ବିଭିନ୍ନ ସ୍ଥାନରେ ଅବକାରୀ ଚଢ଼ାଉ, ଜବତ ହେଲା ବିପୁଳ ଚୋରା ମଦ, ଜଣେ ମହିଳାଙ୍କ ସମେତ ୪ ଗିରଫ

Published By : Prameya-News7 Bureau | March 03, 2021 IST

ରାଇରଙ୍ଗପୁର, ୦୩/୦୩: ଅତର୍କିତ ଅବକାରୀ ଚଢ଼ାଉକୁ ନେଇ ଚୋରା ମଦ ବେପାରୀଙ୍କ ମଧ୍ୟରେ ଭାଳେଣି ପଡ଼ିଥିବା ଜଣାପଡ଼ିଛି । ବୁଧବାର ରାଇରଙ୍ଗପୁରର ଅବକାରୀ ଇନ୍ସପେକ୍ଟର ବାସନ୍ତୀ ସିର୍କା ସଦଳବଳେ ତିରିଙ୍ଗ ଥାନା ଓ ବହଳଦା ଥାନାର ବିଭିନ୍ନ ସ୍ଥାନରେ ଅଚାନକ ଚଢ଼ାଉ କରି ବିପୁଳ ପରିମାଣର ଦେଶୀ, ବିଦେଶୀ ମଦ ଜବତ କରିଛନ୍ତି । ଏଥିସହିତ ଚୋରା କାରବାର ଲିପ୍ତଥିବା ଚାରି ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି ।

ବହଳଦା ଥାନାଠାରୁ ଅଳ୍ପ ଦୂରରେ ଥିବା ଏକ ଢ଼ାବାରେ ଦୀର୍ଘ ଦିନରୁ ବେଆଇନ ମଦ କାରବାର ଚାଲୁଥିବା ଅଭିଯୋଗ ହୋଇ ଆସୁଥିଲା । ବୁଧବାର ଅବକାରୀ ବିଭାଗ ଚନ୍ଦନ ଢ଼ାବାରେ ଚଢ଼ାଉ କରି ୩୧ ଲିଟର ବିଅର, ପ୍ରାୟ ୫ ଲିଟର ବିଦେଶୀ ମଦ ସହିତ ମାଲିକ ଚନ୍ଦନ ସାହୁଙ୍କୁ ଗିରଫ କରିଛି । ସେହିପରି ଆଉ ଏକ ଢ଼ାବାରେ ଚଢ଼ାଉ କରି ୧୫.୬ ଲିଟର ବିଅର, ୧.୫ ଲିଟର ବିଦେଶୀ ମଦ ସହିତ ବେଆଇନ୍‌ କାରବାର କରୁଥିବା ରଞ୍ଜିତ ସାହୁଙ୍କୁ ଗିରଫ କରିଛି ।

{"id":417402,"sizeSlug":"large","linkDestination":"none"}

ସେହିପରି ତିରିଙ୍ଗ ଥାନା ସୁରୁଦା କାଶୀପୁରରୁ ୩.୬ ଲିଟର ବିଦେଶୀ ମଦ ସହିତ ଚମ୍ପାମଣି ହେମ୍ବ୍ରମ ଓ ପଟମବେଡା ରୁ ୨୦ ଲିଟର ଦେଶୀ ମଦ ସହିତ ଶ୍ୟାମ ଚରଣ ହେମ୍ବ୍ରମଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଦିନ କୁ ଦିନ ବିଭିନ୍ନ ହୋଟେଲ, ଢ଼ାବା ଆଦିରେ ଚୋରା ମଦ କାରବାର ବୃଦ୍ଧି ପାଉଥିଲା ବେଳେ ଅବକାରୀ ବିଭାଗର ଘନ ଘନ ଚଢ଼ାଉକୁ ସାଧାରଣରେ ପ୍ରସଂସା କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.