ସୁନ୍ଦରଗଡର କିଛି ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟେ ଜୋନ୍ ଘୋଷଣା, ଆସନ୍ତା ୧୨ ଯାଏଁ ଜାରି ରହିବ କଟକଣା

Published By : Prameya-News7 Bureau | April 06, 2021 IST

ସୁନ୍ଦରଗଡ ୬।୪: ସୁନ୍ଦରଗଡ଼ ବାଲିସଙ୍କରା ବ୍ଲକ୍ ଲୁଲୁକିଡ଼ିହି ଏବଂ ବନଡେଗାର କିଛି ଅଞ୍ଚଳରେ ସଂକ୍ରମଣ ବଢ଼ୁଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସେହି ସବୁ ଅଞ୍ଚଳକୁ ନୋ ଆକସେସ୍ ଜୋନ୍ ବା ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରାଯାଇଛି । ଆଜିଠାରୁ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଏହି ଅଞ୍ଚଳରେ ଏହି କଟକଣା ଜାରି ରହିବ । ଏହା ସହିତ ଯାନବାହନ ଚଳାଚଳ ଏବଂ ଲୋକଙ୍କ ଯାତାୟତ ଉପରେ କଟକଣା ରହିବ । କେବଳ ସ୍ବାସ୍ଥ୍ୟକର୍ମୀ, ଅନୁମତି ପ୍ରାପ୍ତ ଅଧିକାରୀ ଓ ସେବା ଯୋଗାଣକାରୀଙ୍କୁ ଅନୁମତି ରହିଛି । ଏନେଇ ମଙ୍ଗଳବାର ସୁନ୍ଦରଗଡ଼ ସଦର ଉପଜିଲ୍ଲାପାଳ ବିଜ୍ଞପ୍ତି ଜାରି କରିଛନ୍ତି ।

ଏହି ଦୁଇ ଅଞ୍ଚଳ ବନଡେଗା ଗ୍ରାମପଞ୍ଚାୟତର ମୂର୍କିଆ ମୁସଲମାନ ବସ୍ତିପଡାରେ ୧୯ ଜଣ କରୋନା ସଂକ୍ରମିତ ଏବଂ ଲୁଲଟୁଡ଼ିହି, ଫିଟିଙ୍ଗପଡା, ବସ୍ତିପଡାରେ ୨୪ଜଣ କରୋନା ସଂକ୍ରମିତ, ଲୁଲ୍କିଡ଼ିହି ହାଇସ୍କୁଲ ନିକଟରେ ୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହେବାପରେ ଏହି ଅଞ୍ଚଳରେ ସଂକ୍ରମଣକୁ ରୋକିବା ପାଇଁ ଏହି ସବୁ ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରାଯାଇଛି ।

ଏହି ଅଞ୍ଚଳ ଛତିଶଗଡ଼କୁ ଲାଗିରହିଥିବା ବେଳେ ଏଥିପାଇଁ ଏହି ଅଞ୍ଚଳରେ ହୁହୁ ହୋଇ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି ।

{"id":433913,"sizeSlug":"large","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.