ଅନ୍ୟ ଭାଇରସଠୁ କୋଭିଡ-୧୯ ଓଜନିଆ, ଆକାର ମଧ୍ୟ ବଡ: ଜାଣନ୍ତୁ କରୋନା ବାବଦରେ ଏପରି ୭ଟି ଅଜଣା କଥା

Published By : Prameya-News7 Bureau | March 28, 2020 IST

ନୂଆଦିଲ୍ଲୀ, ୨୮|୦୩ : କରୋନା ଭାଇରସ ସାରା ବିଶ୍ୱରେ ମୃତ୍ୟୁର ତାଣ୍ଡବ ରଚୁଛି । ଏବେସୁଦ୍ଧା ଏହା ପ୍ରାୟ ୨୩ ହଜାରରୁ ଅଧିକ ଜୀବନ ନେଲାଣି । ତେବେ କରୋନା ଭାଇରସକୁ ନେଇ ଏପରି କିଛି ତଥ୍ୟ ଅଛି ଯାହା ଆପଣ ଜାଣିରଖିବା ଉଚିତ ।

୧- ଏହି ଭାଇରସ ଅତିଶୀଘ୍ର ଜଣଙ୍କ ଠାରୁ ଅନ୍ୟଜଣଙ୍କୁ ସଂକ୍ରମିତ କରିଥାଏ । ଅଳ୍ପ କେଇ ମିନିଟରେ ଏହା ଅଧିକ ଲୋକଙ୍କୁ ସଂକ୍ରମିତ କରିପାରେ ।

୨- ଜଣେ ମାନବ ଶରୀରେ ବିଭିନ୍ନ କରୋନା ଭାଇରସ ଦେଖାଗଲେ କୋଭିଡ-୧୯ର ଲକ୍ଷଣ ଦେଖିବାକୁ ମିଳିଥାଏ । ମଣିଷ ଶରୀରରେ ଦେଖାଯାଉଥିବା କରୋନା ଭାଇରସକୁ ଏଚସିଓଭି-ଏସକେୟୁ୧ କୁହାଯାଏ ।

୩- ଏହି ଭାଇରସ ଶରୀରର ବିଭିନ୍ନ ଅଙ୍ଗକୁ ସଂକ୍ରମିତ କରିଥାଏ । କିଛି ଭାଇରସ ମଣିଷ ବ୍ୟତୀତ ଜୀବଜନ୍ତୁଙ୍କଠାରୁ ମଧ୍ୟ ସଂକ୍ରମିତ ହୋଇଥାଏ । ବାଦୁଡି, ଘୁଷୁରୀ ଆଦିଙ୍କ ଠାରୁ ମଧ୍ୟ ସଂକ୍ରମଣର ଭୟ ରହିଥାଏ ।

{"id":245273,"width":746,"height":419,"sizeSlug":"large"}

୪- କରୋନାରୁ ନୂତନ କରି ସୃଷ୍ଟି ହେଉଥିବା ଭାଇରସ ଅଧିକ ମାରାତ୍ମକ ହୋଇଥାଏ । ଏହା ଅଳ୍ପ ସମୟରେ ଅନେକ ଭାଇରସକୁ ସୃଷ୍ଟି କରିଥାଏ ।

୫-ଏହି ଭାଇରସ ବାଦୁଡିରୁ ମଣିଷ ଶରୀରକୁ ଆସିଥିବା ରିସର୍ଚ୍ଚକୁ ଜଣାପଡିଛି । ଇବୋଲା, ମାରବର୍ଗ, ରାବିଜ୍, ହେଣ୍ଡରା ଓ ନିପା ଭଳି ଅନେକ ଭାଇରସର ବାହକ ହେଉଛି ବାଦୁଡି । କେନିଆରେ ଥିବା ବାଦୁଡିର ରକ୍ତରୁ କରୋନା ଭାଇରସ ମଧ୍ୟ ଚିହ୍ନଟ ହୋଇଛି ।

୬- କରୋନା ଭାଇରସରେ ସଂକ୍ରମିତ ହୋଇଥିବା କିଛି ବ୍ୟକ୍ତିଙ୍କ ଠାରେ ଗୁରୁତର ଲକ୍ଷଣ ଦେଖିବାକୁ ମିଳେନାହିଁ । ସେମାନଙ୍କୁ ସାମାନ୍ୟ କାଶ, ଥଣ୍ଡା ହୋଇଥାଏ । କିନ୍ତୁ ଅନେକଙ୍କ କ୍ଷେତ୍ରରେ ଏହା ଗୁରୁତର ଲକ୍ଷଣ ସୃଷ୍ଟି କରେ ।

୭- ଅନ୍ୟ ଭାଇରସଠାରୁ କରୋନା ଭାଇରସର ଓଜନ ଅଧିକ । ତେଣୁ ଏହା ବାୟୁରେ ଅଧିକ ସମୟ ରହିପାରେ ନାହିଁ । ଏପରିକି ଏହି ଭାଇରସର ଆକାର ମଧ୍ୟ ବଡ । ଏହା ବାୟୁରେ ଏକରୁ ୨ ମିଟର ଯାଏଁ ଗତି କରିପାରେ । ଏହାପରେ ଭାଇରସ ଭୂପୃଷ୍ଠରେ ପଡିଯାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.