Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ରାଜ୍ୟରେ ସୁସ୍ଥ ହେଲେ ଆଉ ୧୭୪୦ ଆକ୍ରାନ୍ତ
  • ||
  • ଏସ୍‌ସିବିରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣା : ଆଉ ୨ ଜଣଙ୍କୁ ଗିରଫ କଲା ମଙ୍ଗଳାବାଗ ପୋଲିସ
  • ||
  • ନୂଆପଡା : ଭାରସାମ୍ୟ ହରାଇ ଓଲଟିଲା କାର୍, ୩ ଗୁରୁତର
  • ||
  • ଭୁବନେଶ୍ବର : ଭୁବନେଶ୍ବରର ୩ଟି ଶିକ୍ଷାନୁଷ୍ଠାନ ସିଲ୍, ଖୁଲମଖୁଲା କୋଭିଡ୍ ନିୟମର କରିଥିଲେ ଉଲଂଘନ
  • ||
  • ବ୍ରହ୍ମପୁର : ସୁରଟରୁ ଫେରୁଥିଲେ ପ୍ରବାସୀ, ଟ୍ରେନ୍‌ରେ ଚାଲିଗଲା ଜୀବନ
  • ||
  • ଅନୁଗୋଳ : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ଗୋଟିଏ ପରିବାରର ଜଣେ ମୃତ, ୨ ଆହତ
  • ||
  • ଭୁବନେଶ୍ବର : ‘ହାଇଦର ପାଇଁ ନଥିଲା ପୋଲିସ ସୁରକ୍ଷା ବ୍ୟବସ୍ଥା, କିନ୍ତୁ ପାଖରେ ଥିଲେ ଯୁବତୀ’ – ଲେଖାଶ୍ରୀ
  • ||
  • ସମ୍ବଲପୁର : ଆଜିଠାରୁ ୧୫ ଦିନ ସମ୍ବଲପୁର ବାର୍ ବନ୍ଦ, କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି
  • ||
  • ସୋର : ସରିଥିଲା ନିର୍ବନ୍ଧ, ହେଲେ ପଡିପାରିଲାନି ହାତଗଣ୍ଠି, ଶେଷରେ କାହିଁକି ଝୁଲିପଡିଲେ ଯୁବତୀ ?
  • ||
  • ବାରଙ୍ଗ : ନନ୍ଦନକାନନରୁ ଇନ୍ଦୋର ଯାଉଛନ୍ତି ୧୩ ଜୀବଜନ୍ତୁ, ଧଳା ବାଘୁଣୀ ଓ କଳା ବାଘ ସାମିଲ
  • ||

ବଲିଉଡ ଅଭିନେତା ଜନ ଆବ୍ରାହମ୍‌ଙ୍କ ବିଷୟରେ ଏହି ରୋଚକ କଥା ଅଧିକାଂଶ ଲୋକେ ଜାଣି ନ ଥିବେ

14/10/2019 at 9:25 AM

ମୁମ୍ବାଇ୧୪|୧୦: ବଲିଉଡ ଅଭିନେତା ଜନ ଆବ୍ରାହମ୍‌ ଇଣ୍ଡଷ୍ଟ୍ରିରେ ନିଜ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଅଧିକାଂଶ ଦର୍ଶକ ଜନ୍‌ଙ୍କ ଫିଲ୍ମ ଦେଖିବା ପସନ୍ଦ କରନ୍ତି। ତାଙ୍କ ଶରୀର ଗଠନ ବା ବଡି ବିଲ୍ଡିଂ ପାଇଁ  ସମଗ୍ର ଦେଶର ଝିଅମାନେ ତାଙ୍କୁ ବେଶ୍‌ ପସନ୍ଦ କରିଥାଆନ୍ତି। ଅଭିନେତ୍ରୀଙ୍କ ସହ ଜନଙ୍କ ରୋମାନ୍ସ ଦେଖିବାକୁ ମଧ୍ୟ ଦର୍ଶକ ଭଲ ପାଆନ୍ତି । ୨୦୦୩ ମସିହାରେ ଜିସ୍‌ମ ଫିଲ୍ମରେ ଅଭିନୟ କରି ସେ ବଲିଉଡରେ ନିଜ କ୍ୟାରିଅର ଆରମ୍ଭ କରିଥିଲେ ।

ତାଙ୍କ ପ୍ରଥମ ଫିଲ୍ମ ପରଠୁ ଆଜିଯାଏଁ ପ୍ରତି ଫିଲ୍ମରେ ତାଙ୍କର ନିଆରା ଭୂମିକା ଦେଖିବାକୁ ମିଳିଛି । ବଲିଉଡକୁ ଅନେକ ହିଟ୍‌ ଫିଲ୍ମ ଦେଇଛନ୍ତି ଜନ୍‌ । ଅଭିନେତ୍ରୀ ବିପାଶା ବଶୁଙ୍କ ସହ ସେ ୧୦ ବର୍ଷ ରିଲେସନଶିପରେ ଥିଲେ ହେଲେ କୌଣସି କାରଣ ଯୋଗୁଁ ଉଭୟ ବ୍ରେକଅପ ହୋଇଥିଲା ।  ତେବେ ଜନଙ୍କ ବିଷୟରେ କିଛି ରୋଚକ କଥା ଜାଣନ୍ତୁ-

୧- ଜନ ଆବ୍ରାହମ୍‌ଙ୍କ ମାଆ ଫିରୋଜା ଇରାନୀ ଜଣେ ପାରସୀ ଥିଲେ ଓ ତାଙ୍କ ବାପା ମଲୟାଲୀ ଖ୍ରୀଷ୍ଟିୟାନ ଥିଲେ।    

୨- ଜନ ଅର୍ଥଶାସ୍ତ୍ରରେ ସ୍ନାତକ ଓ ସ୍ନାତକତ୍ତୋର କରିଥିଲେ। ପଢା ସରିବା ପରେ ସେ ମଡେଲିଂ ଦୁନିଆରେ ପାଦ ଦେିଥିଲେ।

୩- ଜନଙ୍କୁ ବାଇକ ବହୁତ ପସନ୍ଦ। ତାଙ୍କ ପାଖରେ ୫ଟି ଦାମୀ ବାଇକ ଅଛି। ୟାମାହ, ୟାମାହ ଭି ମେକ୍ସ, ସୁଜୁକି ହାୟାବୁସା, ରାଜପୁତାନା, ଅପ୍ରିଲିୟା ବାଇକ ବଳି ବାଇକ ଜନଙ୍କ କଲେକ୍ସନରେ ରହିଛି।

୪- ଜନ ଆମିଷ ଖାଦ୍ୟ ଖାଆନ୍ତି ନାହିଁ, ସେ ସୁଦ୍ଧ ନିରାମିଷାଶୀ ।

୫- ଜନ ତାଙ୍କ ପରିବାର ଲୋକଙ୍କୁ ବହୁତ ଭଲ ପାଆନ୍ତି। ସେ ତାଙ୍କ ପରିବାରର ଦେଖାରଖା କରିବା ପସନ୍ଦ କରନ୍ତି। ଅଧିକାଂଶ ସମୟ ସେ ତାଙ୍କ ପରିବାର ସହ ବିତାନ୍ତି।  

   Related Posts