଆମେରିକାର କେଞ୍ଚୁକି ପ୍ରଦେଶରେ ଘୋଡା ଗଣ ହତ୍ୟା ନେଇ ଚାଞ୍ଚଲ୍ୟ । ଅଜଣା ଆତତାୟୀ  ୨୦ ଟି ଘୋଡାଙ୍କୁ  ଗୁଳି କରି ହତ୍ୟାକରିଛି ।  ଏପରି  ଅମାନୁଷିକ କାଣ୍ଡ କିଏ କାହିଁକି କରିଛି , ତାହା ଏବେ କେଞ୍ଚୁକି ପୋଲିସ ପାଇଁ ଚ୍ୟାଲେଞ୍ଜ ହୋଇଛି । ତେବେ ହତ୍ୟାକାରୀଙ୍କୁ ଧରିବାକୁ କେଞ୍ଚୁକି ପୋଲିସ ଜୋରଦାର ଉଦ୍ୟମ ସହ ସୂଚନା ଦାତାଙ୍କ ଲାଗି ୨୦ ହଜାର ଡଲାର ପୁରସ୍କାର ଘୋଷଣା କରିଛି ।

 ଡମାସ ଉଦ୍ଧାରକାରୀ ଦଳଙ୍କ ସୂଚନା ଅନୁଯାୟୀ ଘୋଡା ଗୁଡିକୁ କେହି ଶିକାର କରିଥିବା ଜଣା ପଡୁଛି ।ମୃତ ଘୋଡା ଗୁଡିକଙ୍କ ମଧ୍ୟରୁ ଅନେକ ଗର୍ଭବତୀ ଥିବା ବେଳେ , ଆଉ କିଛି ବର୍ଷକର ବା ତାଠୁ କିଛି ଅଧିକ ବୟସର ।ସେମାନଙ୍କୁ କିଛି କ୍ଷୁଦ୍ର ଆଗ୍ନେୟାସ୍ତ୍ରରେ  ହତ୍ୟା କରାଯାଇଥିବା ମନେ ହେଉଛି । ପୂର୍ବ କେଞ୍ଚୁକିର ଏକ ବିସ୍ତୀର୍ଣ୍ମ ଖଣି ଖାଗାନ ଥିବା ବନାଞ୍ଚଲରେ ଘୋଡା ଗୁଡିକର ମୃତ ଦେହ ପଡିଛି । ସେଗୁଡିକୁ ଦେଖିଲେ, ଯୁଦ୍ଧକ୍ଷେତ୍ରରେ ଘୋଡା ଗୁଡିକ ମରି ପଡିଥିବା ମନେହେଉଛି । ପ୍ରାୟ ୪ ହଜାର ଏକର ଅଞ୍ଚଳରେ  ଡମାସ ଉଦ୍ଧାରକାରୀ  ଦଳ ମୃତ ଘୋଡାଙ୍କ ନେଇ ଅନୁସନ୍ଦାନ କରିଛି। ତେବେ ସେଠାରେ ପାଖାପାଖି ୩୫ ଘୋଡାଙ୍କ ଏକ ଦଳ ଚରାବୁଲା କରୁଥିବା ମନେ କରାଯାଉଥିବା ବେଳେ, ଅନ୍ୟ ଘୋଡାଙ୍କ ଟେର ମିଳୁନି । ଗତ ୧୬ ତାରିଖ ଦିନ ପ୍ରଥମେ କିଛି ଘୋଡାଙ୍କ ମୃତ୍ୟୁ ସଂପର୍କରେ ଖବର ଆସିଥିଲା । ରବିବାର ଆଉ କିଛି ଘୋଡା ମରି ପଡିଥିବା ଖବର ଆସିବାପରେ ପୋଲିସ ଏବଂ ଉଦ୍ଧାରକାରୀ ସେଠାରେ ପହଞ୍ଚିଥିଲେ ।ତେବେ ଏକ ସମୟରେ ସବୁ ଘୋଡାଙ୍କୁ ହତ୍ୟା କରାଯାଇଥିବା  ସନ୍ଦେହ କରିଛନ୍ତି ଉଦ୍ଧାରକାରୀ ଦଳ ।

ଘୋଡା ଗୁଡିକୁ ଅତି ନିର୍ଦ୍ଦୟ ଭାବେ କେହି ଗୁଳି କରିଛି । ମୃତ ଘୋଡାଙ୍କ ଅବସ୍ଥାରୁ ଶିକାରୀର  କ୍ରୁର ଆଚରଣ ପୁରା ସ୍ପଷ୍ଟ। ଏପରିକି ଗୋଡିଏ ଘୋଡାର ପାଟିରେ ଅଧା ଚୋବା ଗାସ ରହିଛି । ଅର୍ଥାତ୍ ଚରୁଥିବା ଘୋଡାଙ୍କୁ ଆତତାୟୀ ଗୁଳିକରିଛି ।  ଦେଷୀକୁ ଧରିବାକୁ କେଞ୍ଚୁକି ପୋଲିସ ୨୦ ହଜାର ଡଲାର ପୁରସ୍କାର ଘୋଷଣା କରିଛି । ଦୋଷୀକୁ ଆନିମଲ କୃଏଲିଟି ଆକ୍ଟରେ ଦଣ୍ଡିତ ହେବ ବୋଲି କହିଛନ୍ତି ଫ୍ଲଏଡ୍ କଣ୍ଟ୍ରି ସେରିଫ ଜନ୍ ହଣ୍ଟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.