Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

ଟ୍ରମ୍ପଙ୍କ ବିରୁଦ୍ଧରେ ଆରେଷ୍ଟ୍ ଓ୍ବାରେଣ୍ଟ୍ ଜାରି କଲେ ଇରାକ କୋର୍ଟ, ଇରାନିଆନ ଜେନେରାଲ ସୋଲେମାନୀ ହତ୍ୟା ଘଟଣାରେ ଆମେରିକା ଦାୟୀ !

7/01/2021 at 9:55 PM

ନୂଆଦିଲ୍ଲୀ ୦୭/୦୧ : ଆମେରିକାର ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୁଦ୍ଧରେ ଆରେଷ୍ଟ ଓ୍ବାରେଣ୍ଟ ଜାରି କରିଛି ଇରାକ୍‌ । ଗତ ବର୍ଷ ଜଣେ ଇରାନିଆନ ଜେନେରାଲ ତଥା ଶକ୍ତିଶାଳୀ ନେତାଙ୍କୁ ହତ୍ୟା କରାଯିବା ଘଟଣାରେ ଟ୍ରମ୍ପଙ୍କ ସଂପୃକ୍ତି ଅଭିଯୋଗରେ ଏହି ଆରେଷ୍ଟ ଓ୍ବାରେଣ୍ଟ ଜାରି କରାଯାଇଥିବା ଇରାକ ବିଚାର ବିଭାଗ କହିଛନ୍ତି ।

ବାଗଦାଦ ତଦନ୍ତକାରୀ କୋର୍ଟ ଜାରି କରିଥିବା ଏହି ଓ୍ବାରେଣ୍ଟରେ ଦର୍ଶାଯାଇଛି ଯେ, ଓ୍ବାଶିଂଟନ ଚକ୍ରାନ୍ତ କରି ଡ୍ରୋନ୍ ସାହାଯ୍ୟରେ ଜେନେରାଲ କ୍ବାସିମ୍‌ ସୋଲେମାନୀ ଏବଂ ଅବୁ ମାହାଦୀଙ୍କୁ ହତ୍ୟା କରିଥିଲା । ଗତ ବର୍ଷ ଜାନୁୟାରୀରେ ଇରାକର ରାଜଧାନୀ ସ୍ଥିତ ବିମାନବନ୍ଦର ବାହାରେ ଏହି ହତ୍ୟାକାଣ୍ଡ ଘଟିଥିଲା ।

ଇରାନର ରିଭୋଲ୍ୟୁସନାରୀ ଗାର୍ଡ କର୍ପସ କୁଡ୍ସ ଫୋର୍ସର ନେତୃତ୍ୱ ନେଉଥିଲେ ସୋଲେମାନୀ । ଏହା ସହ ଅବୁ ମାହାଡୀ ଷ୍ଟେଟ୍ ପପୁଲାର ମୋବିଲାଇଜେସନ୍‌ ଫୋର୍ସର ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ । ଏହି ଦୁଇ ନେତାଙ୍କ ହତ୍ୟା ପରେ ପ୍ରତିଶୋଧ ପରାୟଣ ହୋଇଉଠିଥିଲା ଇରାକ । ହତ୍ୟା ଅଭିଯୋଗ ଆଣି ଆମେରିକାର ରାଷ୍ଟ୍ରପତି ଥିବା ଡୋନାଲ୍ଡ ଟ୍ରମ୍ପଙ୍କ ବିରୁଦ୍ଧରେ ଗିରଫ ପରଓ୍ବାନା ଜାରି କରିଛି ଇରାକ୍ ।

ଅବୁ ମାହାଡୀଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ନଥିପତ୍ର ଯାଞ୍ଚ କରିବା ସହ ସେମାନଙ୍କ ବୟାନ ରେକର୍ଡ କରିଥିଲେ କୋର୍ଟ । ଏହା ସହ ଶୁଣାଣି କରି ଟ୍ରମ୍ପଙ୍କ ବିରୁଦ୍ଧରେ ଆରେଷ୍ଟ ଓ୍ବାରେଣ୍ଟ ଜାରି କରିଛନ୍ତି  ଇରାକ୍ କୋର୍ଟ । ଏହା ସହ କୋର୍ଟ କହିଛନ୍ତି, ଏହି ହତ୍ୟାକାଣ୍ଡ ପରେ ଆମେରିକା ଏବଂ ଇରାକ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି ।

   Related Posts