ଆସନ୍ତାକାଲିଠୁ ଖୋଲିବ କିଛି ସରକାରୀ ଅଫିସ : କାର୍ଯ୍ୟରେ ଯୋଗଦେବେ ଗ୍ରୁପ୍ 'A' ଅଫିସର, ରୋଷ୍ଟର ବେସିସରେ କାମ କରିବେ ଗ୍ରୁପ୍ 'B', 'C', 'D' କର୍ମଚାରୀ

Published By : Prameya-News7 Bureau | April 19, 2020 IST

ଭୁବନେଶ୍ୱର ୧୯।୦୪: ଆସନ୍ତାକାଲିଠୁ ସମସ୍ତ ‘ଏ’ ଗ୍ରେଡ୍  ଅଧିକାରୀ ଅଫିସ୍ ଆସିବେ। ଅତି ଜରୁରୀ ଓ ଆଂଶିକ ଜରୁରୀ ବିଭାଗର ଗ୍ରୁପ୍ -ବି, ଗ୍ରୁପ୍ -ସି ଓ ଗ୍ରୁପ୍ -ଡି ଅଧିକାରୀଙ୍କ ପାଇଁ ରୋଷ୍ଟର୍ ବ୍ୟବସ୍ଥା ଲାଗୁ କରାଯିବ। ‘ବି’, ‘ସି’ ଓ ‘ଡି’ ଗ୍ରୁପର ୩୩% କର୍ମଚାରୀ ଅଫିସ୍  ଆସିବେ। କେବଳ ଖୋର୍ଦ୍ଧା, କଟକ, ସୁନ୍ଦରଗଡ଼, କେନ୍ଦ୍ରାପଡ଼ା, ଭଦ୍ରକ, ପୁରୀ, କଳାହାଣ୍ଡି, ଢେଙ୍କାନାଳ ଓ ଯାଜପୁର ଜିଲ୍ଲାରେ ୩୩% କର୍ମଚାରୀ ରୋଷ୍ଟର ଭିତ୍ତିରେ କାମ କରିବେ ବୋଲି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ନିର୍ଦ୍ଦେଶମାନା ଜାରି କରିଛି ।

{"id":256608,"sizeSlug":"large"}

ଏହି ବିଜ୍ଞପ୍ତି ଆସନ୍ତାମାସ ୩ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ଅନ୍ୟ ସବୁ ଜିଲ୍ଲାରେ ସମସ୍ତ କର୍ମଚାରୀ ଅଫିସ୍  ଆସିବେ। ଆରଡିସି, ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ତହସିଲ ଅଫିସ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ ବୋଲି ଏଥିରେ କୁହାଯାଇଛି। ବିଭାଗର ସମସ୍ତ କର୍ମଚାରୀଙ୍କୁ ସାମାଜିକ ଦୂରତା ରକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେପଟେ ଆସନ୍ତା ୨୦ ତାରିଖରୁ ସମସ୍ତ ଷ୍ଟାମ୍ପ ଭେଣ୍ଡର, ଜିଲ୍ଲା ବା ସବ୍ ରେଜିଷ୍ଟର ଅଫିସ୍ ରୁ କାମ କରିବେ । ଖାଲି ସେତିକି ନୁହେଁ, ବାଲି ଘାଟ, କ୍ରସର ୟୁନିଟ୍  ଓ ପଥର ଖଣିରେ ବି ୨୦ ତାରିଖରୁ ନିର୍ମାଣ କାମ ଚାଲିବ।

{"id":256609,"sizeSlug":"large"}

ସେହିପରି ରାଜ୍ୟ ସରକାର ପୂର୍ବରୁ ୧୧ଟି ବିଭାଗକୁ ଅତି ଜରୁରୀ, ୧୩ଟି ଆଂଶିକ ଜରୁରୀ ଓ ୧୭ଟି ଅଣ ଜରୁରୀ ବିଭାଗରେ ବିଭକ୍ତ କରିଥିଲେ। ଅତି ଜରୁରୀ ବିଭାଗର ସମସ୍ତ କର୍ମଚାରୀ ଦୈନିକ ଅଫିସ ଆସୁଥିବା ବେଳେ ଆଂଶିକ ଜରୁରୀ ବିଭାଗରେ ୧୦% ଓ ଅଣ ଜରୁରୀ ବିଭାଗର କର୍ମଚାରୀମାନେ ଆଦୌ ଅଫିସ ନ ଆସିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ସରକାରଙ୍କ ସାନି ନିଷ୍ପତ୍ତି ଅନୁଯାୟୀ, ଅଣ ଜରୁରୀ ବିଭାଗକୁ ହଟାଇ ଦିଆଯାଇଛି।

{"id":256611,"sizeSlug":"large"}

ଅତି ଜରୁରୀ ବିଭାଗଗୁଡ଼ିକ ଅପରିବର୍ତ୍ତିତ ରହିଥିବା ବେଳେ ଓ ୩୦ଟି ବିଭାଗକୁ ଆଂଶିକ ଜରୁରୀ ବର୍ଗରେ ସାମିଲ କରାଯାଇଛି। କୃଷି, ସମବାୟ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ, ଖାଦ୍ୟ ଯୋଗାଣ, ସାଧାରଣ ପ୍ରଶାସନ, ଗୃହ ଓ ନଗର ଉନ୍ନୟନ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ଗୃହ, ଶ୍ରମ ଓ ଇଏସ୍ ଆଇ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଗ୍ରୁପ୍ -ବି, ସି ଓ ଡି ବର୍ଗର ଅଧିକାରୀମାନେ ରୋଷ୍ଟର୍  ଆଧାରରେ ୫୦% କର୍ମଚାରୀ ଅଫିସ୍  ଆସିବେ। ସେହିପରି ଆଂଶିକ ଜରୁରୀ ବିଭାଗ ଅଧୀନରେ ଆସୁଥିବା ଏହିସବୁ ବର୍ଗର ଅଧିକାରୀମାନେ ରୋଷ୍ଟର୍  ଆଧାରରେ ୩୩% କର୍ମଚାରୀ ଅଫିସ ଆସିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.