ମଣିଷ ମାଂସ ବି ଖାଇଥାନ୍ତି ଅଘୋରୀ ସାଧୁ, କରିଥାନ୍ତି ଏହି ସବୁ କାମ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

Published By : Prameya-News7 Bureau | December 20, 2018 IST

wp:heading {"level":5}
ଅଘୋରୀ ସାଧୁମାନେ ମନ୍ଦିରରେ ଥିବା ତୀର୍ଥ ସ୍ଥାନରେ ବାସ କରନ୍ତି। ଅର୍ଦ୍ଧକୁମ୍ଭ ମେଳାରେ ଅଘୋରୀ ସାଧୁମାନଙ୍କୁ ଦେଖିବାକୁ ମିଳିଥାଏ। ଏମିତିରେ ବି ଅଘୋରୀ ସାଧୁମାନେ ରହସ୍ୟମୟ ହୋଇଥାନ୍ତି ଏବଂ ଲୋକେ ସେମାନଙ୍କ ସମ୍ପର୍କରେ ଜାଣିବାକୁ ଉତ୍ସୁକ ଥାଆନ୍ତି। କିନ୍ତୁ ଅଘୋରୀଙ୍କ ଜୀବନ ଅତ୍ୟନ୍ତ ରହସ୍ୟମୟ ହୋଇଥିବାରୁ କିଛି ଜଣା ପଡେନି। ଆସନ୍ତୁ ଜାଣିବା ଅଘୋରୀ ସାଧୁଙ୍କ ବିଷୟରେ କିଛି ଖାସ ତଥ୍ୟ।
/wp:heading {"id":65594,"width":557,"height":321}
wp:heading {"level":5}
 କୁହାଯାଏ ଯେ ଅଘୋରୀ ସାଧୁମାନଙ୍କ ଜୀବନ ଅଦ୍ଭୁତ ଓ ବଡ ବିଚିତ୍ର । ତାଙ୍କ ରହିବା, ଖାଇବା, ପିଇବା ସବୁ କିଛି ଅଦ୍ଭୁତ। ଅଘୋରୀଙ୍କ କଥା କିଛି ଅଜଣା, ଅଶୁଣା ନୁହଁ। ଅଘୋରୀ ସାଧୁମାନେ ଭଗବାନ ଶିବଙ୍କର ଭକ୍ତ ହୋଇଥାନ୍ତି ଓ ଭୋଳାଶଙ୍କରଙ୍କୁ ହିଁ ମାନନ୍ତି। ଭୋଳାଶଙ୍କର ଭକ୍ତ ନିଜ ଶରୀରରେ କମ ବସ୍ତ୍ର ଧାରଣ କରନ୍ତି। ପୁରା ଶରୀରରେ ପାଉଁଶ ଲଗାନ୍ତି। ଅଧିକାଂଶ ସମୟରେ ଲୋକେ ଅଘୋରୀ ସାଧୁମାନଙ୍କ ଦେଖି ଡରି ଯାନ୍ତି।  କିନ୍ତୁ ଅଘୋରୀ ସରଳ ସ୍ୱଭାବ ଓ ସିଦ୍ଧ ହୋଇଥାନ୍ତି।
/wp:heading {"id":65606}
wp:heading {"level":5}
 ଅଘୋରୀମାନେ କେବେ କାହାକୁ କିଛି ମାଗନ୍ତି ନାହିଁ। ଅଘୋରୀ ସାଧୁମାନେ ସାଦାରଣତଃ ସେମିତି ଆବଶ୍ୟକ ନହେଲେ କାହାକୁ ଦେଖା ଦିଅନ୍ତି ନାହିଁ। ଦିନ ରାତି ଭୋଳାଶଙ୍କରଙ୍କ ତପସ୍ୟାରେ ଥାନ୍ତି। ଅଘୋରୀମାନେ ମଶାଣୀରେ ବାସ କରନ୍ତି। ମଶାଣୀରେ ହିଁ ପୂଜା ଅର୍ଚ୍ଚନା କରନ୍ତି ଏବଂ ଶ୍ମସାନଭସ୍ମ ନିଜ ଶରୀରରେ ଲଗାନ୍ତି।
/wp:heading {"id":65609}
wp:heading {"level":5}
 ଅଘୋରୀମାନେ ଭୋଜନରେ ଯାହା ମିଳେ ତାହା ଖାନ୍ତି। ସେମାନେ ମୃତ ଶରୀରକୁ ମଧ୍ୟ ଭୋଜନ ରୂପରେ ଗ୍ରହଣ କରନ୍ତି କିନ୍ତୁ ଗାଇ ମାଂସ ଖାଆନ୍ତି ନାହିଁ। ଅଘୋରୀ ସାଧୁମାନେ ଶକ୍ତିଶାଳି ହୋଇଥାନ୍ତି। ସେମାନେ ଥରେ ଯାହା କୁହନ୍ତି ତାହା ସତ ହୋଇଯାଏ ବୋଲି ବିଶ୍ବାସ ରହିଛି। ଅଘୋରୀ ସାଧୁମାନେ ଅଭିଶାପ ଦେଲେ ମଧ୍ୟ ଶୀଘ୍ର ଫଳିଥାଏ ବୋଲି କୁହାଯାଏ।
/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.