୧୩ ବର୍ଷ ବୟସରେ ୪୩ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ବିବାହ କରିଥିଲେ କୋରିଓଗ୍ରାଫର ସରୋଜ ଖାନ, ଏହି କାରଣରୁ କରିଥିଲେ ଧର୍ମ ପରିବର୍ତ୍ତନ

Published By : Prameya-News7 Bureau | November 22, 2019 IST

ମୁମ୍ବାଇ୨୨|୧୧: ଶ୍ରୀଦେବୀଙ୍କ ଠାରୁ ଆରମ୍ଭ କରି ମାଧୁରୀ ଦିକ୍ଷୀତ ଯାଏଁ ପ୍ରତ୍ୟେକ ବରିଷ୍ଠ ଅଭିନେତ୍ରୀଙ୍କୁ ନୃତ୍ୟୁ ଶିଖାଇଛନ୍ତି ଡାନ୍ସର କୋରିଓଗ୍ରାଫର ସରୋଜ ଖାନ।ବଲିଉଡର ୨୦୦୦ରୁ ଅଧିକ ଗୀତର କରିୟୋଗ୍ରାଫି କରିଛନ୍ତି ସରୋଜ ଖାନ।ସରୋଜ ଖାନଙ୍କ ଅସଲୀ ନାଁ ହେଉଛି ନିର୍ମଳା ନାଗପାଲ। ଏହି ବିଷୟରେ ଖୁବ କମ ଲୋକ ଜାଣନ୍ତି।ସରୋଜଙ୍କ ବାପାଙ୍କ ନାଁ ହେଉଛି କ୍ରିଷ୍ଣଚନ୍ଦ ସଂଦ୍ଧୁ ସିଂହ ଓ ମାଆଙ୍କ ନାଁ ହେଉଛି ନୋନୀ ସଂଦ୍ଧୁ ସିଂହ।

{"id":188198,"width":565,"height":403,"sizeSlug":"large"}

ଦେଶ ବିଭାଜନ ହେବା ପରେ ସରୋଜଙ୍କ ପରିବାର ପାକିସ୍ତାନରୁ ଭାରତ ଆସିଥିଲା। ୩ ବର୍ଷ ବୟସରେ ସରୋଜ ଶିଶୁ କଳାକାର ଭାବେ ଫିଲ୍ମରେ କାମ କରିବା ଆରମ୍ଭ କରିଥିଲୋ।ନଜରାନା ଫିଲ୍ମରେ ଅଭିନୟ କରି ସେ ନିଜ ଡେବ୍ୟୁ କରିଥିଲେ।ଏହି ଚଳଚ୍ଚିତ୍ରରେ ସେ ଶ୍ୟାମା ନାମକ ଶିଶୁ ଭୂମିକାରେ ଅଭିନୟ କରିଥିଲେ।

{"id":188199,"sizeSlug":"large"}

 ଆଜି ସରୋଜ ଖାନଙ୍କ ଜନ୍ମଦିନ।୫୦ ଦଶକରେ ସରୋଜ ବ୍ୟାକ୍‌ଗ୍ରାଉଣ୍ଡ ଡ୍ୟାନ୍ସର ଭାବେ କାମ କରିବା ଆରମ୍ଭ କରିଥିଲେ। ସରୋଜ ଖାନ କୋରିୟୋଗ୍ରାଫର- ବି ସୋହନଲାଲଙ୍କ ସହ ମିଶି ପ୍ରଶିକ୍ଷଣ ନେଉଥିଲେ।ଏହା ପରେ ୧୯୭୪ ମସିହାରେ ରିଲିଜ ହୋଇଥିବା ଫିଲ୍ମ ଗୀତା ମେରା ନାମରେ ତାଙ୍କ ନାଁ ଜଣେ ସ୍ବତନ୍ତ୍ର କୋରିୟୋଗ୍ରାଫର ଭାବେ ଆସିଥିଲା।ଅବଶ୍ୟ ଅନେକ ସଂଘର୍ଷ ପରେ ତାଙ୍କୁ ଏକ ସ୍ବତନ୍ତ୍ର ପରିଚୟ ମିଳିଥିଳା।

{"id":188200,"sizeSlug":"large"}

 ସରୋଜ ଖାନ କୋରିଓଗ୍ରାଫି କରିଥିବା  ମୁଖ୍ୟ ଫିଲ୍ମ ମଧ୍ୟରେ ମିଷ୍ଟର ଇଣ୍ଡିଆ, ନାଗୀନ, ଚାନ୍ଦନୀ, ତେଜାବ, ଥାନେଦାର ଓ ବେଟା ଆଦି ଫିଲ୍ମ ସାମିଲ ଅଛି।ସରୋଜ ଖାନ ତାଙ୍କ ପ୍ରଥମ ଗୁରୁ ବି ସୋହନଲାଲଙ୍କୁ ବିବାହ କରିଥିଲେ। ଉଭୟଙ୍କ ବୟସରେ ୩୦ ବର୍ଷର ଅନ୍ତର ଥିଲା।ବିବାହ ସମୟରେ ସରୋଜ ୧୩ ବର୍ଷର ଥିଲେ।ଇସଲାମ୍‌ ଧର୍ମ ଗ୍ରହଣ କରି ସେ ୪୩ ବର୍ଷ ବୟସ୍କ ସୋହନଲାଲଙ୍କୁ ବିବାହ କରିଥିଲେ।

{"id":188202,"sizeSlug":"large"}

ସରୋଜଙ୍କର ଏହା ପ୍ରଥମ ବିବାହ ଓ ସୋହନଲାଲଙ୍କର ଏହା ଦ୍ବିତୀୟ ବିବାହ ଥିଲା ।ସୋହନଲାଲଙ୍କର ପ୍ରଥମରୁ ୪ଟି ସନ୍ତାନ ଥିଲେ। ଏକ ସାକ୍ଷାତକାରରେ ସରୋଜ କହିଥିଲେ ଯେ, ବିବାହ ସମୟରେ ସେ ସ୍କୁଲରେ ପାଠ ପଢୁଥିଲେ।ସେତେବେଳେ ଗୁରୁ  ତାଙ୍କ ବେକରେ କଳା ସୁତା ବାନ୍ଧିଥିଲେ ଓ ବିବାହ ହୋଇଯାଇଥିଲା।

{"id":188206,"sizeSlug":"large"}

ସରୋଜ ଖାନ ନିଜ ଇଚ୍ଛାରେ ଧର୍ମ ପରିବର୍ତ୍ତନ କରି ଇସ୍‌ଲାମ ଧର୍ମ ଗ୍ରହଣ କରିଥିଲେ। ସମସ୍ତେ ଭାବିଥିଲେ ଯେ, ଏହା ସରୋଜ ନିଜ ଇଚ୍ଚାରେ ଏହା କରିନଥିଲେ । ହେଲେ ସେ ସମସ୍ତ ଆଗ୍ରହ ସହ ଏହି ଧର୍ମ ଗ୍ରହଣ କରିଥିଲେ।ସରୋଜଙ୍କୁ ବିବାହ କରିବା ସମୟରେ ସୋହନଲାଲ ତାଙ୍କ ପ୍ରଥମ ବିବାହ ବିଷୟରେ ସରୋଜଙ୍କୁ କହିନଥିଲେ।

{"id":188208,"width":578,"height":499,"sizeSlug":"large"}

୧୯୬୩ ମସିହାରେ ସରୋଜଙ୍କୁ ପୁଅ ରାଜୁ ଖାନଙ୍କ ଜନ୍ମ ହୋଇଥିଲା।ସେହି ସମୟରେ ସୋହନଲାଲଙ୍କ ପ୍ରଥମ ବିବାହ ବିଷୟରେ ସରୋଜ ଜାଣିବାକୁ ପାଇଲେ। ୧୯୬୫ ମସିହାରେ ସରୋଜଙ୍କ ଦ୍ବିତୀୟ ପୁଅ ଜନ୍ମ ହୋଇଥିଲା ଓ ଜନ୍ମ ହେବାର ୮ମାସ ମଧ୍ୟରେ ତା’ର ମୃତ୍ୟୁ ହୋଇଥିଲା। ପିଲାଛୁଆ ହେବା ପରେ ସୋହନଲାଲ ସନ୍ତାନଙ୍କୁ ଗ୍ରହଣ କରିବାକୁ ମନା କରିଥିଲେ। ପରେ ସରୋଜ ନିଜେ ପିଲାଙ୍କ ଦାୟିତ୍ବ ନେଇ ଲେମାନଙ୍କୁ ବଡ କରିଥିଲେ।         

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.