ଶ୍ରୀକୃଷ୍ଣଙ୍କ ମାମୁ କଂସ ବିଷୟରେ ଏହି ୭ଟି ରୋଚକ ତଥ୍ୟ ଜାଣନ୍ତୁ

Published By : Prameya-News7 Bureau | October 22, 2019 IST

୧- ହିନ୍ଦୁ ପୌରାଣିକ କଥା ଅନୁସାରେ ୟଦୁକୁଲର ରାଜା ଥିଲେ କଂସ ଯାହାର ରାଜଧାନୀ ମଥୁରା ଥିଲା। ଶ୍ରୀକୃଷ୍ଣଙ୍କ ମାଆ ଦେବକୀଙ୍କ ଭାଇ ଥିଲେ କଂସ।

୨- ରାଜା ଉଗ୍ରସେନ ଓ ରାଣୀ ପଦ୍ମାବତୀଙ୍କ ସନ୍ତାନ ଥିଲେ କଂସ।

୩- ମଗଧର ରାଜା ଜରାସନ୍ଧଙ୍କ ଝିଅ ଅସ୍ତି ଓ ପ୍ରିପ୍ତିଙ୍କୁ ବିବାହ କରିବାର ନିଷ୍ପତ୍ତି ନେଇଥିଲେ କଂସ । ଏହା ସହ ନିଜ ଭଉଣୀର ବିବାହ ମିତ୍ର ବାସୁଦେବଙ୍କ ସହ କରାଇଥିଲେ।

୪- ଯେତେବେଳେ କଂସ ନିଜ ଭଉଣୀ ଦେବକୀଙ୍କୁ ବିବାହ ପରେ ରଥରେ ବସାଇ ବିଦା କରୁଥିଲେ ସେତେବେଳେ ଆକାଶବାଣୀ ହୋଇଥିଲା ଯେ, ଦେବକୀଙ୍କର ଅଷ୍ଟମ ପୁତ୍ର ତାଙ୍କ ମୃତ୍ୟୁର କାରଣ ହେବ।

୫- ସେଥିପାଇଁ ସେ ଦେବକୀ ଓ ତାଙ୍କ ସ୍ବାମୀ ବାସୁଦେବଙ୍କୁ କାରାଗାରରେ ରଖିଥିଲେ। କଂସ ନିଜ ଭଉଣୀ ଦେବକିଙ୍କର ୬ଟି ପୁତ୍ରଙ୍କୁ ହତ୍ୟା କରି ମାରିଥିଲେ। ବଳରାମ ତାଙ୍କ ସପ୍ତମ ସନ୍ତାନ ଥିଲେ। ଦେବକୀଙ୍କ ଅଷ୍ଟମ ପୁତ୍ର ଭଗବାନ ବିଷ୍ଣୁଙ୍କ ଅବତାର ଶ୍ରୀକୃଷ୍ଣଙ୍କୁ ଗୋକୁଲ ନିଆଯାଇଥିଲା।

୬- କଂସ ନିଜ ଭଣଜା ଶ୍ରୀକୃଷ୍ଣଙ୍କୁ ମାରିବା ପାଇଁ ଅନେକ ରାକ୍ଷସଙ୍କୁ ପଠାଇଥିଲେ ହେଲେ ସମସ୍ତଙ୍କ ବଧ ଶ୍ରୀକୃଷ୍ଣ କରିଥିଲେ।

୭- ଶେଷରେ ଶ୍ରୀକୃଷ୍ଣ ମଥୁରା ଯାଇ ନିଜ ମାମୁ କଂସଙ୍କ ବଧ କରିଥିଲେ। ଏହା ସହ ନିଜ ମାତା ପିତାଙ୍କୁ କାରାବାସରୁ ମୁକ୍ତ କରାଇଥିଲେ।

wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.