Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ସେୟାର୍‌ ବଜାରରେ ଉତ୍ସାହ, କିନ୍ତୁ ଏନ୍‌ଏସ୍‌ଇରେ ଟେକ୍ନୋଲୋଜି ସମସ୍ୟା କାରଣରୁ ବନ୍ଦ ହୋଇଗଲା କାରବାର

24/02/2021 at 5:00 PM

ମୁମାଇ, ୨୪/୦୨: ସପ୍ତାହର ତୃତୀୟ ଦିନରେ ସେୟାର୍‌ ବଜାରର କାରବାର ଉତ୍ସାହ ଜନକ ରହିଥିବା ଦେଖିବାକୁ ମିଳିଥିଲା । ନାସ୍‌ନାଲ୍‌ ଷ୍ଟକ୍‌ ଏକ୍ସଚେଞ୍ଜ୍‌ ବା ଏନ୍‌ଏସ୍‌ଇରେ ସକାଳ ସମୟରେ ଟେକ୍ନୋଲୋଜି ଜନିତ ସମସ୍ୟା କରାଣରୁ ପାଖାପାଖି ୧୧.୪୦ ଫ୍ୟୁଚର୍ ଓ ଅପ୍ସନ୍‌ ଏବଂ ୧୧.୪୩ରେ କେଶ୍‌ ମାର୍କେଟ୍‌ର କାରବାରକୁ ବନ୍ଦ ରଖାଯାଇଥିଲା ।  ଦ୍ୱିପ୍ରହର ୩.୩୦ରେ ଏନ୍ଏସ୍‌ଇରେ ପୁନର୍ବାର କାରବାର କରାଯାଇଥିଲା । ଯେଉଁ ସମୟରେ କି ଏହି କାରବାର ବନ୍ଦ ହୋଇଥାନ୍ତା ସେହି ସମୟରେ ଏହା ଖୋଲାଯାଇଥିଲା ।

ଟେକ୍ନୋଲୋଜି ସମସ୍ୟା କାରଣରୁ ନିବେଶକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି କାରବାର ସମୟ ଆଜି ସନ୍ଧ୍ୟା ୫ଟାକୁ ଘୁଞ୍ଚାଇ ଦିଆଯାଇଛି । ସକାଳେ ବମ୍ୱେ ଷ୍ଟକ୍‌ ଏକ୍ସଚେଞ୍ଜ୍‌ ବା ବିଏସ୍‌ସିରେ ସେନ୍‌ସେକ୍ସରେ ୧୨ ଅଙ୍କ ବୃଦ୍ଧି ହେଇ ୪୯,୭୬୩.୯୪ ପଏଣ୍ଟ୍‌ରେ ବଜାର ଖୋଲିଥିଲା । ୧୦.୧୫ ସମୟରେ ଏଥିରେ ୪୧୧ ପଏଣ୍ଟ୍‌ ବୃଦ୍ଧି ହୋଇ ଏହା ୫୦,୧୬୨.୨୧ରେ ପହଞ୍ଚିଯାଇଥିଲା ।

ସେନ୍‌ସେକ୍ସ ୪ଟା ସମୟରେ ପାଖାପାଖି ୫୫୦ ଅଙ୍କର ବୃଦ୍ଧି ସହିତ ୫୦,୩୦୧.୭୯ରେ କାରବାର ହୋଇଥିଲା । ଏଥିସହିତ ନିଫ୍ଟିରେ ମଧ୍ୟ ୧୪୩.୧୦ ଅଙ୍କ ବୃଦ୍ଧି ହୋଇ ଏହା ୧୪,୮୫୦ ପଏଣ୍ଟ୍‌ରେ କାରବାର ହୋଇଛି ।

ଏନ୍‌ଏସ୍‌ଇ ଏନେଇ କହିଥିଲା ଯେ, ଆମେ ସିଷ୍ଟମ୍‌କୁ ପୁନର୍ବାର ଚାଲୁ କରିବା ପାଇଁ ଚେଷ୍ଟା କରୁଛୁ । ଟେକ୍ନୋଲୋଜିରେ କୌଣସି ସମସ୍ୟା ହୋଇଛି । ଏହି କାରଣରୁ ୧୧.୪୦ରୁ କାରବାରକୁ ସ୍ଥଗିତ ରଖାଯାଇଛି । ସମସ୍ୟାର ସମାଧାନ ହୋଇଗଲେ ପୁନର୍ବାର କାରବାର ଚାଲୁ କରାଯିବ ।     

   Related Posts