ଶଙ୍ଖ ଛାଡ଼ି ପଦ୍ମରେ ସାମିଲ୍‌ ହେଲେ ଦଳର ପ୍ରମୁଖ କର୍ମୀ, ବିଜେପିର ମିଶ୍ରଣ ପର୍ବ ଆୟୋଜିତ

Published By : Prameya-News7 Bureau | October 13, 2021 IST

ନୀଳଗିରି,୧୩/୧୦: ଆଜି ଭାରତୀୟ ଜନତା ପାର୍ଟି ନୀଳଗିରି ତରଫରୁ ପାର୍ଟି କାର୍ଯାଳୟରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଅଛି। ଭୁଦାର ଚଣ୍ଡୀ ମଣ୍ଡଳର ଅଧିନ ଜାମୁଡ଼ିହା ପଞ୍ଚାୟତରେ ଆଜି ଭାଗିରଥି ବିଶ୍ୱାଳ, ମନୋରଞ୍ଜନ ବିଶ୍ୱାଳ, ସନାତନ ନାୟକ, ଜ୍ୟୋତ୍ସ୍ନାରାଣୀ ନାୟକ, ଜୀବନ ରାଉତ, ଗଦାଧର ବିଶ୍ୱାଳ, ମଣ୍ଟୁ ମହାନ୍ତି, ରଞ୍ଜିତା ରାଉତ, ରଘୁନାଥ ରାଉତ, ବିଜୟ ରାଉତ ପ୍ରମୁଖ ଅନ୍ୟ ଦଳ ଛାଡି ବିଜେପିରେ ମିଶିଛନ୍ତି। ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ କାର୍ଯ୍ୟଧାରାରେ ଏବଂ ଭାରତୀୟ ଜନତା ପାର୍ଟିର ବିଚାରଧାରାରେ ପ୍ରଭାବିତ ହୋଇ ବିଜୁ ଜନତା ଦଳ ଛାଡିଥିବା କିଛି କର୍ମୀ ସୂଚନା ଦେଇଛନ୍ତି।

ବିଜେଡିରେ କିଛି ନେତାଙ୍କ ହିଟଲର ମନୋଭାବ ଓ ଦଳରେ ଅଶାନ୍ତିରେ ଅଣନିଶ୍ୱାସୀ ହୋଇ କର୍ମୀମାନେ ଦଳ ଛାଡିଥିବା ସୂଚନା ଦେଇଛନ୍ତି। ନୀଳଗିରି ବିଧାୟକ ସୁକାନ୍ତ ନାୟକ ଓ ସାଂସଦଙ୍କ ବ୍ୟକ୍ତିଗତ ସହାୟକ ଚନ୍ଦ୍ରବିନ୍ଦୁ ଦାସ, ଭୂଦାରଚଣ୍ଡୀ ମଣ୍ଡଳ ସଭାପତି ଅଶୋକ ନାୟକ, ଜିଲ୍ଲା ବିଜେପି ଉପସଭାପତି ଗଙ୍ଗାଧର ମିଶ୍ର, ଜମୁଡିହା ପଞ୍ଚାୟତ ପ୍ରମୁଖ ରାମକୃଷ୍ଣ ମହାପାତ୍ର ତାଙ୍କୁ ପୁଷ୍ପ ଗୁଚ୍ଛଦେଇ ସ୍ୱାଗତ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.