କିଛି ଯୁବତୀ ସାରା ଜୀବନ ଏକା ରହିବାକୁ ପସନ୍ଦ କରିଥାନ୍ତି : ଜାଣନ୍ତୁ କାହିଁକି

Published By : Prameya-News7 Bureau | April 27, 2020 IST

ଭୁବନେଶ୍ୱର ୨୭/୦୪ : କିଛି ଯୁବତୀ ଜୀବନ ସାରା ଏକା ରହିବାକୁ ଇଛା କରିଥାନ୍ତି | ଏହିଭଳି ନିଷ୍ପତ୍ତି ନେବାରେ ବିଭିନ୍ନ କାରଣ ଥାଇପାରେ | ଏମିତି ବହୁତ ଯୁବତୀ ଅଛନ୍ତି ଯେଉଁମାନେ କେଉଁ ଯୁବକକୁ ବାହା ନ ହୋଇ ଜୀବନ ସାରା ଏକା ରହିବାକୁ ଦୃଢ ନିଷ୍ପତ୍ତି ନେଇଥାନ୍ତି | ତେବେ କିଛି ଯୁବତୀ କାହିଁକି ଏହିଭଳି ନିଷ୍ପତ୍ତି ନେଇଥାନ୍ତି ଜାଣନ୍ତୁ

{"id":261087,"width":576,"height":383,"sizeSlug":"large"}


୧. କିଛି ଯୁବତୀଙ୍କୁ ସ୍ୱାଧୀନ ହୋଇ ବଞ୍ଚିବାକୁ ଇଚ୍ଛା କରିଥାନ୍ତି | ନିଜ ଜୀବନ ନିଜ ତରିକାରେ ନିଜ ଇଛାରେ ବିତେଇବା ପାଇଁ ସେମାନେ ମନସ୍ଥ କରି ବିବାହ ନ କରିବାକୁ ନିଷ୍ପତ୍ତି ନେଇଥାନ୍ତି | କାରଣ ସେମାନେ ଭାବିଥାନ୍ତି ଯେ, ବିବାହ ପରେ ତାଙ୍କର ସ୍ୱାଧୀନତା ଆଉ ରହିବ ନାହିଁ | ସେ ନିଜର ସ୍ୱାଧୀନତା ହରାଇ ବସିବେ | ତାଙ୍କୁ ତାଙ୍କ ଜୀବନ ନିଜ ସ୍ୱାମୀ ବା ଶାଶୁ ଘର ଲୋକଙ୍କ ଅନୁଯାୟୀ କାଟିବାକୁ ହେବ | ଏହି ଭୟରେ ସେମାନେ ବିବାହ ନ କରି ଏକା ରହିବ ପାଇଁ ନିଷ୍ପତ୍ତି ନେଇଥାନ୍ତି |

{"id":261088,"width":577,"height":387,"sizeSlug":"large"}


୨. କିଛି ଯୁବତୀଙ୍କ ଫ୍ରେନ୍ଡ ସର୍କଲ ବହୁତ ଭଲ ଥାଏ | ଅର୍ଥାତ ଏମାନଙ୍କ ସାଙ୍ଗ ଅଧିକ ଥାଆନ୍ତି ଏବଂ ଏମାନେ ନୂଆ ନୂଆ ସାଙ୍ଗ ହେବା ପାଇଁ ମଧ୍ୟ ଭଲ ପାଆନ୍ତି | ଏମାନେ ଅଧିକାଂଶ ସମୟ ସାଙ୍ଗସାଥିରେ କାଟିବାକୁ ଭଲ ପାଆନ୍ତି | ଏମନେ ଜୀବନରେ ଯୁବକଙ୍କ ଆବଶ୍ୟକତା ଅନୁଭବ କରିନଥାନ୍ତି | ସେଥିପାଇଁ ଏମାନେ ସହଜରେ ପ୍ରେମରେ ପଡ଼ିନଥାନ୍ତି କି ବିବାହ କରିବା ପାଇଁ ମଧ୍ୟ ଇଛା କରିନଥାନ୍ତି |

{"id":261089,"width":574,"height":382,"sizeSlug":"large"}


୩. ଆଉ କିଛି ଯୁବତୀ ପ୍ରେମ ସମ୍ପର୍କ ଏବଂ ସେସବୁ ଝାମେଲାରୁ ଦୁରେଇ ରହିବାକୁ ଚାହିଁଥାନ୍ତି | କୌଣସି ପ୍ରକାର ସମ୍ପର୍କରେ ଛନ୍ଦି ହେବାକୁ ଏମାନଙ୍କର ଇଛା ନ ଥାଏ | ପ୍ରେମ ସମ୍ପର୍କ କେବଳ ଝାମେଲା ଛଡ଼ା କିଛି ନୁହେଁ ଭାବି ଏମାନେ ସେସବୁ ମାମଲାରୁ ଦୁରେଇ ରହିବାକୁ ପସନ୍ଦ କରିଥାନ୍ତି | ସେଥିପାଇଁ ଏସବୁ ଝାମେଲାରେ ନ ପଡି ଏକା ଏକା ଜୀବନ ବିତାଇବାକୁ ପସନ୍ଦ କରିଥାନ୍ତି |

{"id":261090,"width":571,"height":380,"sizeSlug":"large"}


୪. ବେଳେବେଳେ ଯୁବତୀମାନଙ୍କ କ୍ୟାରିଅର ତାଙ୍କ ଜୀବନକୁ ଅଧା ବାଟରେ ରହିବାକୁ ବାଧ୍ୟ କରିଦେଇଥାଏ | କିଛି ଯୁବତୀ କ୍ୟାରିଅର ବନେଇବା ପାଇଁ ବହୁତ ପରିଶ୍ରମ କରିଥାନ୍ତି | ଏହି ପରିଶ୍ରମ ଭିତରେ ସେମାନେ ଜୀବନସାଥୀ କଥା ଭୁଲି ଯାଇଥାନ୍ତି | ଅଧିକାଂଶ ଯୁବତୀ ଯେଉଁମାନେ କ୍ୟାରିଅର ପ୍ରତି ଦୃଢ ସେମାନେ ବିବାହ କରିବାକୁ ସହଜରେ ରାଜି ହୋଇନଥାନ୍ତି | କାରଣ ଏମାନଙ୍କ ପାଇଁ ସବୁଠୁ ଆଗରେ କ୍ୟାରିଅର | କ୍ୟାରିଅର ବନେଇବା ଚକ୍କର କିଛି ଯୁବତୀ ଏକା ରହିଯାନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.