ବୈଜ୍ଞାନିକଙ୍କ ଦାବି-ଥଣ୍ଡା ଯୋଗୁଁ ଶରୀରରେ ସୃଷ୍ଟି ହୋଇଥିବା ପ୍ରତିରୋଧକ କ୍ଷମତା ଭାଇରସ ସଂକ୍ରମଣରୁ ସୁରକ୍ଷା ପ୍ରଦାନ କରିଥାଏ
12/06/2020 at 12:24 PM

ସିଙ୍ଗାପୁର ୧୨/୦୬ : କରୋନା ଭାଇରସ ଯୋଗୁଁ ସାରା ଦୁନିଆ ସଙ୍କଟରେ ରହିଛି | ଦୁନିଆର ଅନେକ ବୈଜ୍ଞାନିକ ଭ୍ୟାକସିନ ପ୍ରସ୍ତୁତି ପାଇଁ ଗବେଷଣା କରୁଛନ୍ତି | ଭ୍ୟାକସିନ ଉପରେ ଗବେଷଣା କରୁଥିବା ବୈଜ୍ଞାନିକଙ୍କ ଏକ ଟିମ ଦାବି କରିଛି ଯେ ଥଣ୍ଡା କରୋନା ସଂକ୍ରମଣରୁ ରକ୍ଷା କରିଥାଏ | ଥଣ୍ଡା ବିପକ୍ଷରେ ଶରୀରରେ ଯେଉଁ ପ୍ରତିରୋଧକ କ୍ଷମତା ସୃଷ୍ଟି ହୋଇଥାଏ ତାହା ପାଖାପାଖି ୧୭ ବର୍ଷ ପର୍ଯ୍ୟନ୍ତ କରୋନା ସଂକ୍ରମଣରୁ ଶରୀରକୁ ରକ୍ଷା କରିବାରେ ଦମଦାର ପ୍ରମାଣିତ ହୋଇଛି | ଗବେଷଣାରେ ବୈଜ୍ଞାନିକ ଦାବି କରିଛନ୍ତି ଯେ, ଯେଉଁମାନଙ୍କୁ ସାମାନ୍ୟ ଥଣ୍ଡା କାଶ ହୋଇଛି ସେମାନେ କରୋନା ସଂକ୍ରମଣର ଶିକାର ହେବା ସମ୍ଭାବନା ବହୁତ କମ |
ସିଙ୍ଗାପୁରର Duke-NUS ମେଡିକାଲ ସ୍କୁଲରେ ଇମ୍ୟୁନୋଲୋଜି ଡିପାର୍ଟମେଣ୍ଟର ମୁଖ୍ୟ ପ୍ରଫେସର ଅନ୍ତନୀୟୋ ବ୍ରେତିଳେତିଙ୍କ ଟିମ ଦାବି କରିଛନ୍ତି ଯେ ଥଣ୍ଡା ପରେ ଶରୀରରେ ପ୍ରତିରୋଧକ କ୍ଷମତା ଉତ୍ପର୍ଣ୍ଣ ହୋଇଥାଏ ଏବଂ ଏହି ପ୍ରତିରୋଧକ କ୍ଷମତା ଭାଇରସରୁ ରକ୍ଷା କରିବା ପାଇଁ କିମ୍ବା ଭାଇରସର ପ୍ରଭାବ କମ କରିବାରେ ସକ୍ଷମ ହୋଇଥାଏ | ଥଣ୍ଡା ପ୍ରତିରୋଧ ପାଇଁ ଶରୀରରେ ସୃଷ୍ଟି ହେଉଥିବା ଟି-ସେଲସକୁ କରୋନା ବିରୋଧରେ ଲଢ଼ିବା ଦମଦାର ବୋଲି ବୈଜ୍ଞାନିକ କହିଛନ୍ତି | ଏହି ଟିମ ଅନୁଯାୟୀ ବିଟା କରୋନା ଭାଇରସ ଭଳି OC43 ଓ HKU1 ମଣିଷ ଶରୀରରେ ଥଣ୍ଡା ଓ ଛାତିରେ ସଂକ୍ରମଣ ସୃଷ୍ଟି କରିଥାନ୍ତି | ଏହିସବୁ ଭାଇରସ ଏବଂ କରୋନା ଭାଇରସ, ମାର୍ସ ଓ ସାର୍ସ ଜେନେଟିକ ସଂକ୍ରମଣ ପାଖାପାଖି ସମାନ | ଏହିସବୁ ସଂକ୍ରମଣ ପଶୁମାନଙ୍କ ଜରିଆରେ ମଣିଷ ଶରୀରକୁ ସଂକ୍ରମିତ କରିଥାନ୍ତି |
କରୋନା ଭାଇରସରେ ଥଣ୍ଡାର ଯୋଗଦାନ ୩୦ ପ୍ରତିଶତ | ତେବେ କରୋନା ଭାଇରସ ଥଣ୍ଡା, କାଶ ଭଳି ଅନ୍ୟ ଘାତକ ରୋଗ ମଧ୍ୟ ହେବାର ପୁରା ସମ୍ଭାବନା ଥାଏ | ତେବେ ଥଣ୍ଡାରୁ ରକ୍ଷା ପାଇବା ପାଇଁ ଶରୀରରେ ଥଣ୍ଡା ପ୍ରତିରୋଧକ କୋଷ ଶରୀରକୁ ସୁରକ୍ଷା ପ୍ରଦାନ କରିଥାଏ | ସଂକ୍ରମଣ ଶରୀରରେ ପ୍ରବେଶ କରିବା ପରେ ପ୍ରତିରୋଧକ କୋଷଗୁଡିକ ଆକ୍ଟିଭ ହୋଇଯାଇଥାଏ |
ଏହି କୋଷ ବା ଟି-ସେଲସ ହ୍ୱାଇଟ ବ୍ଲଡ଼ ସେଲସ ଭଳି ଯାହା ଶରୀରରେ ରୋଗ ପ୍ରତିରୋଧକ ସିଷ୍ଟମରେ ସେକେଣ୍ଡ ଲାନ ଅଫ ଡିଫେନ୍ସ ଭଳି କାମ କରିଥାଏ | ଏହିଭଳି ଭାଇରସ ବିରୋଧରେ ଏହି କୋଷ ସପ୍ତାହେ ପର୍ଯ୍ୟନ୍ତ ମୁକାବିଲା କରି ଭାଇରସର ପ୍ରଭାବ କମ କରିଥାଏ | ବୈଜ୍ଞାନିକଙ୍କ ଅନୁଯାୟୀ, ଶରୀରରେ ଥରେ ଏହିଭଳି କୋଷ ବିକଶିତ ହେବାପରେ ସଂକ୍ରମଣ ବିରୋଧରେ ପ୍ରତିରୋଧକ କ୍ଷମତା ହାସଲ ହୋଇଥାଏ | ଏହି ବୈଜ୍ଞାନିକଙ୍କ ଟିମ କୋଭିଡ-୧୯ ଦ୍ୱାରା ସଂକ୍ରମିତ ହୋଇଥିବା ୨୪ ରୁ ଅଧିକ ରୋଗୀ ଏବଂ ସାର୍ସ ଦ୍ୱାରା ସଂକ୍ରମିତ ହୋଇଥିବା ୨୩ ରୋଗୀଙ୍କ ଉପରେ ରିସର୍ଚ୍ଚ କରିଛନ୍ତି | ରିସର୍ଚ୍ଚରୁ ଜଣାପଡିଥିଲା ଯେ ଯେଉଁମାନେ ସାମାନ୍ୟ ଥଣ୍ଡା ହୋଇଥିଲା ସେମାନେ କଂ ପ୍ରଭାବିତ ହୋଇଥିଲେ |