Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପୃଥିବୀରେ ଏମିତି ବହୁ ସହର ଅଛି ଯେଉଁଠି ଲୋକ ନାହାନ୍ତି : ଭୁତ କରୁଛି ରାଜୁତି !…ଜାଣନ୍ତୁ ଏସବୁ ମୃତ ସହରର କାହାଣୀ

21/09/2018 at 3:59 PM

ସହଜ, ସରଳ ଭାଷାରେ ବିକାଶ ବା ଡେଭଲପମେଣ୍ଟକୁ ଅ।ମେ କିଭଳି ବୁଝୁ ? ରାସ୍ତାଘାଟ, ଘରଦ୍ବାର, ଗାଡ଼ିଘୋଡ଼ା..ଏୟା ତ ? ତେବେ ଏସବୁ ଥିବ, କିନ୍ତୁ କେହି ଲୋକବାକ ନ ଥିବେ, ଏହାକୁ କ’ଣ ଅ।ମେ ବିକାଶ ବୋଲି କହିପାରିବା ? କିହୋ ଲୋକବାକ ଯଦି ନାହାନ୍ତି; ରାସ୍ତାଘାଟ, ଘରଦ୍ବାର, ଗାଡ଼ିଘୋଡ଼ା କାହିଁକି ହବ? କିନ୍ତୁ ହେଇଚି । ବଡ଼ ବଡ଼ ବିଲଡିଙ୍ଗ୍ ହେଇଚି, ଫ୍ୟାକ୍ଟରୀ ବି ହେଇଚି, ପାର୍କ ବି ଅଛି, ଗୀର୍ଜା ଅଛି, ସ୍କୁଲ ଅଛି..ସବୁ ଅଛି, କ’ଣ ନାହିଁ ? ଗଛ ଅଛି, ପାଣି ବି ଅଛି…ପରିବେଶ ଅତ୍ୟନ୍ତ ସୁନ୍ଦର । ତେବେ ସେଠାରେ ଛାଇରହିଛି ଏକ ଅସ୍ବାଭାବିକ ନୀରବତା । ସବୁ ଶୂନଶାନ୍ । ଗୋଟେ ବଡ଼ ସହର…ଲମ୍ବିଚି ଅନେକ ଦୂର.. ଅ।ଖିପାଉନି । ତେବେ କେହି ଲୋକ ​‌କେମିତି ନାହାନ୍ତି? କୁଅ।ଡ଼େ ଗଲେ ? ସବୁ ଇତସ୍ତତଃ ହେଇ ପଡ଼ିଚି.. ଜରାଜୀଣ୍ଣ ଅବସ୍ଥାରେ । ବିକାଶର ସ୍ତୂପ ଅଛି, କିନ୍ତୁ ଭଂଗା, ଦଦରା ଅବସ୍ଥାରେ । ଜୀବନ ନାହିଁ ଏଠି, କେହି ମଣିଷ ନାହାନ୍ତି । କ’ଣ ଭାବୁଛନ୍ତି ପାଠକବଂଧୁ ? କ’ଣ ହେଇପାରେ ? ହୁଏତ କୌଣସି ବଡ଼ ଯୁଦ୍ଧର ସାମ୍ନା କରିବାକୁ ପଡ଼ିଚି ଏ ସହରକୁ, ଯାହାର ମୁକସାକ୍ଷୀ ଏ ନିର୍ଜନ ସହର । ତେବେ ସବୁ ଲୋକବାକ କ’ଣ ଯୁଦ୍ଧରେ ମରିଗଲେ ? କେହି ଜଣେ ବି ନାହାନ୍ତି ? ଯୁଦ୍ଧ ପରେ ତ ପୁନର୍ବାସ ହେଇଥାନ୍ତା ଏଠି ? ପୁଣି ଚଳଚଂଚଳ ହେଇଥାନ୍ତା ଜୀବନ ? ଯେଉଁଠି ଦିନେ ଲକ୍ଷ ଲକ୍ଷ ଲୋକଙ୍କର ବସତି ଥିଲା, ତାହା ଏବେ ଖାଁ ଖାଁ । ବିଶ୍ବାସ ହଉନାହିଁ । ଏଇ ପରିପ୍ରେକ୍ଷୀରେ ଅ।ଉ ଏକ ପ୍ରଶ୍ନ ଅ।ପଣଂକ ମନକୁ ଅ।ସିପାରେ, ଯେଉଁମାନେ ଭୌତିକ ଶକ୍ତିକୁ ବିଶ୍ବାସ କରନ୍ତି, ସେମାନେ ହୁଏତ କହିବେ, ଏଠି ବୋଧେ ଭୂତମାନଂକର ଅ।ତଂକ ଅଛି, ଯାହାଫଳରେ ଲୋକମାନେ ଏଠାରେ ରହୁନାହାନ୍ତି । ଯଦି ଏହା ସତ, ତା’ହେଲେ ଗୋଟେ ବଡ଼ ନଗରୀ କ’ଣ ଭୂତ, ପ୍ରେତଙ୍କ ପାଇଁ ଜନଶୂନ୍ୟ ? ଏତେ ସଂଖ୍ୟାରେ ଅଶରୀରୀ କ’ଣ ସେଠି ଅ।ଡ୍ଡା ଜମେଇଛନ୍ତି ?

ପାଠକବଂଧୁ, କ’ଣ ୟାର କାହାଣୀ, ଏବେ ଜାଣନ୍ତୁ । ଘଟଣା ୩୨ ବର୍ଷ ତଳର…୧୯୮୬ ମସିହା…ଏପ୍ରିଲ ୨୫ ଓ ୨୬ ତାରିଖରେ ଘଟିଥିଲା ଏଭଳି ଏକ ଦୁର୍ଘଟଣା, ଯାହାକୁ ବର୍ତମାନ ପର୍ଯ୍ୟନ୍ତ ସବୁଠାରୁ ଭୟଂକର ଅ।ଣବିକ ଦୁର୍ଘଟଣା ବୋଲି କୁହାଯାଏ । ତତ୍କାଳୀନ ସୋଭିଏତ ୟୁନିୟନର ୟୁକ୍ରାନିଅ।ନ ସହର ପାପିୟାଟ ହେଉଚି ଏହାର ମୁକସାକ୍ଷୀ, ଯାହାର ଦୃଶ୍ୟ କେବଳ ଡ୍ରୋନ୍ କ୍ୟାମେରା ସୌଜନ୍ୟରୁ ଅ।ପଣ ଦେଖିପାରିବେ, କାରଣ ସେହି ସ୍ଥାନକୁ ମଣିଷର ପ୍ରବେଶ ନାହିଁ ।

ସମୟ ମଧ୍ୟରାତ୍ରି । ଗୋଟେ ସେଫଟି ଟେଷ୍ଟ କରାଯାଉଥିଲା । ଅ।ଉ ସେଇ ସମୟରେ ଘଟିଥିଲା ଭୟଂକର ଦୁର୍ଘଟଣା, ଷ୍ଟେସନ ବ୍ଲାକ୍ ଅ।ଉଟ୍ ପାଓ୍ବାର ଫେଲଓ୍ବର ହୋଇଥିଲା ଏବଂ ବିସ୍ଫୋରଣ ହୋଇଥିଲା…୩୧ ଜୀବନ ଚାଲିଯାଇଥିଲା । ଏମାନଂକ ମଧ୍ୟରେ ଥିଲେ ଚେର୍ନୋବିଲ୍ ପାଓ୍ବାର ନ୍ୟୁକ୍ଲିଅର ପ୍ଲାଣ୍ଟରେ କାମ କରୁଥିବା କର୍ମଚାରୀ, ଫାୟାରମ୍ୟାନ୍ ପ୍ରମୁଖ । ଏହାପରେ ଗତ ୨୦୧୧ ମସିହା ସୁଦ୍ଧା ପୁଣି ୧୫ ଜୀବନ ଯାଇଛି । ଦୁର୍ଘଟଣା ପରେ ବିକିରଣ ବା ରେଡିଏସନ ଏଇ ଜୀବନ ନେଇଛି । ଚାଇଲ୍ଡ଼ହୁଡ୍ ଥାଇରଏଡ୍ କ୍ୟାନସରରେ ପୀଡ଼ିତ ଥିଲେ ସେଇ ଲୋକମାନେ । ଏବେ ବି ଅନେକ ଲୋକ ବିକିରଣର ପ୍ରଭାରୁ ମୁକ୍ତ ହେଇନାହାନ୍ତି.. ଜୀବନ ସହ ଯୁଝୁଛନ୍ତି ସେମାନେ । ଉଭୟ ଧନ-ଜୀବନହାନିରେ ଏହି ଦୁର୍ଘଟଣା ଅନ୍ୟ ସମସ୍ତ ଅ।ଣବିକ ଦୁର୍ଘଟଣାରୁ ବଳିଯାଇଛି । ଇଂଟରନାସନାଲ ନିଉକ୍ଲିଅର ଇଭେଣ୍ଟ ସ୍କେଲରେ ଏହା ଲେଭଲ୍ ୭ର ଦୁର୍ଘଟଣା ବୋଲି ଜଣାପଡ଼ିଥିଲା ।

ଦୁର୍ଘଟଣା ପରେ ବିକିରଣ ବ୍ୟାପୀଯାଇଥିଲା ଖଣ୍ଡମଣ୍ଡଳରେ । ଦୁର୍ଘଟଣା ପରେ ପବନ ଦିଗ ବଦଳାଇ ଚାଲିଥିଲା, ଯାହାଫଳରେ ବିକିରଣ ବିଭିନ୍ନ ଅ।ଡ଼େ ବ୍ୟାପିବାର ଅ।ଶଂକା ସୃଷ୍ଟିହୋଇଥିଲା । ଦୁର୍ଘଟଣାର ୩୬ ଘଂଟା ପରେ ଏ ଅଂଚଳରେ ରହୁଥିବା ୪୯ ହଜାର ଲୋକଂକୁ ତୁରନ୍ତୁ ସେଠାରୁ ହଟାଇଦିଅ।ଯାଇଥିଲା । ପ୍ଲାଣ୍ଟର ୧୦ କିଲୋମିଟର ପାଖାପାଖି ଅଂଚଳ ହୋଇଯାଇଥିଲା ଜନଶୂନ୍ୟ । ତେବେ ବିକିରଣର ପ୍ରଭାବ ଅ।ହୁରି ବଢୁଥିବା ଦେଖି ଦୁର୍ଘଟଣାର ଏକ ସପ୍ତାହ ପରେ ପାଓ୍ବାର ପ୍ଲାଣ୍ଟର ୩୦ କିଲୋମିଟର ଅଂଚଳରେ ଥିବା ଲୋକଙ୍କୁ ଖାଲି କରି ଅନ୍ୟତ୍ର ନିଅ।ଯାଇଥିଲା । କେବଳ ପାପିୟାଟ ନୁହେଁ, ଚେର୍ନୋବିଲ୍ ସହରରୁ ସମୁଦାୟ ୬୮ ହଜାର ଲୋକଂକୁ ଖାଲି କରାଗଲା । ଦୁର୍ଘଟଣା ଘଟିବାର ବର୍ଷେ ସରିବା​ବେଳକୁ ୧, ୩୫ ହଜାର ଲୋକ ସେଠାରୁ ବିସ୍ଥାପିତ ହେଲେ । ମୋଟାମୋଟି ଦେଖିବାକୁ ଗଲେ, ବିସ୍ଫୋରଣ ହେଇଥିବା ବର୍ଷ ୧୯୮୬ରୁ ୨୦୦୦ ମଧ୍ୟରେ ସମୁଦାୟ ୩ଲକ୍ଷ ୫୦ ହଜାର ଲୋକ ଏ ଅଂଚଳରୁ ନିଜ ଭିଟାମାଟି ଛାଡ଼ିଲେ ।

ଭାବନ୍ତୁ ତ, କେତେ ସୁନ୍ଦର ଜନବସତି ଏଠି ଥିଲା, କେତେ କଷ୍ଟରେ ଲୋକମାନେ ନିଜ ଘର ଦ୍ବାର ତିଅ।ରି କରିଥିଲେ, ସବୁ ଚାଲିଗଲା । ବିସ୍ଫୋରଣ ଜନିତ ବିକିରଣର ପ୍ରଭାବ ଏଭଳି ଥିଲା ଯେ, ଯାହାର ଫଳ ଋଷିଅ।, ୟୁକ୍ରେନ୍ ଓ ବେଲାଋଷକୁ ଭୋଗିବାକୁ ପଡ଼ିଲା । ପାପିୟାଟରେ ଥିବା ଅନ୍ୟ ରିଅ।କ୍ଟରଗୁଡ଼ିକର କାମ ବନ୍ଦ ହେଲା ଏବଂ ବିଶ୍ବତମାମ ଥିବା ଫିଜନ୍ ରିଅ।କ୍ଟରଗୁଡ଼ିକର ପରିଚାଳନାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟିହେଲା । ଶାନ୍ତି ପାଇଁ ଯେଉଁ ଶକ୍ତିର ଉପଯୋଗ ହେଉଥିଲା, ସେଇ ଶକ୍ତି ନେଇଗଲା ଅନେକ ଜୀବନ, ଅନେକଙ୍କୁ ଅକର୍ମଣ୍ୟ କରିଦେଲା । ଏବେବି ଅ।ହୁରି ଅନେକ ତା’ର ପ୍ରଭାବରେ ମୃତ୍ୟୁକୁ ଅପେକ୍ଷା କରିଛନ୍ତି । ମଣିଷ ବିକାଶ ପଛରେ ଧାଇଁଛି, କିନ୍ତୁ ବିନାଶ ଏମିତି ଅ।ସୁଛି ଯେ, ସବୁ ଧ୍ବଂସସ୍ତୁପରେ ପରିଣତ ହେଇଯାଉଚି । ବିକାଶ କରିଚି ବିନାଶ ।

++++

ପ୍ରକୃତି ଈଶ୍ବରଦତ୍ତ । ତା’ ସାଂଗରେ ମଣିଷ କରିଛି କୃତ୍ରିମତାର ମିଶ୍ରଣ । ଅର୍ଥାତ୍ ପ୍ରକୃତିଦତ୍ତ ଅନେକ ଜିନିଷ ଏ ପୃଥିବୀରେ ଅଛି, ମଣିଷ ତା’ ମଗଜକୁ ମିଶାଇ ଅ।ଉ କିଛି ତିଅ।ରି କରିଛି । ନିଜ ମନଲାଖି ଘର କରିଛି, ରାସ୍ତା କରିଛି । ଗୋଟେ ସୁନ୍ଦର ଜୀବନ ପାଇଁ ବହୁ ପରିଶ୍ରମ କରିଛି ଏ ମଣିଷ, ତା’ ମୁଣ୍ଡ ଖଟେଇଛି । ତା’ର ଫଳ ହେଉଛି ସୁନ୍ଦର ବେଳାଭୂମି ନିକଟରେ ନଭଶ୍ଚୁମ୍ବୀ ଅଟ୍ଟାଳିକା । ଅ।ଖି ପାଉନି…ଲମ୍ବିଚି ଅଟ୍ଟାଳିକା ପରେ ଅଟ୍ଟାଳିକା ।

କଂକ୍ରିଟର ସହର, କିନ୍ତୁ ମଣିଷ ନାହାନ୍ତି । ମଣିଷ ନ ଥିବା ଏ ସହର…ନାଁ ଭରୋସା । ତେବେ ସେଇ ଭରୋସା ଏବେ ଖାଁ ଖାଁ, ମଣିଷର ତା’ ଉପରୁ ଭରସା ତୁଟିଯାଇଛି । ଦିନେ ଏ ସ୍ଥାନକୁ ଲକ୍ଷ ଲକ୍ଷ ଲୋକ ରହୁଥିଲେ, ବହୁସଂଖ୍ୟାରେ ପର୍ଯ୍ୟଟକ ଏଠିକି ଅ।ସୁଥିଲେ, କିନ୍ତୁ ଏବେ କେହି ଅ।ସୁନାହାନ୍ତି, ଏଠାରେ କେହି ବି ରହୁନାହାନ୍ତି । କେବଳ ଡ୍ରୋନ୍ କ୍ୟାମେରା ଏଠି ପହଂଚିଛି ଅ।ଉ ସେଇ ଦୃଶ୍ୟ ଅ।ପଣମାନେ ଦେଖିପାରିବେ ୟୁ ଟ୍ୟୁବରେ । ପ୍ରିୟ ପାଠକଗଣ, କାହିଁକି ଏଠାରେ ବସତି ନାହିଁ, ତା’ର ଇତିହାସ ଜାଣିବା । ଅ।ପଣ ଶୁଣିଥିବେ ଗୋଟେ ଦେଶ..ସାଇପ୍ରସ । ହଁ ଅ।ଜ୍ଞା, ସେଇ ସାଇପ୍ରସର ଫାମାଗୁସ୍ତା ଜିଲାରେ ଅଛି ଏଇ ସୁନ୍ଦର ସ୍ଥାନ । ୧୯୭୪ ମସିହା ପର୍ଯ୍ୟନ୍ତ ଏହା ଥିଲା ପର୍ଯ୍ୟଟକମାନଂକ ପାଇଁ ଭୂସ୍ବର୍ଗ । ସାଇପ୍ରସର ଏକ ନମ୍ବର ପର୍ଯ୍ୟଟନସ୍ଥଳୀ ଥିଲା ଏଇ ସ୍ଥାନ । କେବଳ ସାଇପ୍ରସ୍ ନୁହେଁ, ବିଶ୍ବତମାମ ଥିବା ପର୍ଯ୍ୟଟନସ୍ଥଳୀଗୁଡ଼ିକ ମଧ୍ୟରେ ଏହା ଥିଲା ଅନ୍ୟତମ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ । ବହୁ ବିଳାସପୂଣ୍ଣ ହୋଟେଲ ଓ ରିସୋର୍ଟରେ ଭରି ହୋଇଥିବା ଫାମାଗୁସ୍ତା​‌ରେ ହେଉଥିଲା ପ୍ରବଳ ଗହଳି ।

ତେବେ ୧୯୭୪ ଜୁଲାଇ ୨୦ ତାରିଖରେ ଅ।ସିଲା ଦୁର୍ଦ୍ଦିନ । ତୁର୍କମାନେ ଏହାକୁ ଅ।କ୍ରମଣ କଲେ..ଟ୍ୟାଂକଗୁଡ଼ିକ ବୋମାମାଡ଼ ଜାରିରଖିଲେ ଏବଂ ଶେଷରେ ନିଜ ଅକ୍ତିଅ।ରକୁ ଅ।ଣିଲେ । ଏହାପରେ ଗ୍ରୀକ୍ ସିପ୍ରିଅଟ ଅ।ର୍ମି ଏଠାରୁ ନିଜ ସେନା ଅପସାରଣ କରି ଲାରନାକାକୁ ନେଇଗଲା । ଯେତେବେଳେ ଉଭୟ ସେନା ଭିତରେ ଅ।ରଂଭ ହେଲା ଯୁଦ୍ଧ, ଏଠାରେ ରହୁଥିବା ଲୋକମାନେ ନିଜ ଘର ଦ୍ବାର ଛାଡ଼ି ପଳାଇଗଲେ, କାରଣ ସେମାନେ ଅ।ଶଂକା କରୁଥିଲେ, ଗଣହତ୍ୟା ହେଇପାରେ । ଲୋକମାନେ ପ୍ରାଣବିକଳରେ ପାରାଲିମନି, ଧେରନିଅ। ଓ ଲାନନାକା ଅଂଚଳକୁ ପଳାଇଲେ । ଭାବିଥିଲେ ଯୁଦ୍ଧ ପରେ ପୁଣି ଫେରିଅ।ସିବେ ନିଜ ଘରକୁ ! ତେବେ ତାହା ସଂଭବ ହେଲାନାହିଁ । ଦିନ, ମାସ, ବର୍ଷ ଅ।ଉ ତା’ ପରେ ଦଶନ୍ଧି ଦଶନ୍ଧି ବିତିଗଲା, କିନ୍ତୁ ଘରଲେଉଟା ହେଇପାରିଲାନି । ପରବର୍ତୀ ସମୟରେ ପାରାଲିମନି ଫାମାଗୁସ୍ତା ପ୍ରୋଭିନ୍ସର ରାଜଧାନୀ ପାଲଟିଲା ।

ସଂପ୍ରତି ଭରୋସା ଉଭୟ ଦେଶ ଭିତରେ ଏକ ସୀମା ଭଳି କାମ କରୁଛି । ଏଠାରେ କେବଳ ତୁର୍କୀସ୍ ଅ।ର୍ମି ଓ ଜାତିସଂଘର ଅଧିକାରୀମାନେ ପ୍ରବେଶ କରିପାରିବେ । ଅ।ଉ କେହି ଏଠାକୁ ଅ।ସିଲେ ଜୀବନ ଚାଲିଯିବ । ଭାବନ୍ତୁ ତ, କିଭଳି ମାନସିକତା ହୋଇଥିବ ସେଇ ଲୋକମାନଂକର, ଯେଉଁମାନେ ନିଜ ଜୀବନର ବଡ଼ ପୁଂଜି ଘର କରିବାରେ ଲଗାଇଥିଲେ, ହୋଟେଲ ଅ।ଉ ରିସୋର୍ଟ କରିଥିଲେ…ବ୍ୟବସାୟ ହେଉ କି ଚାକିରି ବାକିରି ହଉ, ଗୁଜୁରାଣ ମେଂଟାଉଥିଲେ । ସବୁ ପାଣିରେ ମିଶିଗଲା । ଯୁଦ୍ଧର ଘନଘଟା ମଣିଷର ଶାନ୍ତିକୁ ମାରିଦେଲା ତିଳ ତିଳ କରି ।

++++

ମରୁଭୂମିରେ ମଧ୍ୟ ହେଇଚି ବିକାଶ । ସବୁଅ।ଡ଼େ ବାଲି, ଅ।ଉ ସେଇ ବାଲି ଭିତରେ ସୁନ୍ଦର ସୁନ୍ଦର ଘର । କିନ୍ତୁ ଲୋକବାକ କେହି ନାହାନ୍ତି । କୁଅ।ଡ଼େ ଗଲେ? ଜଣେ ବି ଦୃଶ୍ୟମାନ ହେଉନାହାନ୍ତି? ସେଠି କେବଳ ପବନ ଅ।ଉ ସୂର୍ଯ୍ୟକିରଣର ଅ।ତଯାତ । ଭୂତ, ପ୍ରେତରେ ବିଶ୍ବାସୀ ଲୋକେ ହୁଏତ ଭାବିପାରନ୍ତି, ଭୂତ ଅ।ତଙ୍କରେ ବୋଧେ ସେଠାରେ କେହି ରହୁନାହାନ୍ତି! ପ୍ରିୟ ପାଠକଗଣ, ଶୂନଶାନ୍ ମରୁଭୂମି ଭିତରେ ଘର । ଅ।ଶ୍ଚର୍ଯ୍ୟ, ଅବିଶ୍ବସନୀୟ ମନେହେଉଥିଲେ ହେଁ ସତ । ତେବେ ମଝିରେ ମଝିରେ କିଛି ପର୍ଯ୍ୟଟକ ସେଠାକୁ ବୁଲିବାକୁ ଯାଉଛନ୍ତି । ଦିନ ଥିଲା, ସେଠି ଲୋକମାନେ ରହୁଥିଲେ, କିନ୍ତୁ ଧୂଳିଝଡ଼ ବଇରୀ ସାଜିଲା । ଏଭଳି ଧୂଳିଝଡ଼ ହେଲା ଯେ, ଘର ବି ବାଲିରେ ପୋତିହେଇଗଲା । ଯେଉଁ ଘରଗୁଡ଼ିକ ଅଳ୍ପ ପୋତିହେଇଚି, କେବଳ ସେଇ ଘରଗୁଡ଼ିକ ଦେଖିବାକୁ ମିଳିବ । ୟୁନାଇଟେଡ୍ ଅ।ରବ ଏମିରେଟ୍ସର ତୃତୀୟ ବୃହତ୍ତମ ଓ ଜନବହୁଳ ନଗରୀ ହେଉଚି ସାରଜା । ସେଇ ସାରଜାର ମରୁଭୂମି ଅଂଚଳରେ ଗଢିଉଠିଥିଲା ବସତି, ତେବେ ତାହା ଏବେ ବାଲିରେ ପୋତି ହେଇ ହେଇ ଚାଲିଚି ।

ଏହିଭଳି ଅନେକ ଅଂଚଳ, ଅନେକ ଗାଁ, ଅନେକ ସହର ଅଛି ଏ ପୃଥିବୀରେ, ଯେଉଁଠି ଅ।କାଶଛୁଅଁ। ବିକାଶ ହୋଇଛି, ହେଲେ ତାକୁ ଭୋଗ କରିବାକୁ କେହିନାହାନ୍ତି । ଏତଦ୍‌ବ୍ୟତୀତ ଅନେକ ସ୍ଥାନ ବିବାଦୀୟ ହେବା ଯୋଗୁଁ ସେଠାରେ ମଣିଷ ରହୁନହାନ୍ତି । ଉଭୟ ପକ୍ଷ ଭିତରେ ହୋଇଥିବା ଯୁଦ୍ଧ ବା ଝଗଡ଼ା, ବିବାଦ ଏଭଳି ପରିସ୍ଥିତି ଉପୁଜାଇଛି । ଭୟ ବା ଅନିଶ୍ଚିତତା କାରଣରୁ ସେଠାରେ କେହି ରହୁନାହାନ୍ତି । ଜନମୁଖରେ ଏହି ସ୍ଥାନଗୁଡ଼ିକୁ ଭୂତଙ୍କ ସହର (Ghost town) ବା ମନୁଷ୍ୟଶୂନ୍ୟ ସ୍ଥାନ(No Man’s Land) ବୋଲି କୁହାଯାଉଛି ।

                                                                                                              : ସମରେନ୍ଦ୍ର ବଳିଅ।ରସିଂହ

   Related Posts