୧ରୁ ପଡ଼ିବ ପ୍ରଭାବ: ବଜେଟ୍‌ରେ ପ୍ରଭାବିତ ହୋଇପାରେ ବଜାର, ବ୍ୟାଙ୍କ ଧର୍ମଘଟରୁ ପଲିସି୍ ଓ ପୁରୁଣା ଫୋନର ଆପ୍‌ ହୋଇପାରେ ସମସ୍ୟା...

Published By : Prameya-News7 Bureau | January 31, 2020 IST

ନୂଆଦିଲ୍ଲୀ୩୧/୧: ଚଳିତ ବର୍ଷ ଫେବୃଆରୀ ୧ ତାରିଖରୁ କିଛି ନିୟମରେ ହେବ ପରିବର୍ତ୍ତନ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଖବରଟି ହେଉଛି ଫେବୃଆରୀ ୧ ତାରିଖରୁ ବଜେଟ୍‌ ଅଧିବେଶନ ଆରମ୍ଭ ହେବ। ଆର୍ଥିକ ବର୍ଷ ୨୦୨୦-୨୧ର ବଜେଟ୍ ଉପସ୍ଥାପନା କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ବଜେଟ୍‌ରେ ମଧ୍ୟ ବହୁ କିଛି ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ବଜେଟ୍ ବ୍ୟତୀତ ଅନ୍ୟ କିଛି କ୍ଷେତ୍ରରେ ପରିବର୍ତ୍ତନ ହେବ।

ଜାନୁଆରୀ ୩୧ ତାରିଖ ପରେ ଭାରତୀୟ ଜୀବନ ବୀମା ନିଜର ୨୩ଟି ପଲିସି ବନ୍ଦ କରିବ। ମାତ୍ର ଫେବୃଆରୀ ୧ ତାରିଖଠାରୁ ଏଲ୍‌ଆଇସି ନିଜର କିଛି ପଲିସି ଉପରେ ରୋକ ଲଗାଇବ। ୨୦୧୯ ମସିହା ନଭେମ୍ବର ମାସରେ ଭାରତୀୟ ବୀମା ନିୟମାକ ଏବଂ ବିକାଶ ପ୍ରାଧିକରଣ ( ଆଇଆର୍‌ଡିଆଇ) ଏହି ପଲିସିଗୁଡିକୁ ବନ୍ଦ କରିବା ପାଇଁ ଜୀବନ ବୀମା କମ୍ପାନୀକୁ ଆଦେଶ ଦେଇଥିଲା। ଯାହାକି ନୂଆ ପ୍ରଡକ୍ଟ ଗାଇଡ୍‌ଲାଇନ୍ସରେ ନାହିଁ।

ଚଳିତ ବର୍ଷ ଫେବୃଆରୀ ୧ ତାରିଖରୁ ପୁରୁଣା ଆଣ୍ଡ୍ରଏଡ୍ ଓ ଆଇଓଏସ୍‌ ଅପରେଟିଂ ସିଷ୍ଟମ ଫୋନରେ ହ୍ବାଟସ୍‌ଆପ୍‌ ସପୋର୍ଟ କରିବ ନାହିଁ। ଗତ ବର୍ଷ ଡିସେମ୍ବର ମାସରେ ହ୍ବାଟସଆପ୍‌ ଏ ସଂପର୍କରେ ସୂଚନା ଦେଇଥିଲା।

ଫେବୃଆରୀ  ୧ ତାରିଖରେ IOS8 କିମ୍ବା ତାଠାରୁ ଅଧିକ ପୁରୁଣା ଭର୍ସନରେ ହ୍ବାଟସଆପ୍‌ ଚାଲିବ ନାହିଁ। ସେହିପରି ଆଣ୍ଡ୍ରଏଡ୍‌ର ୨.୩.୭ ଭର୍ସନ ବାଲା ଫୋନରେ ମଧ୍ୟ ହ୍ବାଟସଆପ୍‌ ଚାଲିବ ନାହିଁ। ସେହିପରି ଫେବୃଆରୀ ୧ ତାରିଖରେ ରୋଷେଇ ଗ୍ୟାସର ଦାମରେ ବି ପରିବର୍ତ୍ତନ ହୋଇ ପାରେ।

ଫେବୃଆରୀ ମାସରେ ଦେଶରେ ବ୍ୟାଙ୍କ କର୍ମଚାରୀମାନେ ହରତାଳ କରିବେ। ବିଭିନ୍ନ ସମସ୍ୟାକୁ ନେଇ ବ୍ୟାଙ୍କ କର୍ମଚାରୀମାନେ ଧର୍ମଘଟ କରିବେ‌ ବୋଲି ପୂର୍ବରୁ ସୂଚନା ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.