Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ଜଙ୍ଗଲ ଭିତରେ ନାବାଳିକାଙ୍କୁ ନିସ୍ତୁକ ମାଡ଼: ଯିଏ ଯେମିତି ପାରିଲେ ମାରିଲେ, ଠିଆ ଗୋଇଠା- ବିଧା ସହ ବାଡିରେ ପିଟି ଦେଇଗଲେ

7/10/2020 at 4:24 PM

ନବରଙ୍ଗପୁର୭/୧୦: ଜଙ୍ଗଲରେ ନାବାଳିକାଙ୍କୁ ଗଡ଼େଇ ତଡ଼େଇ ବାଡ଼େଇବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସାମାନ୍ୟ ଭୁଲ୍‌ ପାଇଁ କିଛି ନିର୍ଦ୍ଧିଷ୍ଟ କିଛି ଯୁବକ ମିଶି ତାଙ୍କୁ ନିର୍ଧୁମ ମାଡ଼ ମାରିଥିଲେ। ଯାହାର ଭିଡିଓ ଏବେ ମୋବାଇଲରୁ ମୋବାଇଲ ଘୂରି ବୁଲୁଛି। କିଛି ଅସାମାଜିକ ଯୁବକମାନେ ମିଶି, ଯେଉଁଭଳି ଭାବେ ନାବାଳିକାଙ୍କୁ ନିସ୍ତୁକ ମାଡ ମାରୁଛନ୍ତି, ତାହାର ଭିଡିଓ ଆମେ ଆପଣଙ୍କ ସାମ୍ନାରେ ରଖିବାକୁ ଠିକ୍ ମନେ କରୁନାହୁଁ। ନବରଙ୍ଗପୁର ଜିଲ୍ଲାର ସୀମାନ୍ତବର୍ତ୍ତୀ ରାଇଘର ବ୍ଲକ ଅନ୍ତର୍ଗତ କୁନ୍ଦେଇ ପଞ୍ଚାୟତର ସମ୍ବଲପୁର ଓ କାଣ୍ଡିତରା ଗ୍ରାମର କୋଟପାରା ନିକଟ ଜଙ୍ଗଲରେ ଏଭଳି ଘଟଣା ଘଟିଥିଲା।

ମିଳିଥିବା ସୂଚନା ଅନୁସାରେ ନାବାଳିକା ଜଣଙ୍କ ଅନ୍ୟ ଜାତିର ପୁଅକୁ ପ୍ରେମ କରୁଥିଲେ। ଏହି ଘଟଣାକୁ କେନ୍ଦ୍ରକରି ସ୍ଥାନୀୟ କିଛି ଯୁବକ ମିଶି ନାବାଳିକାଙ୍କୁ ଠିଆ ଗୋଇଠା ଓ ବିଧା ସହ ବାଡିରେ ମାଡ ମାରୁଥିବାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସେଠାରେ ଛିଡ଼ା ହୋଇଥିବା ଅନ୍ୟ ଯୁବକମାନେ ମାଡର ମଜା ଉଠାଉଛନ୍ତି। କିଛିଦିନ ତଳେ ଏହି ଭିଡିଓଟି ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା। ଏ ନେଇ ମଧ୍ୟ ପୋଲିସ୍ ମଧ୍ୟ ଖୋଳତାଡ଼ ଆରମ୍ଭ କରିଥିଲା। କେଉଁ ସ୍ଥାନରେ ଏହି ଘଟଣା ଘଟିଛି, ସେ ସଂପର୍କରେ ପୋଲିସ୍ ଜାଣି ପାରିନଥିଲା, ତା ପରେ ଏହି ଘଟଣାକୁ ସମସ୍ତେ ଭୁଲି ଯାଇଥିଲେ। ପୀଡିତା କହିଥିଲେ ଯେ, ମୋ ଭାଇ ଏବଂ ତାଙ୍କ ସାଙ୍ଗମାନେ ମିଶି ମୋତେ ମାଡ ମାରିଥିଲେ। ସେ ଆହୁରି ମଧ୍ୟ କହିଥିଲେ, ମୋର ଏତିକି ଭୁଲ୍ ମୁଁ ପ୍ରେମ କରୁଥିଲି।

ସୂଚନା ମୁତାବକ, କୋଟପାରା ଗ୍ରାମର ରାଜକୁମାର ଗଣ୍ଡଙ୍କ ଝିଅ ଘରକୁ ଫେରିବା ବେଳେ ତାଙ୍କ ବଡ଼ ବାପାଙ୍କ ପୁଅ ଓ ସେହି ଗ୍ରାମର କିଛି ଯୁବକ ମିଶି ତାଙ୍କୁ ଅତି ନିଷ୍ଠୁର ଭାବେ ନିର୍ଧୁମ ମାଡ଼ ମାରିଥିଲେ। ସେ ଖୁଡୁକ ପଞ୍ଚାୟତ ପୂଜାରୀପାରା ଗ୍ରାମର ଚୈତରାମ ବିଶ୍ୱକର୍ମାଙ୍କ ପୁଅ ଜଗଦୀଶ ବିଶ୍ୱକର୍ମାଙ୍କୁ ପ୍ରେମ କରୁଥିଲେ। ଏହି ଘଟଣା ଲୋକ ଲୋଚନକୁ ଆସିବା ପରେ ପୂଜାତିପାରା ଗ୍ରାମରେ କଙ୍ଗାରୁ କୋର୍ଟ କରି ଝିଅ ପରିବାରକୁ ୨୦ ହଜାର ଟଙ୍କା ଜରିମାନା କରିଥିଲେ। ସେଥିରୁ ୧୦ ହଜାର ଟଙ୍କା ଦେଇ ଅଗାମୀ ଦିନରେ ୧୦ହଜାର ଟଙ୍କା ଦେବାକୁ ବାଧ୍ୟ କରାଯାଇଥିଲା।

ସେହିପରି ପୁଅ ପରିବାରକୁ ୬୦ ହଜାର ଟଙ୍କା ଜରିମାନା କରିଥିଲେ । ନିଜ ନୂଆ ମୋଟର ସାଇକେଲ ବିକ୍ରି କରି ପୁଅ ଘର ଲୋକେ ୨୫ ହଜାର ଟଙ୍କା ଦେଇଥିଲେ ଓ ୪ମାସରେ ପରେ ୩୫ ହଜାର ଟଙ୍କା ନ ଦେଲେ ଗାଁରୁ ବାହାର କରାଯିବ ବୋଲି ଚେତାବନୀ ଦେଇଥିଲେ । ପୁଅଟି ଗରିବ ହୋଇଥିବାରୁ ତା ପାଖରେ ଟଙ୍କା ନଥିଲା । ଫଳରେ ପୁଅଟି ଟଙ୍କା ଆଣିବାକୁ ମହାରାଷ୍ଟ୍ରକୁ ଦାଦନ ଖଟିବାକୁ ଯାଇଥିବା ତାଙ୍କ ବଡ଼ ଭାଇ କହିଛନ୍ତି। ଖବର ବାହାରକୁ ପ୍ରକୋଟ ନକରିବାକୁ ଧମକ ଦିଆଯାଇଥିଲା । ବର୍ତ୍ତମାନ ପୋଲିସର ଖୋଡ଼ତାଳ ପରେ କୁନ୍ଦେଇ ପୋଲିସ ତିନି ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଏହି ଘଟଣାରେ ସଂପୃକ୍ତ ଅନ୍ୟମାନଙ୍କୁ ଶୀଘ୍ର ଗିରଫ କରାଯିବା ବୋଲି କୁନ୍ଦେଇ ଥାନା ଅଧିକାରୀ କହିଛନ୍ତି।

   Related Posts