ରାଉରକେଲା ସେକ୍ଟର-୧୬ର କିଛି ଅଞ୍ଚଳ କଣ୍ଟେନମେଣ୍ଟ ଜୋନ୍, ଜଣେ କରୋନା ପଜିଟିଭ୍ ଚିହ୍ନଟ ପରେ ପଦକ୍ଷେପ

Published By : Prameya-News7 Bureau | July 03, 2020 IST

ରାଉରକେଲା ୩।୭: ରାଉରକେଲା ସେକ୍ଟର-୧୬ ଅଞ୍ଚଳରୁ ଗତକାଲି ସଂଧ୍ୟାରେ ଜଣେ କରୋନା ପଜିଟିଭ ଚିହ୍ନଟ ହେବା ପରେ ଘୋଷଣା ହେଲା କଣ୍ଟେନମେଣ୍ଟ ଜୋନ୍ । ସୁନ୍ଦରଗଡ ଜିଲ୍ଲା ପ୍ରଶାସନ ପକ୍ଷରୁ ସେକ୍ଟର-୧୬ର କିଛି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି ।

{"id":295194,"sizeSlug":"large"}

କଣ୍ଟେନମେଣ୍ଟ ଜୋନ୍ ୪୮ ଘଣ୍ଟା ପାଇଁ ବଳବତ୍ତର ରହୁଥିବା ବେଳେ ସମୟ ସୀମା ସରୁଛି ଆସନ୍ତାକାଲି ରାତି ୮ଟାରେ ଶେଷ ହେବ । କଣ୍ଟେନମେଣ୍ଟ ଜୋନ୍ ରେ ପ୍ରବେଶ ଏବଂ ପ୍ରସ୍ଥାନ ବାରଣ କରାଯାଇଛି । ଅତ୍ୟାବଶକୀୟ ସାମଗ୍ରୀ ପ୍ରଶାସନ ସେମାନଙ୍କ ଘରେ ପହଞ୍ଚାଇବ ବୋଲି ସୁନ୍ଦରଗଡ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.