Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର : ଗୋଶାଳା କଲପଡାରେ ଖାଲରେ ଖସିପଡି ୨ ଶିଶୁ ମୃତ
  • ||
  • ଢେଙ୍କାନାଳ : ଭିଜିଲାନ୍ସ ଜାଲରେ ଥାନା ଅଧିକାରୀ, ଯୌତୁକ ମାମଲାରେ ଦଫା କାଟିବାକୁ ନେଉଥିଲେ ୬ହଜାର ଟଙ୍କା
  • ||
  • ନବରଙ୍ଗପୁର : କୁନ୍ଦେଇ ସରପଞ୍ଚ ନିଲମ୍ବିତ, ଭାରତମାଳା ଯୋଜନାକୁ ବିରୋଧ କରିବାରୁ କାର୍ଯ୍ୟାନୁଷ୍ଠାନ
  • ||
  • ୨ ଦିନିଆ କନ୍ଧମାଳ ଗସ୍ତରେ ଶିଶୁ ସୁରକ୍ଷା ଅଧିକାର ଅଧ୍ୟକ୍ଷା
  • ||
  • ବ୍ରହ୍ମପୁର : ବ୍ରହ୍ମପୁର ଫାଷ୍ଟଗେଟ୍ ଅଞ୍ଚଳରୁ ଜଣଙ୍କ ମୃତଦେହ ଠାବ, ହତ୍ୟା ସନ୍ଦେହ
  • ||
  • ନୀଳଗିରି: ହାତୀ ଆତଙ୍କରେ ଅଞ୍ଚଳବାସୀ
  • ||
  • ମାଲକାନଗିରି : ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ
  • ||
  • କେନ୍ଦୁଝର : ବାଇକ୍ ଧକ୍କାରେ ଜଣେ ଗୁରୁତର, ମେଡିକାଲରେ ଭର୍ତ୍ତି
  • ||

କରୋନା ଭୟରେ BMCର କିଛି ଅଞ୍ଚଳ ସିଲ୍‌

10/06/2020 at 2:55 PM

ଭୁବନେଶ୍ୱର ୧୦।୦୬ : ଆଉ କେଉଁଠି ନୁହେଁ, ସହରରେ କରୋନା ମୁକାବିଲା ଦାୟିତ୍ୱ ମୁଣ୍ଡାଇଥିବା ବିଏମ୍‌ସିର ନିଜ ଅଫିସ୍‌ରେ ଏବେ କରୋନା ଭୟ ପଶିଛି । ବିଏମ୍‌ସି ପ୍ଲାନିଂ ସେକ୍ସନର ଜଣେ ବରିଷ୍ଠ ଅଧିକାରୀଙ୍କଠାରେ କରୋନା ଲକ୍ଷଣ ବାହାରିବା ପରେ ହଇଚଇ ସୃଷ୍ଟି ହୋଇଛି । ଉକ୍ତ ଅଫିସରଙ୍କୁ କ୍ୱାରେଣ୍ଟାଇନ୍‌କୁ ପଠାଯାଇଛି । ତାଙ୍କ ସ୍ୱାବ୍‌ ନମୁନା ପରୀକ୍ଷା ପାଇଁ ଯାଇଛି । ବୁଧବାର ତାଙ୍କ ରିପୋର୍ଟ ଆସିପାରେ ବୋଲି ଜଣାପଡିଛି । 

ଉକ୍ତ ପ୍ଲାନିଂ ସେକ୍ସନର ଏହି ଅଧିକାରୀଙ୍କୁ ଦୁଇ ଦିନ ତଳେ ଭୀଷଣ ଜ୍ୱର ହୋଇଥିଲା । ଦେହରେ କୋଭିଡ୍‌ ଲକ୍ଷଣ ଦେଖାଦେବାରୁ ସେ ୧୦୪କୁ ଫୋନ୍‌ କରି ଜଣାଇଥିଲେ । ତାଙ୍କୁ ଏମସ୍‌ ନିଆଯାଇଥିଲା । ତାଙ୍କ ସ୍ୱାବ୍‌ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି । ଅଧିକାରୀ ରିପୋର୍ଟ ଆସିନି ବୋଲି ବିଏମ୍‌ସି ଡେପୁଟି କମିଶନର (ପରିମଳ) ଶୁଭେନ୍ଦୁ କୁମାର ସାହୁ କହିଛନ୍ତି । ବୁଧବାର ତାଙ୍କ ରିପୋର୍ଟ ଆସିପାରେ ବୋଲି ବିଏମ୍‌ସି ସୂତ୍ରରୁ ଜଣାପଡ଼ିଛି । ବିଏମ୍‌ସି ଅଫିସ୍‌ର ଜଣେ ଅଧିକାରୀଙ୍କଠାରେ ଏଭଳି ଲକ୍ଷଣ ବାହାରିବା ପରେ ସମସ୍ତଙ୍କ ଚିନ୍ତା ବଢ଼ିଯାଇଛି । ଏହାକୁ ନେଇ ତଳୁ ଉପର ଅଧିକାରୀଙ୍କ ମୁଣ୍ଡବିନ୍ଧା ହୋଇଛି । ପ୍ଲାନିଂ ସେକ୍ସନ୍‌ ସମେତ ପାଖରେ ଥିବା କିଛି ସେକ୍ସନ୍‌କୁ ସିଲ୍‌ କରି ଦିଆଯାଇଛି । ପୂରା ଅଫିସ୍‌କୁ ବିଶୋଧନ କରାଯାଇଛି ।  

   Related Posts