ଦୁଃସାହସିକ ଓ ବିପଦସଙ୍କୁଳ ଏଭେରେଷ୍ଟ ଆରୋହଣକୁ ନେଇ ତିଆରି ହୋଇଛି ଅନେକ ଆନ୍ତର୍ଜାତିକ ଫିଲ୍ମ, ଜାଣନ୍ତୁ ସେଗୁଡିକ କ’ଣ

Published By : Prameya-News7 Bureau | May 30, 2019 IST

ଭୁବନେଶ୍ବର ୩୦|୫: ଏଭେରେଷ୍ଟର ଦୁଃସାହାସିକ ଯାତ୍ରା ସମୟରେ ଓଡିଶାର ମହିଳା ପର୍ବତାରୋହୀ କଳ୍ପନା ଦାଶଙ୍କ ମୃତ୍ୟୁ ଘଟିଲା ।ପବିତ୍ର ହିମାଳୟ ପର୍ବତର ସର୍ବୋଚ୍ଚ ଶୃଙ୍ଗ ହେଉଛି ଏଭରେଷ୍ଟ । ଆମ ପୁରାଣରେ ହିମାଳୟକୁ ଅତି ପବିତ୍ର ମନେ କରାଯାଏ । ହେଲେ ଅସଲରେ ଏହା ଯେତିକି ପବିତ୍ର ମନେହୁଏ ସେତିକି ଭୟଙ୍କର ଏହାର ପୃଷ୍ଠ ଦେଶ । ହିମାଳୟ ଲଂଘନ କରିବା ଆଜି ଯାଏ କାହା ପାଇଁ ସହଜ ହୋଇନି । ଏଠାକୁ ଯାତ୍ରା କରି ଫେରିବା କେତେ କଷ୍ଟକର ତାହା ଦେଖିବାକୁ ମିଳିଛି ବଡ଼ ପରଦାରେ । ଏଭରେଷ୍ଟ ଅଭିଯାନକୁ ନେଇ ବିଶ୍ବର ବିଭିନ୍ନ ଭାଷାରେ ନିର୍ମାଣ ହୋଇଛି ଅନେକ ମୁଭି, ସର୍ଟ ଫିଲ୍ମ, ଡକ୍ୟୁମେଣ୍ଟାରୀ ।

{"id":117704}

ବଡ଼ ପରଦାରେ ବିଶ୍ବର ସର୍ବୋଚ୍ଚ ଶୃଙ୍ଗ ଏଭରେଷ୍ଟ ।ବାୟୋଗ୍ରାଫିକାଲ୍ ଆଡଭେନଚର ଫିଲ୍ମ ଏଭରେଷ୍ଟ । ୧୯୯୬ ମସିହାରେ ଏଭରେଷ୍ଟ ଆରୋହଣ ସମୟର ଏକ ଡିଜାଷ୍ଟର ସମ୍ପର୍କୀତ ସତ ଘଟଣାକୁ ନେଇ ୨୦୧୫ ସେପ୍ଟେମ୍ବର ମାସରେ ରିଲିଜ ହୋଇଥିଲା ହଲିଉଡ୍ ମୁଭି ଏଭରେଷ୍ଟ । ୧୯୯୬ ମସିହାରେ ରବ୍ ହଲ୍ ଏବଂ ସ୍କଟ ଫିଚର୍‌ଙ୍କ ନେତୃତ୍ବରେ ଦୁଇଟି ପର୍ବତାରୋହୀ ଦଳ ଏଭରେଷ୍ଟ ଅଭିମୁଖେ ଯାତ୍ରା କରିଥିଲେ । ଏହି ଯାତ୍ରା ସମୟରେ ସେମାନଙ୍କୁ କିପରି ପାଦେ ପାଦେ ବିପଦକୁ ସାମ୍ନା କରିବାକୁ ପଡ଼ିଥିଲା, ତାହା ଏହି ମୁଭି ମାଧ୍ୟମରେ ଦେଖିଥିଲା ସାରା ବିଶ୍ବ ।

{"id":117701}

ଏଭରେଷ୍ଟ ଆରୋହଣର ଭୟାନକ ଚିତ୍ର ଦେଖିବାକୁ ମିଳିଥିଲା ଆଉ ଏକ ଡକ୍ୟୁମେଣ୍ଟାରୀ ଫିଲ୍ମ ଦି ସମ୍ମିଟ୍‌ରେ । ୨୦୧୩ରେ ରିଲିଜ ହୋଇଥିବା ଏହି ମୁଭି ମଧ୍ୟ ଥିଲା ସତ ଘଟଣା ଆଧାରିତ । ୨୦୦୮ ମସିହା ଅଗଷ୍ଟ ମାସରେ ବିଭିନ୍ନ ଦେଶର ୨୨ ଜଣ ପର୍ବତାରୋହୀ ହିମାଳୟର ସର୍ବୋଚ୍ଚ ଶୃଙ୍ଗ ଏଭରେଷ୍ଟ ଅଭିମୁଖେ ଦୁଃସାହସିକ ଯାତ୍ରା ଆରମ୍ଭ କରିଥିଲେ । କିନ୍ତୁ ସେମାନଙ୍କର କଳ୍ପନାର ସ୍ଥାନ ବିଶ୍ବର ସବୁଠୁ ଉଚ୍ଚ ସ୍ଥାନରେ ପହଞ୍ଚିବା ଆଗରୁ ସେମାନଙ୍କ ମଧ୍ୟରୁ ୧୧ ଜଣ ବରଫ ସମାଧି ନେଇଯାଇଥିଲେ । ୪୮ ଘଣ୍ଟାର ଯାତ୍ରା ଶେଷ କରିବା ଆଗରୁ ଅଧା ପର୍ବତାରୋହୀ ହିମାଳୟର ହିମପାତରେ ମିଳାଇଯାଇଥିଲେ । ହିମାଳୟ ଅଭିଯାନର ଏହି ସତ ଘଟଣାକୁ ନେଇ ନିର୍ଦ୍ଦେଶକ ନିକ୍ ର୍ୟାନ୍ ନିର୍ମାଣ କରିଥିଲେ ମୁଭି ଦି ସମ୍ମିଟ୍ ।

ଏଭରେଷ୍ଟକୁ ନେଇ ହୋଇଛି ଅନେକ ପରୀକ୍ଷା ନିରିକ୍ଷା । କିଏ ଏଭରେଷ୍ଟର ଦୁଃସାହସିକ ଯାତ୍ରାକୁ ନେଇ ମୁଭି ତିଆରି କରିଛି ତ ଆଉ କିଏ ଏହାକୁ ନେଇ ସଙ୍ଗୀତରେ ପିକ୍ଚରାଇଜେସନ କରିଛି । ୨୦୧୭ରେ ଏଭରେଷ୍ଟର ସୌନ୍ଦର୍ଯ୍ୟ ଏବଂ ଭୟଙ୍କର ରୂପକୁ ସଙ୍ଗୀତରେ ସଜାଇଥିଲେ ଜର୍ମାନ ନିର୍ଦ୍ଦେଶକ ଜେନିଫର ପେଡୋମ୍।

{"id":117707,"width":578,"height":327}

ସର୍ଭାଇଭାଲ୍ ଥ୍ରିଲର ଭର୍ଟିକାଲ୍ ଲିମିଟ୍, ଜଣେ ଯୁବ ପର୍ବତାରୋହୀଙ୍କ ସଂଘର୍ଷର କାହାଣୀ । ବିଶ୍ବର ଦ୍ବିତୀୟ ସର୍ବୋଚ୍ଚ ଶୃଙ୍ଗ କେ-୨ ଅଭିମୁଖେ ଯାତ୍ରା କରନ୍ତି ଏକ ପର୍ବତାରୋହୀ ଦଳ । ଏହି ଟିମ୍‌ରେ ଥିଲେ ଯୁବ ପର୍ବତାରୋହୀ ପିଟର୍ ଏବଂ ତାଙ୍କ ଭଉଣୀ ଆନେ । ଦୁଃସାହସିକ ଅଭିଯାନ ସମୟରେ ପ୍ରାକୃତିକ ବିପର୍ଯ୍ୟୟ ଘଟେ । ଏହି ସମୟରେ ନିଜ ଜୀବନକୁ ବାଜି ଲଗାଇ ଭଉଣୀଙ୍କୁ ଉଦ୍ଧାର କରେ ପିଟର । ଏହି କାହାଣୀକୁ ନେଇ ୨୦୦୦ ମସିହାରେ ନିର୍ମାଣ ହୋଇଥିଲା ମୁଭି ଭର୍ଟିକାଲ୍ ଲିମିଟ୍ ।   

{"id":117709}

ଜଣେ ପର୍ବତାରୋହୀଙ୍କ ଜୀବନୀକୁ ନେଇ ସର୍ଟ ଫିଲ୍ମ ଲଭ୍‌ଡ ବାଇ ଅଲ୍ । ନେପାଲର ଆପା ସେର୍ପା । ନେପାଳ ତଥା ସାରା ବିଶ୍ବରେ ସେ ସୁପର ସେର୍ପା ନାଁରେ ପରିଚିତ । ଏହି ପର୍ବତାରୋହୀ ୨୦୧୧ ସୁଦ୍ଧା ୨୧ ଥର ମାଉଣ୍ଟ ଏଭରେଷ୍ଟ ଯାତ୍ରା କରି ଗିନିଜ ବୁକ୍ ଅଫ୍ ୱାର୍ଲଡ୍ ରେକର୍ଡସ୍‌ର ଅଧିକାରୀ । ୧୯୯୦ରେ ସେ ପ୍ରଥମେ ଏଭରେଷ୍ଟ ଅଭିଯାନ କରିଥିବା ବେଳେ ଶେଷ ଥର ପାଇଁ ଯାତ୍ରା କରିଥିଲେ ୨୦୧୧ରେ । ଆପାଙ୍କର ଏହି ତମାମ ଯାତ୍ରାକୁ ନେଇ ନିର୍ମାଣ ହୋଇଥିଲା ସର୍ଟ ଫିଲ୍ମ ଲଭଡ ବାଏ ଅଲ୍ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.