Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡାରେ ଘରେ ପଶି ଲୁଟିଲେ, କଟୁରୀରେ ହାଣି ଖସିଗଲେ, ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଅଫିସ୍‌ରୁ ଜବତ ହେଲା ୯ଟି ଟଙ୍କା ଭର୍ତ୍ତି ଲଫାପା, ବାନ୍ଧିନେଲା ଭିଜିଲାନ୍ସ
  • ||
  • ପାଟଣାରେ ଭାରସାମ୍ୟ ହରାଇ ପଥରରେ ପିଟି ହେଲା ବାଇକ୍, ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ
  • ||
  • ବାଲିଅନ୍ତାରେ ଜୁଆ ଆଡ୍ଡା ଉପରେ ଚଢାଉ, ୩ ଗିରଫ
  • ||
  • ଚାନ୍ଦବାଲିରେ ଟ୍ରେନ୍ ଲାଇନ୍‌ରୁ ମିଳିଲା ନାବାଳକଙ୍କ ମୃତଦେହ
  • ||
  • ପୁରୀରେ ୪ ବ୍ରାଉନସୁଗାର ବେପାରୀ ଗିରଫ, ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ
  • ||
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||
  • ଦିଲ୍ଲୀରେ ଭାଇ-ଭାଉଜଙ୍କୁ ହାଣି ଫିଙ୍ଗିଦେଲା ସାନ ଭାଇ, ୬୦କି.ମି. ଦୂରରୁ ଉଦ୍ଧାର ହେଲା ମୃତଦେହ
  • ||
  • ଯାଜପୁରରେ କାର୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା, ଯନ୍ତ୍ରୀଙ୍କ ସହ ଚାଲିଗଲା ୨ ଜଣଙ୍କ ଜୀବନ, ୨ ଗୁରୁତର
  • ||

ଯେଉଁମାନେ ବାମ ହାତରେ ଲେଖନ୍ତି ସେମାନଙ୍କ ମୃତ୍ୟୁ ଡାହାଣ ହାତରେ ଲେଖୁଥିବା ବ୍ୟକ୍ତିଙ୍କଠାରୁ ୩ ବର୍ଷ ଆଗରୁ ହୋଇଥାଏ -ଜାଣନ୍ତୁ ମୃତ୍ୟୁ ସହିତ ଜଡିତଆହୁରି ଅନେକ ଅଜଣା ଅତଥ୍ୟ

3/01/2019 at 1:12 PM

ମୃତ୍ୟୁ ମଣିଷ ଜୀବନର ଏଭଳି ଏକ ସତ୍ୟ ଯାହା ପ୍ରତ୍ୟେକ ମଣିଷକୁ ଦିନେ ନ ଦିନେ ସାମ୍ନା କରିବାକୁ ପଡିଥାଏ | ମୃତ୍ୟୁ ସମ୍ପର୍କରେ ଅନେକ ତଥ୍ୟ ରହିଛି ଯାହା ଆପଣ ଜାଣିନଥିବେ | ଆସନ୍ତୁ ଜାଣିବା ଏମିତି କିଛି ତଥ୍ୟ :

ମଣିଷର ମୁଣ୍ଡ କାଟିଦେବା ପରେ ମଣିଷ ୨୦ ସେକେଣ୍ଡ ପର୍ଯ୍ୟନ୍ତ ବଞ୍ଚିଥାଏ | ସବୁଠାରୁ ଆଶ୍ଚର୍ଯ୍ୟ ଚକିତ କରୁଥିବା ତଥ୍ୟ ହେଲା ଅଧିକାଂଶ ମୃତ୍ୟୁ ଭୋର ୩ଟାରୁ ୪ଟା ମଧ୍ୟରେ ହୋଇଥାଏ | କାରଣ ଏହି ସମୟରେ ମଣିଷର ଶରୀର ବହୁତ ଦୁର୍ବଳ ହୋଇଯାଇଥାଏ | ଆଉ ଏକ ତଥ୍ୟ ହେଲା ଯେଉଁମାନେ ବାମ ହାତରେ ଲେଖନ୍ତି ସେମାନଙ୍କ ମୃତ୍ୟୁ ଡାହାଣ ହାତରେ ଲେଖୁଥିବା ବ୍ୟକ୍ତିଙ୍କ ଠାରୁ ୩ ବର୍ଷ ଆଗରୁ ହୋଇଥାଏ | ମୃତ୍ୟୁର ୩ ଦିନ ପରେ ମଣିଷ ଶରୀରରେ ପାଚନ କ୍ରିୟା କରୁଥିବା ଏଞ୍ଜାଇମ ଶରୀରକୁ ଭିତରୁ ଖାଇବା ଆରମ୍ଭ କରିଥାଏ | ଏହି କ୍ରମରେ ମଣିଷର ମୃତଦେହ ମାଟି ତୁଳନାରେ ପାଣିରେ ୪ ଗୁଣ ଦ୍ରୁତ ଗତିରେ ପଚି ଯାଇଥାଏ | 

ମଣିଷର ଆୟୁଷ ପୁରିଲେ ହିଁ ମୃତ୍ୟୁ ମୃତ୍ୟୁ ହୁଏ ସେମିତି କିଛି ମାନେ ନାହିଁ | ବେଳେବେଳେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତରଙ୍କ ଅବହେଳା ଯୋଗୁଁ ମଧ୍ୟ ମୃତ୍ୟୁ ହୋଇଥାଏ | ପୁଣି କେବେ କେବେ କୌଣସି କୌଣସି ଦୁର୍ଘଟଣାର ସମ୍ମୁଖୀନ ହୋଇ ମଧ୍ୟ ମୃତ୍ୟୁ ହୋଇଥାଏ | ଦୁନିଆରେ କେବଳ ମଣିଷ ନାହାନ୍ତି | ଅନେକ ପ୍ରକାରର ଜୀବଜନ୍ତୁ ମଧ୍ୟ ବସବାସ କରୁଛନ୍ତି | କେତେକ ଜନ୍ତୁ ମଣିଷ ପାଇଁ ଭୟଙ୍କର ପ୍ରମାଣିତ ହୋଇନଥାନ୍ତି ତ ପୁଣି କେତେକ ଜନ୍ତୁ ମଣିଷର କ୍ଷତି ଘଟାଇଥାନ୍ତି | ସମୁଦ୍ରରେ ରହୁଥିବା ତିମି ମାଛ ଦ୍ୱାରା ପ୍ରତିବର୍ଷ ୧୨ ଜଣକର ମୃତ୍ୟୁ ହେଉଥିବା ଜଣାପଡିଛି | ଅପରପକ୍ଷରେ ମଣିଷ ଦ୍ୱାରା ପ୍ରତି ଘଣ୍ଟାରେ ୧୧୪୧୭ ତିମି ମରିଥାନ୍ତି | ସବୁଠାରୁ ଆଶ୍ଚର୍ଯ୍ୟଜନକ ତଥ୍ୟ ହେଲା ଗତ ସାଢେ ୩ ଲକ୍ଷ ବର୍ଷ ହେଲା ମରିଯାଇଥିବା ଲୋକଙ୍କୁ ଦାହ କରିବା ପରମ୍ପରା ଚାଲିଆସୁଛି |

   Related Posts