ପୃଥିବୀରୁ କିପରି ହେଲା ଡାଇନେସ୍ୱରଙ୍କ ଅନ୍ତ ? ଏନେଇ ବୈଜ୍ଞାନିକ କଲେ ଖୁଲାସା

Published By : Prameya-News7 Bureau | February 27, 2021 IST

ନୂଆଦିଲ୍ଲୀ, ୨୭/୦୨: ଆଜିଠାରୁ କୋଟି କୋଟି ବର୍ଷ ପୂର୍ବେ ଧରିତ୍ରୀ ଉପରେ ରାଜ୍‌ କରୁଥିବା ବିଶାଳକାୟ ଡାଇନେସ୍ୱରର ଅନ୍ତ କିପରି ହୋଇଥିଲା ତାହା ଏବେବେ ରହସ୍ୟ ଘେରରେ ରହିଛି । କିନ୍ତୁ ବର୍ତ୍ତମାନ ବୈଜ୍ଞାନିକମାନେ ଏହାର କାରଣ ପର୍ଯ୍ୟନ୍ତ ପହଞ୍ଚିଗଲେଣି । ମେକ୍ସିକୋର ଖାଡ଼ିରେ ଏକ କ୍ରାଟର୍‌କୁ ମିଳିଥିବା ଆଷ୍ଟୋରାଇଡ୍‌ର ଧୂଳିରୁ ଜଣାପଡ଼ିଛି ଯେ, ଏହି ମହାବିଶାଳକାୟ ଅନ୍ତରିକ୍ଷର ପଥର ୬.୬ କୋଟି ବର୍ଷ ପୂର୍ବେ ଡାଇନେଶ୍ୱର ଏବଂ ପୃଥିବୀ ଉପରେ ରହୁଥିବା ୭୫ ପ୍ରତିଶତ ଜୀବଙ୍କ ବିନାଶ କରିଥିଲା ।

{"id":415437,"sizeSlug":"large","linkDestination":"none"}

ବ୍ରୁସେଲ୍‌ର ବ୍ରିଜ୍‌ ୟୁନିଭରସିଟିର ଭୂ-ବିଜ୍ଞାନ ପ୍ରଫେସର୍‌ ଷ୍ଟିବନ୍ ଡେବିସ୍‌ ଏନେଇ କହିଛନ୍ତି, କ୍ରାଟରର ଧୂଳିକୁ ଅଧ୍ୟୟନ କରିବାରୁ ଜଣାପଡ଼ିଥିଲା ଯେ, କୋଟି କୋଟି ବର୍ଷ ପୂର୍ବରୁ ଏକ ବଡ଼ ସହରର ଆକାର ଭଳି ଧୁମକେତୁ ପୃଥିବୀ ସହ ଧକ୍କା ଖାଇବା କାରରୁ ଡାଇନେସ୍ୱର ବିନାଶ ହୋଇଯାଇଥିଲା ।

{"id":415439,"sizeSlug":"large","linkDestination":"none"}

ବିଶେଷଜ୍ଞଙ୍କ ମୁତାବକ, ଏହି ଧୂଳି ମିଳିବା ସହିତ ଡାଇନେସ୍ୱରର ବିନାଶକୁ ନେଇ ରହିଥିବା ଅନୁମାନ ମଧ୍ୟ ଶେଷ ହୋଇଯାଇଛି । ଏହି ଅଧ୍ୟୟନରେ ସାମିଲ୍‌ ପ୍ରଫେସର୍‌ ଷ୍ଟିବନ୍‌ ଗୋଡେରିସ୍‌ ଏନେଇ କହିଛନ୍ତି ଯେ, ପୃଥିବୀର ସବୁଠାରୁ ବଡ଼ ଜୀବର ମୃତ୍ୟୁକୁ ନେଇ ଦ୍ୱନ୍ଦ ଦୂର ହୋଇଯାଇଛି । ଏହା ପୂର୍ବରୁ ୨୦୧୬ରେ ଏକ ଅନ୍ତରାଷ୍ଟ୍ରିୟ ଦଳ ୧୫୦ କିଲୋମିଟରର ଗର୍ତ୍ତରେ ନମୁନାର ଛୋଟ ଛୋଟ ଅଂଶ ସଂଗ୍ରହ କରିଥିଲେ । କିନ୍ତୁ ଏଥିରେ ବିଶେଷ କିଛି ସୁଫଳ ମିଳି ନଥିଲା ।

{"id":415436,"sizeSlug":"large","linkDestination":"none"}

ପଥର ନମୁନାଗୁଡିକର ଆକଳନ କରିବା ପରେ, ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଲେ ଯେ, ଏହାରି ଭିତରେ ପ୍ରଚୁର ପରିମାଣର ଇରିଡିୟମ୍ ଅଛି । ଯାହା ପୃଥିବୀରେ ବହୁତ କ୍ୱଚିତ ଦେଖିବାକୁ ମିଳେ, କିନ୍ତୁ ଏହା ଆଷ୍ଟେରଏଡ୍ ଭିତରେ ମିଳିଥାଏ । ଇରିଡିୟମର ଏହି ସ୍ତର ସାଧାରଣ ଅପେକ୍ଷା ୩୦ ଗୁଣ ଅଧିକ । ଉଚ୍ଚ ସ୍ତରର ଇରିଡିୟମ୍ ଜୀବକୁ କ୍ଷତି ପହଞ୍ଚାଇଲା । ଅଷ୍ଟ୍ରିଆ, ବେଲଜିୟମ, ଜାପାନ, ଯୁକ୍ତରାଷ୍ଟ୍ରର ଲ୍ୟାବରେ ଏହା ପରୀକ୍ଷା କରାଯାଇଥିଲା, ଯାହା ଉପରେ ଆଧାର କରି ବୈଜ୍ଞାନିକମାନେ ସିଦ୍ଧାନ୍ତ ନେଇଥିଲେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.