Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚୋରା ବାଲି କାରବାରରୁ ହତ୍ୟା, ଶ୍ରମିକଙ୍କ ଉପରେ ଚଢାଇଦେଲେ ଟ୍ରାକ୍ଟର !
  • ||
  • ରାଜ୍ୟରେ ୧୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୯୮୩୩ କୋଭିଡ୍ ପଜିଟିଭ୍, ୧୧୮୭୨୯୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଶିବାଡ ଘାଟିରେ ଓଲଟିଲା ଇସପାତ୍, ୮ ଗୁରୁତର
  • ||
  • ଶୁକ୍ରବାରଠୁ ଲିଭିବ ଅମର ଯବାନ ଜ୍ୟୋତି : ୫୦ ବର୍ଷ ତଳେ ଶୁଭାରମ୍ଭ କରିଥିଲେ ଇନ୍ଦିରା ଗାନ୍ଧୀ
  • ||
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

ସମୁଦ୍ରପଥରେ ଫେରୁଛନ୍ତି ୨୭ ଓଡ଼ିଆ, ସୂଚନା ମିଳିବା ପରେ ପୋଲିସ-ପ୍ରଶାସନ ସଜାଗ

20/04/2020 at 1:55 PM

ପାତ୍ରପୁର ୨୦।୦୪: ଚେନ୍ନାଇରୁ ସମୁଦ୍ର ପଥରେ ୨୭ ଜଣ ଓଡ଼ିଆ ଗଞ୍ଜାମ ଜିଲ୍ଲା ଭିତରକୁ ପ୍ରବେଶ କରୁଥିବା ସୂଚନା ମିଳିଛି । ଏକ ଡଙ୍ଗାରେ ସେମାନେ ଆସୁଥିବା ଖବର ମିଳିଛି । ୨୭ ଜଣ ଓଡ଼ିଆ ଗଞ୍ଜାମ ଉପକୂଳରେ ପହଞ୍ଚିବା ସମ୍ଭାବନା ରହିଥିବା କୁହାଯାଇଛି । ଆନ୍ଧ୍ର ପ୍ରଦେଶ ପୋଲିସ ଚିକିଟି ବ୍ଲକ୍‌ ପ୍ରଶାସନକୁ ଜଣାଇଛନ୍ତି । ସୂଚନା ମିଳିବା ପରେ ଓଡ଼ିଶା ପୋଲିସ ସତର୍କ ହୋଇଛି । ସନ୍ଧ୍ୟା ସୁଦ୍ଧା ସେମାନେ ଗଞ୍ଜାମ ଜିଲ୍ଲାର ଚିକିଟି ବ୍ଲକ୍‌ ଅନ୍ତର୍ଗତ ପାତିସୁନପୁରଠାରୁ ୫ କିମି ଦୂର ଇଚ୍ଛାପୁର ନିକଟ ଡଙ୍କୁରୁ ପହଞ୍ଚିଥିବା କୁହାଯାଉଛି ।

ପୋଲିସ ଓ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଭୟରେ ସେମାନେ ମଧ୍ୟରାତ୍ରରେ ସମୁଦ୍ରତଟରେ ଓହ୍ଲାଇବା ସମ୍ଭାବନା ରହିଥିବା ପୋଲିସ ଅନୁମାନ କରିଛି । ଚିକିଟି ଏବିଡିଓ ତଥା ଆନ୍ଧ୍ର-ଓଡ଼ିଶା ସୀମାନ୍ତ ବଳରାମପର ଚେକ୍‌ପୋଷ୍ଟ ଦାୟିତ୍ୱରେ ଥିବା ମାଜିଷ୍ଟ୍ରେଟ୍‌ ରମାକାନ୍ତ ସାହୁଙ୍କ ସୂଚନା ଅନୁସାରେ, ଆନ୍ଧ୍ରର ଏକ ପୋଲିସ କର୍ମଚାରୀ ବଳରାମପୁର ଚେକ୍‌ପୋଷ୍ଟରେ ମୌଖିକ ସୂଚନା ଦେବା ପରେ ରାମେୟାପାଟଣା, ପାତିସୁନପୁର, ମେରାଇନ୍‌ ଥାନା ଆଇଆଇସି, ଗାଁ ନାଇଡ଼ୁ ଓ ଗ୍ରାମବାସୀଙ୍କୁ ସତର୍କ କରାଯାଇଛି । ସମସ୍ତେ ଚିକିଟି ବ୍ଲକ୍‌ ଅଞ୍ଚଳର ହୋଇଥିବା ଅନୁମାନ କରାଯାଇଛି । କରୋନା ସଂକ୍ରମଣ ରୋକିବାକୁ ଜିଲ୍ଲା ଓ ରାଜ୍ୟ ସୀମା ସିଲ୍‌ କରିଛି ପ୍ରଶାସନ । ଓଡ଼ିଶା ସୀମାକୁ ଲାଗି ରହିଥିବା ଆନ୍ଧ୍ର ପ୍ରଦେଶ ପ୍ରବେଶ ପଥ ମଧ୍ୟ ସିଲ୍‌ ହୋଇଛି ।

ସୀମାନ୍ତ ବଳରାମପୁର ଛକରେ ଓଡ଼ିଶା ପୋଲିସ ସ୍ଥାପନ କରିଛି ଚେକ୍‌ ପୋଷ୍ଟ । ଏଣୁ ଚେନ୍ନାଇରୁ ଜଳପଥରେ ଡଙ୍ଗାରେ ଫେରୁଥିବା ୨୭ ଜଣ ଓଡ଼ିଆ ଲୋକ ଗଞ୍ଜାମ ଜିଲ୍ଲା ଉପକୂଳରେ ପହଞ୍ଚି ଗାଁକୁ ଫେରିବା ଯୋଜନା କରିଥିବା ବେଳେ ସଂକ୍ରମଣ ଆଶଙ୍କାରେ ସେମାନଙ୍କୁ ଧରି ନେଇ କ୍ୱରେଣ୍ଟାଇନ୍‌ରେ ଭର୍ତ୍ତି କରିବାକୁ ପୋଲିସ ଓ ପ୍ରଶାସନ ଆଜି ରାତି ଉଜାଗର ରହିଛନ୍ତି । ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି, ଚେନ୍ନାଇରୁ ୨୦ରୁ ଉଦ୍ଧ୍ୱର୍ ଓଡ଼ିଆ ଡଙ୍ଗାରେ ଫେରୁଥିବା ନିର୍ଦ୍ଦିଷ୍ଟ ସୂଚନା ମିଳିଛି । ସେମାନଙ୍କୁ ଠାବ କରାଯାଇଛି । ସମସ୍ତେ ଆଜି ମଧ୍ୟରାତ୍ର ସୁଦ୍ଧା ପାତିସୁନାପୁର ସମୁଦ୍ର କୂଳରେ ପହଞ୍ଚିବା ଅନୁମାନ କରାଯାଇ ପୁଲିସ ଓ ପ୍ରଶାସନିକ ଅଧିକାରୀଙ୍କୁ ମୁତୟନ କରାଯାଇଛି ।

   Related Posts