ପଶ୍ଚିମବଙ୍ଗ ନିର୍ବାଚନ ହିଂସା ବିରୋଧରେ ସୁପ୍ରିମକୋର୍ଟ ଗଲେ ମହିଳା, ନାତି ସାମ୍ନାରେ କରିଥିଲେ ଦୁଷ୍କର୍ମ, ଦିନ ଦ୍ବିପ୍ରହରରେ କୁରାଢ଼ୀରେ ହାଣିଲେ

Published By : Prameya-News7 Bureau | June 14, 2021 IST

କୋଲକାତା, ୧୩ /୦୬ : ପଶ୍ଚିମବଙ୍ଗ ନିର୍ବାଚନ ପରେ ହୋଇଥିବା ହିଂସାକୁ ନେଇ କେତେକ ମହିଳା ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି l ନିଜ ଉପରେ ହୋଇଥିବା ଅତ୍ୟାଚାରର ଉଚିତ ନ୍ୟାୟ ପାଇଁ ଏସଆଇଟି ଯାଞ୍ଚ କରିବାକୁ ସେମାନେ ଦାବି କରିଛନ୍ତି l

ଏକ ନିର୍ଦ୍ଧିଷ୍ଟ ଗଣମାଧ୍ୟମର ରିପୋର୍ଟ ମୁତାବକ ସୁପ୍ରିମକୋର୍ଟ ଯାଇଥିବା ମହିଳାଙ୍କ ମଧ୍ୟରୁ ଜଣେ ଷାଠିଏ ବର୍ଷୀୟ ମହିଳା ନିଜ ଉପରେ ହୋଇଥିବା ଅତ୍ୟାଚାର ବାବଦରେ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି l ସେ କହିଛନ୍ତି ଯେ ୪ ମେ ରାତିରେ ଟିଏମସିର କାର୍ଯ୍ୟକର୍ତ୍ତ ଜବରଦସ୍ତ ତାଙ୍କ ଘରେ ପଶିଥିଲେ ଏବଂ ତାଙ୍କ ନାତି ସାମ୍ନାରେ ତାଙ୍କୁ ଦୁଷ୍କର୍ମ କରିଥିଲେ l ଖାଲି ସେତିକି ନୁହେଁ, ସେମାନେ ଘରୁ ଲୁଟପାତ କରିଥିବା ମଧ୍ୟ୍ୟ ସେ ଅଭିଯୋଗ କରିଛନ୍ତି l ଏହି ମାମଲା ପୂର୍ବ ମେଦିନୀପୁର ଅଞ୍ଚଳର ହୋଇଥିବା ଜଣାପଡିଛି l

ରିପୋର୍ଟ ଅନୁସାରେ ଟିଏମସି ପକ୍ଷରୁ ପ୍ରତିଶୋଧ ମୂଳକ ଏପରି କାଣ୍ଡ କରାଯାଇଥିବା ଉକ୍ତ ମହିଳା କହିଛନ୍ତି l ସୁପ୍ରିମକୋର୍ଟରେ ଦାଖଲ କରିଥିବା କପିରେ ମହିଳା ଦର୍ଶାଇଛନ୍ତି ଯେ ଏପରି କାର୍ଯ୍ୟକଳାପ ଚାଲୁଥିବା ସମୟରେ ପୋଲିସ କୌଣସି ପଦକ୍ଷେପ ନେଇ ନଥିଲା l କିନ୍ତୁ ପୋଲିସକୁ ପ୍ରଶଂସା କରାଯାଇଥିଲା l ଏହା ପୂର୍ବରୁ ୧୮ ମେରେ ସୁପ୍ରିମକୋର୍ଟ ସିବିଆଇ ଯାଞ୍ଚ କରିବା ପାଇଁ ପଶ୍ଚିମବଙ୍ଗ ସରକାରଙ୍କୁ ନୋଟିସ ଜାରି କରିଥିଲା l

ନିର୍ବାଚନ ପର ହିଂସାରେ ବିଜେପିର ଦୁଇ କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା ଘଟଣାରେ ଏହି ଯାଚିକା ଦାଖଲ କରାଯାଇଥିଲା l ସୁପ୍ରିମକୋର୍ଟ ଯାଇଥିବା ଅନ୍ୟ ଜଣେ ମହିଳା ଅଭିଯୋଗ ଆଣିଛନ୍ତି ଯେ, ନିର୍ବାଚନରେ ତାଙ୍କ ସ୍ୱାମୀ ବିଜେପି ପକ୍ଷରୁ ପ୍ରଚାର କରିଥିଲେ l ତାଙ୍କୁ ଟିଏମସି କର୍ମୀମାନେ ଖୋଜି ବାହାର କରିଥିଲେ ଏବଂ ଦିନ ଦ୍ବିପ୍ରହରରେ କୁରାଢ଼ୀରେ ହାଣି ହତ୍ୟା କରିଥିଲେ l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.