Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଡବଲ ଡୋଜ୍ ଭାକ୍ସିନ ନେଇଥିଲେ ବି କରୋନା ସଂକ୍ରମିତ ହେଉଛନ୍ତି କିଛି ଲୋକେ, ଚିନ୍ତାରେ ସରକାର, ଗଠନ କଲେ ଟେକ୍ନିକାଲ କମିଟି

19/06/2021 at 7:13 PM

ଭୁବନେଶ୍ଵର ୧୯।୦୬:  ଡବଲ ଡୋଜ୍ ଭାକ୍ସିନ ନେବା ପରେ ବି କରୋନା ହେବନି ତାହା ଭାବିବା ଭୁଲ୍ । ତେଣୁ ଠିକ୍ ଭାବେ କୋଭିଡ୍ ଗାଇଡଲାଇନ୍ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି ସ୍ଵାସ୍ଥ୍ୟ ନିର୍ଦ୍ଦେଶକ । ଟିକା ନେଲେ ୭୦ରୁ ୯୦ପ୍ରତିଶତ ସୁରକ୍ଷିତ ରହିବେ କିନ୍ତୁ  କରୋନା ଟିକା ନେବା ପରେ ମୃତ୍ୟୁ ଘଟଣା ନେଇ ସର୍ଭେ କରୁଛନ୍ତି ବୈଷୟିକ କମିଟି । କିଛି ଘଟଣାରେ  ଡବଲ ଡୋଜ୍ ନେବାର କେତେ ଦିନ ପରେ ମୃତ୍ୟୁ ହୋଇଛି ତାର ଅନୁଧ୍ୟାନ କରାଯାଉଛି  । ତେବେ ଭାକ୍ସିନ ନେବା ପରେ ୭୫ ପ୍ରତିଶତ ଲୋକଙ୍କୁ ମେଡିକାଲ ଯିବାକୁ ପଡ଼ୁନି ବୋଲି କହିଛନ୍ତି ILS ନିର୍ଦ୍ଦେଶକ ।

ଡବଲ ଡୋଜ୍ ଭାକ୍ସିନ ନେଇଥିଲେ ବି କିଛି ଲୋକ କରୋନା ସଂକ୍ରମିତ ହେଉଛନ୍ତି । ତାକୁ ନେଇ ଚିନ୍ତାରେ ରାଜ୍ୟ ସରକାର । ଏହା ଉପରେ ପରୀକ୍ଷା ନିରୀକ୍ଷା କରିବାକୁ ସରକାର ଟେକ୍ନିକାଲ କମିଟି ଗଠନ କରିଛନ୍ତି । ଆଇଏଲସ୍ ନିର୍ଦ୍ଦେଶକ ଅଜୟ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଥିବା ୮ଜଣିଆ କମିଟି ଆଜିଠାରୁ ତା’ର ତର୍ଜମା ଆରମ୍ଭ କରିଛି ।  ଏହି କମିଟି ବିଶେଷକରି ୪ଟି ଦିଗ ଉପରେ କାର୍ଯ୍ୟ କରିବେ ।  ୧- ରାଜ୍ୟରେ କେତେ ଲୋକଙ୍କୁ ଦୁଇ ଡୋଜ୍ ଭ୍ୟାକ୍ସିନ ନେବା ପରେ ସଂକ୍ରମଣ ହୋଇଛି । ୨- ଦୁଇ ଡୋଜ ନେବାର କେତେ ଦିନ ପରେ ସେମାନଙ୍କୁ ସଂକ୍ରମଣ ହୋଇଛି । ୩- ଯଦି ସଂକ୍ରମଣ ହୋଇଛି ତେବେ ସିଭିୟରିଟି କେତେ ଥିଲା । ୪- ଯଦି ସିଭିୟରିଟି ଥିଲା ଡେଥ୍ ହୋଇଛି, ତେବେ ତାଙ୍କ ଭିତରେ କିଛି ଅଲଗା ରୋଗ ଥିଲା ନା’ ଏହା ସମ୍ପୂର୍ଣ୍ଣ କୋଭିଡ୍ ଡେଥ୍ । ଏହା ଉପରେ କମିଟି ଡାଟା ପ୍ରସ୍ତୁତ କରି ତର୍ଜମା କରୁଛନ୍ତି । ତେବେ ଏଥି ପାଇଁ କିଛି ସମୟ ଲାଗବ । ସେଥିପାଇଁ  ଡବଲ ଡୋଜ୍ ଭାକ୍ସିନ ନେବା ପରେ ମଧ୍ୟ ସମସ୍ତେ କୋଭିଡ୍ ନିୟମ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ଓଡ଼ିଶାରେ ଟିକା ନେବା ପରେ କେତେ ଲୋକଙ୍କର ମୃତ୍ୟୁ ହୋଇଛି ତା’ର ତର୍ଜମା କରାଯାଉଛି । ଦରକାର ପଡ଼ିଲେ ଅନ୍ୟ ଏକ୍ସପର୍ଟମାନଙ୍କ ସହାୟତା ନିଆଯିବ ବୋଲି ସୂଚନା ଦେଇଛନ୍ତି ILS ନିର୍ଦ୍ଦେଶକ ଅଜୟ ପରିଡ଼ା। ତେବେ ICMR ଡାଟା ଅନୁଯାୟୀ ଦେଶରେ ଟିକାର ପ୍ରଥମ ଡୋଜ୍ ନେଇ ୦.୦୪ ପ୍ରତିଶତ ଏବଂ ଦ୍ବିତୀୟ ଡୋଜ୍ ନେଇ ୦.୦୩ ପ୍ରତିଶତ ସଂକ୍ରମିତ ହୋଇଛନ୍ତି ।

ଏହାରି ଭିତରେ ଭଲ ଖବର ହେଉଛି ଯେ, ଭାକ୍ସିନେସନ ପରେ ୭୫ ପ୍ରତିଶତ ଲୋକଙ୍କୁ ମେଡିକାଲ ଯିବାକୁ ପଡ଼ୁନାହିଁ । ସେହିଭଳି ଦେଶରେ ଏବେ ୨୮ଟି ଲ୍ୟାବରେ ୪୦ହଜାର ସାମ୍ପଲର ଜିନମ ସିକ୍ୟୁଏନ୍ସିଂ କରାଯାଇଛି। ବିହାର, ଛତିଶଗଡ଼, ଓଡ଼ିଶା ଓ ଝାଡ଼ଖଣ୍ଡର ସାମ୍ପଲକୁ ନେଇ ILSରେ ଜିନମ ସିକ୍ୟୁଏନ୍ସିଂ ହେଉଥିବା ବେଳେ ଦେଶରେ ଏଯାଏଁ ୬ଟି କେସରେ ଡେଲଟା ପ୍ଲସ ଭାଇରସ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ILS ନିର୍ଦ୍ଦେଶକ ।

ସୂଚନାଯୋଗ୍ୟ, ୨୪ଘଣ୍ଟା ଭିତରେ  ରାଜ୍ୟରେ ୬୪ ହଜାର ୧୧୨ ଜଣଙ୍କର କୋଭିଡ୍ ଟେଷ୍ଟ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ହଜାର ୪୨୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଦୈନିକ ସଂକ୍ରମଣ ହାର ରହିଛି ୫ ଦଶମିକ ୩୪ ପ୍ରତିଶତ। 

   Related Posts