Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ଦ୍ରୌପଦୀଙ୍କର ଏମିତି ଏକ ରହସ୍ୟ ଯାହା ପାଣ୍ଡବମାନଙ୍କୁ ମଧ୍ୟ ଆଚମ୍ବିତ କରିଥିଲା, ଜାଣନ୍ତୁ କଣ ସେ ରହସ୍ୟ ….

29/12/2018 at 11:41 AM

ବିଶ୍ୱର ସବୁଠୁ ବଡ ପୁରାଣ ହେଉଛି ମହାଭାରତ। ପଣ୍ଡିତମାନେ ମହାଭାରତକୁ ଭିନ୍ନ ବିନ୍ନ ଭାବେ ବିଖ୍ୟା କରିଆସିଛନ୍ତି। ତଥାପି ଏହାର ଅନେକ ରହସ୍ୟ ଆଜି ମଧ୍ୟ ଉନ୍ମୋଚିତ ହୋଇପାରିନାହିଁ। ମହାଭାରତରେ ଏମିତି ମଧ୍ୟ କିଛି ଘଟଣା ଅଛି ଯାହା ଲୋକଙ୍କୁ ଅଜଣା। ମହାଭାରତର ଏକ ମୁଖ୍ୟ ଚରିତ୍ର ହେଉଛନ୍ତି ଦ୍ପଦୀ। ଦ୍ରୁପଦ ରାଜାଙ୍କ କନ୍ୟା। ସ୍ବୟମ୍ବର ସଭାରେ ଛଦ୍ମବେଶରେ ଥିବା ପଞ୍ଚୁପାଣ୍ଡବଙ୍କ ମଧ୍ୟରୁ ଧନୁର୍ଦ୍ଧର ଅର୍ଜ୍ଜୁନ ମୁଣ୍ଡ ଉପରେ ଘୂରୁଥିବା ମାଛକୁ ତଳେ ରଖାଯାଇଥିବା ପାଣି ପାତ୍ରରେ ଦେଖି ତାର ଆଖିକୁ ଲକ୍ଷ୍ୟ ଭେଦ କରିଥିଲେ ଓ ଦ୍ରୌପଦୀଙ୍କୁ ବିବାହ କରିଥିଲେ। କିନ୍ତୁ ପରିସ୍ଥିତି ଚକ୍ରରେ ଦୌପଦୀ କେବଳ ଅର୍ଜ୍ଜୁନଙ୍କ ପତ୍ନୀ ନହୋଇ ପଞ୍ଚୁପାଣ୍ଡବଙ୍କ ପତ୍ନୀ ହୋଇଥିଲେ। ପଞ୍ଚୁପାଣ୍ଡବଙ୍କୁ ଦୌପଦୀ ପ୍ରଚଣ୍ଡ ପ୍ରେମ ମଧ୍ୟ କରୁଥିଲେ । ତେବେ ଆଜି ଆପଣଙ୍କୁ ଆମେ ଦୌପଦୀଙ୍କ ପ୍ରେମ ବିଷୟରେ ଏମିତି ଏକ ରହସ୍ୟ କଥା କହିବୁ ଯାହା ଆପଣ ମଧ୍ୟ ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ।

ମହାଭାରତର ସବୁଠୁ ସୁନ୍ଦର ଓ ରହସ୍ୟମୟୀ ମହିଳା ହେଲେ ଦ୍ରୌପଦୀ। ପଞ୍ଚୁ ପାଣ୍ଡବଙ୍କ ସ୍ତ୍ରୀ ହେବା ସହ ସେ ବିଶ୍ୱର ସବୁଠୁ ଶ୍ରେଷ୍ଠତମ ଓ ଗୁଣବାନ ମହିଳା ଥିଲେ। ଆସନ୍ତୁ ଜାଣିବା ପଞ୍ଚୁ ପାଣ୍ଡବଙ୍କ ମଧ୍ୟରୁ ଦ୍ରୌପଦୀଙ୍କର କାହା ପାଇଁ ଅଧିକ ପ୍ରେମ ଥିଲା। ଦ୍ରୌପଦୀ ଅଧିକାଂଶ ସମୟରେ ଭ୍ରମଣ କରିବାକୁ ଯାଆନ୍ତି। ଥରେ ଭ୍ରମଣ କରିବା ସମୟରେ ସେ ଗଛରେ ଝୁଲୁଥିବା ଅଂଗୁର ପେନ୍ଥାକୁ ଦେଖିଲେ। ଅଂଗୁର ପେନ୍ଥା ସୁନ୍ଦର ହୋଇଥିବାରୁ ତାକୁ ଗଛରୁ ତୋଳିଲେ। ସେଇ ସମୟରେ ସେଠାରେ ସ୍ୱୟଂ ଶ୍ରୀକୃଷ୍ଣ ପ୍ରକଟ ହୋଇଥିଲେ। ଶ୍ରୀକୃଷ୍ଣ ଦ୍ରୌପଦୀଙ୍କୁ କହିଥିଲେ ଯେ ସେଇ ଅଂଗୁର ପେନ୍ଥା ଭୋଜନ ଦ୍ବାରା ଜଣେ ଋଷୀଙ୍କ ବ୍ରତ ଭାଙ୍ଗିଥାନ୍ତା। ସମସ୍ତେ ଏହି କଥା ଶୁଣି ଡରିଯାଇ ଋଷିଙ୍କ କୋପରୁ ରକ୍ଷା ପାଇଁ ଶ୍ରୀକୃଷ୍ଣଙ୍କ ପରାମର୍ଶ ଲୋଡିଥିଲେ ।

ଅଂଗୁର ପେନ୍ଥା କିଭଳି ପୁଣି ଗଛରେ ଯୋଡି ହୋଇଯିବ ତାର ଉପାୟ କହିଥିଲେ। ଶ୍ରୀକୃଷ୍ଣ କହିଥିଲେ ଯେ, ସେଠାରେ ଥିବା ପଞ୍ଚୁପାଣ୍ଡବ ଏବଂ ଦ୍ରୌପଦୀ ଯଦି ନିଜ ନିଜର ରହସ୍ୟ କିଛି ନଲୁଚାଇ ପ୍ରକାଶ କରିବେ ତାହେଲେ ଅଂଗୁର ପେନ୍ଥା ପୁଣି ଅଙ୍ଗୁର ଲତାରେ ଯୋଡି ହୋଇଯିବ ।  ଏହାପରେ ସେ ଅଙ୍ଗୁରକୁ ଅଙ୍ଗୁର ଲତାର ଠିକ୍ ତଳେ ରଖିଲେ। ସେ କହିଥିଲେ ଯେ, ଯଦି କିଏ ମିଛ କହେ ତାହେଲେ ଅଂଗୁର ଆଉ ଗଛରେ ଯୋଡି ହେବ ନାହିଁ। ଏବଂ ଋଷି ପ୍ରତ୍ୟାବର୍ତ୍ତନ କରିବା ପରେ ତାଙ୍କ ରୋଷର ଶିକାର ହେବାକୁ ପଡିବ।

ଫଳରେ ପ୍ରଥମେ ଯୁଦ୍ଧିଷ୍ଠିର କହିଥିଲେ ଯେ ଅନ୍ୟାୟ, ଅର୍ଧମ ବଦଳରେ ସତ୍ୟ ଏବଂ ଧର୍ମର ପ୍ରସାର ହବା ଉଚିତ୍। ଏହା କହିଥିବାରୁ ଅଂଗୁର ପେନ୍ଥା ଅଙ୍ଗୁର ଲତାର ଶାଖା ଆଡକୁ ଉଠି ଶୂନ୍ୟରେ ଝୁଲି ରହିଲା । ଏହାର ଅର୍ଥ ଯୁଦ୍ଧିଷ୍ଠିର ଠିକ କହିଥିଲେ । ଯୁଦ୍ଧିଷ୍ଠିରଙ୍କ ପରେ ଭୀମ କହିଥିଲେ ଯେ ଖାଦ୍ୟ, ଯୁଦ୍ଧ ଓ ନିଦ୍ରାପ୍ରତି ସେ ପ୍ରଚଣ୍ଡ ଆସକ୍ତ । ତାଙ୍କ ଗଦାରେ କିଏ ଲାଗିଲେ ତାଙ୍କ କ୍ରୋଧର ସାମ୍ନା କରିବାକୁ ପଡିବ। ଭୀମଙ୍କର ଏହି ବକ୍ତବ୍ୟ ପରେ ଫଳ ଆଉ ଟିକେ ଉପରକୁ ଉଠିଥିଲା।

ଭୀମଙ୍କ ପରେ ଅର୍ଜ୍ଜୁନ କହିଥିଲେ ଯେ ଖ୍ୟାତି ଏବଂ ପ୍ରତିଷ୍ଠା ତାଙ୍କର ପ୍ରାଣଠୁ ଅଧିକ ପ୍ରିୟ। ତାଙ୍କ ଜୀବନର ମୁଖ୍ୟ ଉଦେଶ୍ୟ କର୍ଣ୍ଣଙ୍କୁ ବଧ କରିବା। ନକୁଳ ଓ ସହଦେବ ମଧ୍ୟ ଏହା ପରେ ସେମାନଙ୍କ ସତ୍ୟ କହିଥିଲେ। ଯେତେବେଳେ ଦ୍ରୌପଦୀଙ୍କ ପାଳି ଆସିଲା ସେ ତାଙ୍କ ତାଙ୍କ ବକ୍ତବ୍ୟରେ ପଞ୍ଚୁ ପାଣ୍ଡବଙ୍କ ବିଷୟରେ କହିଥିଲେ। ସେ କହିଥିଲେ ଯେ ତାଙ୍କ ପାଞ୍ଚ ଜଣ ସ୍ୱାମୀ ତାଙ୍କ ପଞ୍ଚ ଇନ୍ଦ୍ରିୟ ଭଳି। ତେବେ ଅଂଗୁର ପେନ୍ଥା ଯେଉଁ ଜାଗାରେ ଥିଲା ସେଇଠି ହିଁ ରହିଲା ଏବଂ ଏହା ଜମା ଶାଖା ଆଡକୁ ଅଗ୍ରସର ହୋଇନଥିଲା ।  ଫଳରେ ଶ୍ରୀକୃଷ୍ଣ ଏବଂ ପଞ୍ଚୁ ପାଣ୍ଡବ ବୁଝିଗଲେ ଯେ ଦ୍ରୌପଦୀ ଏବେ ବି କିଛି ରହସ୍ୟ ଲୁଚାଇଛନ୍ତି। ସମ୍ପୂର୍ଣ୍ଣ ସତ୍ୟ କହିବାପାଇଁ ଦ୍ରୌପଦୀଙ୍କୁ ଶ୍ରୀକୃଷ୍ଣ ପ୍ରବର୍ତ୍ତାଇଥିଲେ । ଏହା ପରେ ଦ୍ରୌପଦୀ କହିଥିଲେ ଯେ ପଞ୍ଚୁ ପାଣ୍ଡବଙ୍କ ବ୍ୟତୀତ ସେ କର୍ଣ୍ଣଙ୍କୁ ମଧ୍ୟ ଭଲ ପାଆନ୍ତି। କିନ୍ତୁ ଜାତିଗତ କାରଣରୁ ସେ କର୍ଣ୍ଣଙ୍କୁ ବିବାହ କରିପାରିନଥିଲେ। ଯଦି ସେ କର୍ଣ୍ଣଙ୍କୁ ବିବାହ କରିଥାନ୍ତେ ତାହାଲେ ସେ ଆଜି ସମସ୍ତଙ୍କର ଏଭଳି ଦୁର୍ଦଶା ହୋଇନଥାନ୍ତା। ଏହା ଶୁଣି ସମସ୍ତେ ଚକିତ ହୋଇଥିଲେ। ତେବେ ପଞ୍ଚୁ ପାଣ୍ଡବଙ୍କ ହୃଦବୋଧ ହୋଇଥିଲା ଯେ ଆଜି ଯାଏଁ ଦ୍ରୌପଦୀଙ୍କ ଅନେକ ଇଚ୍ଛାକୁ ସେମାନେ ନଜରଅନ୍ଦାଜ କରିଛନ୍ତି।

   Related Posts