ଭାରତରେ ପ୍ରଥମ ଥର ଷ୍ଟିଲ୍ ଅଥୋରିଟି ଅଫ ଇଣ୍ଡିଆର ଅଧ୍ୟକ୍ଷ ପଦରେ ମହିଳା

Published By : Prameya-News7 Bureau | August 12, 2020 IST

ଭିଲାଇ ୧୨/୮: ଭାରତରେ ନବରତ୍ନ କମ୍ପାନୀ ଭାବେ ଜଣା ଷ୍ଟିଲ୍ ଅଥୋରିଟି ଅଫ ଇଣ୍ଡିଆର କମାଣ୍ଡ ପ୍ରଥମ ଥର ଜଣେ ମହିଳାଙ୍କ ହାତରେ ହେବ। ସେଲର ନୂଆ ଚେୟାରମ୍ୟାନ ଭାବେ ସୋମା ମଣ୍ଡଲଙ୍କ ନାଁରେ ମୋହର ଲାଗିଛି।

 ସୋମା ମଣ୍ଡଲ ୨୦୧୭ମସିହା ମାର୍ଚ୍ଚ ୧ରୁ ସେଲର ଡାଇରେକ୍ଟର କର୍ମସିଆଲ ଭାବେ କାମ ପଦରେ ଥିଲେ। ଏହା ପୂର୍ବରୁ ସେ ନାଲକୋରେ ଡାଇରେକ୍ଟର କମର୍ସିଆଲ ଭାବେ କାର୍ଯ୍ୟରତ ଥିଲେ। ୧୯୮୪ମସିହାରେ ରାଉରକେଲାର ନ୍ୟାସନାଲ୍ ଟେକ୍ନୋଲୋଜିରୁ ସୋମା ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ପାଠ ପଢ଼ିଥିଲେ। ଏହା ପରେ ନାଲକୋରେ ଟ୍ରେନି ଇଞ୍ଜିନିୟର ଭାବେ ସେ କ୍ୟାରିୟର ଆରମ୍ଭ କରିଥିଲେ। କ୍ୟାବିନେଟର ନିଯୁକ୍ତି ସମିତିରୁ ଅନୁମୋଦନ ହେବା ପରେ ସେଲର ଅଧ୍ୟକ୍ଷ ଭାବେ ସେ ୨୦୨୧ ଜାନୁୟାରୀ ୧ରୁ ପଦଭାର ଗ୍ରହଣ କରିବେ। ଚେୟାରମ୍ୟାନ ଭାବେ ୨୦୨୩ ଅପ୍ରେଲ୍ ୩୦ଯାଏଁ ସେ ସେବାରେ ରହିବେ।

ଷ୍ଟିଲ୍ ଅଥୋରିଟି ଅଫ ଇଣ୍ଡିଆ ଲିମିଟେଡର ନୂଆ ଚେୟାରମ୍ୟାନ ଚୟନ ପ୍ରକ୍ରିୟା ମାସେ ତଳେ ଆରମ୍ଭ ହୋଇଯାଇଥିଲା। ସେଲର ବର୍ତ୍ତମାନର ଚେୟାରମ୍ୟାନ୍ ଅନିଲ କୁମାର ଚୌଧୁରୀ ୨୦୨୦ ଡିସେମ୍ବର ମାସରେ ଅବସର ଗ୍ରହଣ କରିବେ। ସେ ସେଲର ଦାୟିତ୍ବ ୨୦୧୮ମସିହା ସେପ୍ଟେମ୍ବର ମାସରୁ ସମ୍ଭାଳିଥିଲେ। ପବ୍ଲିକ ଏଣ୍ଟରପ୍ରାଇଜ ସିଲେକ୍ସନ ବୋର୍ଡ଼ ପାଖରେ ସାର୍ବଜନିକ କ୍ଷେତ୍ରର କମ୍ପାନୀରେ ଚେୟାରମ୍ୟାନ,ପ୍ରବନ୍ଧ ନିର୍ଦେଶକ,କାର୍ଯ୍ୟକାରୀ ନିର୍ଦେଶକ ଚୟନର ଦାୟିତ୍ବ ରହିଛି। ସେହିପରି ଚେୟାରମ୍ୟାନ ଚୌଧୁରୀ ଲଗାତାର ସେଲକୁ ଲାଭ ଦିଗରେ ରଖି ଭଲ କାମ କରିଛନ୍ତି। ଏହା ଆଗାମୀ ଚେୟାରମ୍ୟାନଙ୍କ ପାଇଁ ଚ୍ୟାଲେଞ୍ଜପୂର୍ଣ୍ଣ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.