Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କରୋନା ନେଲା ଆଉ ୩ ଜଣଙ୍କ ଜୀବନ, ୧୯୩୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ବଢ଼ି ଚାଲିଛି କରୋନା ସଂକ୍ରମଣ, ମହାରାଷ୍ଟ୍ରରେ ଆଜିଠାରୁ ମେ ପହିଲା ପର୍ଯ୍ୟନ୍ତ ୧୪୪ ଧାରା
  • ||
  • ଜଗତସିଂହପୁର : ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି : ମା ଶାରଳାଙ୍କ ପୀଠରେ ଲାଗୁ ହେଲା ୧୪୪ ଧାରା, ନୀତି ସମ୍ପନ୍ନ କରିବେ ସେବାୟତ
  • ||
  • ବାରଙ୍ଗ : ନନ୍ଦନକାନନକୁ ନୂଆ ଅତିଥି, ଦ୍ୱିତୀୟ ଥର ପାଇଁ ମା ହେଲା ବାଘୁଣୀ ମେଘା
  • ||
  • ୨ହଜାର ଟପିଲା ସଂକ୍ରମଣ : ରାଜ୍ୟରେ ୩୦ଜିଲ୍ଲାରୁ ଚିହ୍ନଟ ହେଲେ ସଂକ୍ରମିତ, ୨୪ ଘଣ୍ଟାରେ ୨୨୬୭ ପଜିଟିଭ୍ ଚିହ୍ନଟ
  • ||

ଏହି ସ୍ମାର୍ଟଫୋନ୍ ‌ଗୁଡ଼ିକରେ ବନ୍ଦ ହୋଇଯାଇ ପାରେ ହ୍ୱାଟ୍ସ ଆପ୍‌, ଜାଣନ୍ତୁ କଣ ରହିଛି ଅପ୍‌ଡେଟ୍‌

8/03/2021 at 3:25 PM

ନୂଆଦିଲ୍ଲୀ, ୦୮/୦୩: ଭାରତରେ ବହୁଳ ବ୍ୟବହୃତ ମେସେଜିଂ ଆପ୍‌ ହ୍ୱାଟ୍ସ ଆପ୍ସ ଖୁବ୍‌ଶୀଘ୍ର ଆଇଓଏସ୍‌ ଭର୍ସନରେ ଚାଲୁଥିବା ଆଇଫୋନ୍‌ରେ ସପୋର୍ଟ କରିବା ବନ୍ଦ କରିବାକୁ ଯାଉଛି । ଆପଲ୍‌ ଆଇଫୋନ୍‌ ଆଇଓଏସ୍‌ ୯ରେ ଚାଲୁଥିବା ଏହି ଆପ୍ସ ଆଗକୁ ଆଉ କାମ କରିବା ନାହିଁ ବୋଲି WABetaInfoର ଏକ ତଥ୍ୟରୁ ଜଣାପଡ଼ିଛି ।

ଏହି ତଥ୍ୟ ଅନୁସାରେ ହ୍ୱାଟ୍ସ ଆପ୍‌ର ବିଟା ଭର୍ସନ ୨.୨୧.୫୦ରେ ଆଇଓଏସ୍‌ ୯ରେ ଚାଲୁଥିବା ଏହି ଆପ୍‌ର ସପୋର୍ଟ ସିଷ୍ଟମ ଆଇଫୋନ୍‌ରୁ ହଟାଇଦିଆଯାଇଛି । ଆଗକୁ ଏହା ଆଉ କାମ କରିବ ନାହିଁ ବୋଲି ଏଥିରେ କୁହାଯାଇଛି ।

ବର୍ତ୍ତମାନ ହ୍ୱାଟ୍ସ ଆପ୍‌ କେବଳ ଆଇଓଏସ୍‌ ୧୦ ବା ଏହାଠାରୁ ଉର୍ଦ୍ଧ୍ୱ ଭର୍ସନରେ ଚାଲୁଛି । ଏହି ସପୋର୍ଟ ବନ୍ଦ କରିବା ନେଇ ଆଧିକାରୀକ ସ୍ତରରେ କୌଣସି ସୂଚନା ଦିଆଯାଇନାହିଁ । ଏହାର ସପୋର୍ଟିଂ ସିଷ୍ଟମ ଲିଷ୍ଟ୍‌ରେ ଏବେବି ଆଇଓଏସ୍‌ ୯ ରହିଛି । କୁହାଯାଉଛି ଯେ ଖୁବ୍‌ ଶିଘ୍ର ହ୍ୱାଟ୍ସ ଆପ୍‌ ଏହି ବିଷୟରେ ସୂଚନା ଅପଡେଟ୍‌ କରିବ ।

ଆଗକୁ ଆସୁଥିବା ହ୍ୱାଟ୍ସ ଆପ୍‌ରେ ନୂଆ ଫିଚର୍‌ ଯୋଡ଼ା ଯିବ । ଏହି ଫିଚର୍‌ ଦ୍ୱାରା ଆର୍ଚିଭ୍‌ ଚ୍ୟାଟ୍‌ ସେଲ୍‌କୁ ଇଣ୍ଟର୍‌ଫେସ୍‌ରେ ବଦାଳାଯିବ । ଏହାକୁ ବ୍ୟବହାରକାରୀ ନିଜ ଚ୍ୟାଟ୍‌ରେ ଯଦି ଆର୍ଚିଭ୍‌ ଥିବ ତେବେ ବ୍ୟବହାର କରିପାରିବେ । କନ୍ତୁ କୌଣସି ଚ୍ୟାଟ୍‌ ଯଦି ଏହି ଆର୍ଚିଭ୍‌ରେ ରହେ ତେବେ ଟ୍ୟାପ୍‌ ପିନ୍‌ରେ ରହିବ । ମେସେଜ୍‌ ଆସିଲେ ଏହା ଚ୍ୟାଟ୍‌ ସେଲ୍‌ର କାଉଣ୍ଟରରେ ଦେଖାଯିବ । ପୂର୍ବରୁ ଥିବା ନୋଟିଫିକେଶନ୍‌ ସିଷ୍ଟମ ଭଳି ଏହା ନୋଟିଫିକେଶନ୍‌ ବାରରେ ଦେଖିବାକୁ ମିଳିବ ।

   Related Posts