ଆଇପିଏଲର ଚାରୋଟି ଅଜବ ରେକର୍ଡ, ଏବେବି କ୍ରିକେଟପ୍ରେମୀଙ୍କ ଲାଗି ଆଶ୍ଚର୍ଯ୍ୟ

Published By : Prameya-News7 Bureau | May 22, 2020 IST

ନୂଆଦିଲ୍ଲୀ, ୨୨|୦୫: ଖେଳାଳିଙ୍କ ଠାରୁ ଆରମ୍ଭ କରି ଫ୍ୟାନ୍ ପର୍ଯ୍ୟନ୍ତ ସମସ୍ତେ ଆଇପିଏଲ ଆରମ୍ଭ ହେବା ନେଇ ଆଶା ରଖିଛନ୍ତି । ଏହି ଟୁର୍ଣ୍ଣାମେଣ୍ଟରେ ପ୍ରତିବର୍ଷ ନୂଆ ନୂଆ ଖେଳାଳି ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ସୁଯୋଗ ପାଇଥାନ୍ତି । ଆସନ୍ତୁ ଜାଣିବା ଏହି ଟୁର୍ଣ୍ଣାମେଣ୍ଟ ବାବଦରେ କିଛି ଅଜଣା କଥା ।

ଆଇପିଏଲ ଇତିହାସରେ ସବୁଠାରୁ ଅଧିକ ଡଟ୍ ବଲ ଫଙ୍ଗିଛନ୍ତି ପ୍ରବୀଣ କୁମାର

ଭାରତୀୟ ଦଳର ଦ୍ରୁତ ବୋଲର ପ୍ରବୀଣ କୁମାର ଏବେ ସୁଦ୍ଧା ୪୨୦.୪ ଓଭର ବୋଲିଂ କରିସାରିଛନ୍ତି ।ଏଥିରେ ସେ ୧୦୭୫ଟି ଡଟ୍ ବଲ ଫଙ୍ଗିଛନ୍ତି । ଅର୍ଥାତ ଏହି ବଲରୁ ବ୍ୟାଟସମ୍ୟାନମାନେ କୌଣସି ରନ ହାସଲ କରିପାରି ନାହାଁନ୍ତି । ତେବେ ସେ ୧୧୯ଟି ମ୍ୟାଚରୁ ମାତ୍ର ୯୦ଟି ଓ୍ୱିକେଟ ନେଇଥିଲେ ମଧ୍ୟ ତାଙ୍କର ଅଧିକ ବଲ୍ ଡଟ୍ ରହିଛି । ଆଇପିଏଲ ଇତିହାସରେ ତାଙ୍କର ଇକୋନୋମୀ ରହିଛି ୭.୭୩ । ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ଲସିଥ ମାଲିଙ୍ଗା ଓ ହରଭଜନ ସିଂ ରହିଛନ୍ତି ।ଉଭୟ ୧୦୬୦ଟି ଡଟ୍ ବଲ ଫିଙ୍ଗିଛନ୍ତି ।

{"id":274147,"width":745,"height":423,"sizeSlug":"large"}

ସବୁଠାରୁ ଅଧିକ କ୍ୟାଚ ନେଇଛନ୍ତି ରାଇନା

ଆଇପିଏଲ ଇତିହାସରେ ସବୁଠାରୁ ଅଧିକ କ୍ୟାଚ ନେଇଥିବା ଖେଳାଳି ତାଲିକାରେ ଭାରତୀୟ ବ୍ୟାଟସମ୍ୟାନ ସୁରେଶ ରାଇନା ରହିଛନ୍ତି । ସେ ୧୬୧ଟି ଆଇପିଏଲରେ ୮୬ଟି କ୍ୟାଚ ଧରିଛନ୍ତି । ରାଇନା ଚେନ୍ନାଇ ସୁପର କିଙ୍ଗସ୍ ଓ ଗୁଜୁରାଟ ଲାୟନ୍ସ ତରଫୁ ଖେଳି ସାରିଛନ୍ତି । ଚଳିତ ସିଜିନରେ ମଧ୍ୟ ସେ ଚେନ୍ନାଇ ତରଫରୁ ଖେଳିବେ ।

{"id":274148,"width":748,"height":498,"sizeSlug":"large"}

ସବୁଠାରୁ ଅଧିକ ଓ୍ୱିକେଟ୍ ନେଇଛନ୍ତି ମାଲିଙ୍ଗା

ଶ୍ରୀଲଙ୍କାର ଦ୍ରୁତ ବୋଲର ଲସିଥ ମାଲିଙ୍ଗା ଆଇପିଏଲରେ ସବୁଠାରୁ ଅଧିକ ଓ୍ୱିକେଟ ନେଇଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସକୁ ଚାମ୍ପିଅନ କରିବାରେ ମଧ୍ୟ ମାଲିଙ୍ଗାଙ୍କ ଯୋଗଦାନ ରହିଛି । ସେ ୨୦୦୮ରୁ ଏବେ ସୁଦ୍ଧା ୧୧୦ଟି ମ୍ୟାଚ ଖେଳି ୧୫୪ଟି ଓ୍ୱିକେଟ ନେଇଛନ୍ତି ।

{"id":274149,"width":743,"height":495,"sizeSlug":"large"}

୧୩ ଥର ୦ରେ ଆଉଟ ହୋଇଛନ୍ତି ହରଭଜନ

ଆଇପିଏଲ ଇତିହାସରେ ଭାରତୀୟ ବୋଲର ହରଭଜନ ସିଂ ସର୍ବାଧିକ ୧୩ ଥର ୦ରେ ଆଉଟ ହୋଇଛନ୍ତି । ସେ ୨୦୦୮ରେ ମୁମ୍ବାଇ ଇଣ୍ଡିଆନ୍ସ ସହ ଜଡିତ ଥିଲେ କିନ୍ତୁ ଏହି ସିଜିନରେ ସେ ଚେନ୍ନାଇ ସୁପର କିଙ୍ଗସରେ ସାମିଲ ହୋଇଛନ୍ତି  ।

{"id":274150,"width":755,"height":503,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.