ସୁପ୍ରିମକୋର୍ଟରେ ମହାରାଷ୍ଟ୍ର ରାଜନୀତି ନେଇ ଶୁଣାଣି : କୋର୍ଟରେ ପକ୍ଷ ରଖିଲେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା

Published By : Prameya-News7 Bureau | November 25, 2019 IST

ନୂଆଦିଲ୍ଲୀ ୨୪।୧୧: ସୁପ୍ରିମକୋର୍ଟରେ ମହାରାଷ୍ଟ୍ର ରାଜନୀତି ନେଇ ଶୁଣାଣି । ସୁପ୍ରିମକୋର୍ଟର ଜଷ୍ଟିସ ଏନବି ରମନ୍ନା, ଜଷ୍ଟିସ ଅଶୋକ ଭୂଷଣ ଏବଂ ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କୁ ନେଇ ଗଠିତ ତିନିଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି । ଶିବସେନା-ଏନସିପି-କଂଗ୍ରେସ ପକ୍ଷରୁ ଦାଖଲ ହୋଇଥିବା ରିଟ୍ ପିଟିସନ ଉପରେ ଶୁଣାଣି ।

ଗତକାଲି ଶିବସେନା-ଏନସିପି ଏବଂ କଂଗ୍ରେସର ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ କେନ୍ଦ୍ର ସରକାର, ମହାରାଷ୍ଟ୍ର ସରକାର, ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ ଏବଂ ଉପମୁଖ୍ୟମନ୍ତ୍ରୀ ଅଜିତ ପୱାରଙ୍କୁ ନୋଟିସ ଜାରି କରିଥିଲେ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଆଜି ଶୁଣାଣି ସମୟରେ ରାଜ୍ୟପାଳଙ୍କ ଆଦେଶ ଏବଂ ସରକାର ଗଠନ ପାଇଁ ଫଡନଭିସ ଦେଇଥିବା ସମର୍ଥନ ପତ୍ର କୋର୍ଟରେ ଦାଖଲ କରିଛନ୍ତି ସଲିସିଟର ଜେନେରାଲ ତୁଷାର ମେହେଟ୍ଟା । କୋର୍ଟରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ପକ୍ଷ ରଖି କହିଛନ୍ତି ଯେ, ୧୭୦ ବିଧାୟକଙ୍କ ସମର୍ଥନ ପତ୍ର ପରେ ରାଜ୍ୟପାଳ ସରକାର ଗଠନ ପାଇଁ ଅନୁମତି ରାଜ୍ୟପାଳ ଦେଇଥିଲେ । ଆମ ପକ୍ଷରୁ ଦାଖଲ କରାଯାଇଥିବା ଦସ୍ତାବିଜ ନକଲି ନୁହେଁ, ଆମ ପାଖରେ ୧୭୦ ବିଧାୟକଙ୍କ ଦସ୍ତଖତ ଥିବା ଦସ୍ତାବିଜ ରହିଛି । ମହାରାଷ୍ଟ୍ର ମାମଲା କର୍ଣ୍ଣାଟକ ମାମଲା ଠାରୁ ଅଲଗା । ବିଧାୟକଙ୍କୁ କିଣାବିକା ନେଇ ଆମ ବିରୋଧରେ ଅଯଥା ଆରୋପ ଲଗାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.