ପ୍ରଥମ ବିଶ୍ୱ ଯୁଦ୍ଧର ବିଭିଷିକା ମନେ ପକାଇଲା ହାର୍ଟଫୋର୍ଡସାୟର ସୈନିକଙ୍କ ସୁଟ୍‌କେସ୍‌, ୧୦୦ ବର୍ଷ ପରେ ତାଜା ରହିଛି ସ୍ମୃତି

Published By : Prameya-News7 Bureau | April 28, 2020 IST

ହାର୍ଟଫୋର୍ଡ ସାୟର: ପ୍ରଥମ ବିଶ୍ୱଯୁଦ୍ଧକୁ ୧୦୦ ବର୍ଷ ପୁରିଛି।  ଏଥିରେ ବ୍ରିଟିଶ ସେନାରେ କାର୍ଯ୍ୟ କରିଥିବା ହାର୍ଟଫୋର୍ଡ ସାୟରର ଜଣେ ସୈନିକଙ୍କ ସ୍ମୃତି ସମ୍ବଳିତ ଏକ ସୁଟ୍‌କେସ୍ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ବ୍ରିଟିଶ ସୈନିକ  ଫ୍ରାନ୍ସର ସୋମରେ ୭ ଜୁଲାଇ ୧୯୧୬ରେ ହୋଇଥିବା ଭୀଷଣ ଯୁଦ୍ଧରେ  ପ୍ରାଣ ହରାଇଥିଲେ। ସୈନିକଙ୍କ ମୃତ୍ୟୁପରେ ତାଙ୍କ ସାମଗ୍ରୀ ଥିବା ସୁଟକେସ୍ ପରିବାର ଲୋକଙ୍କ ନିକଟକୁ ଫେରିଥିଲା। ଯାହା ୯୦ ବର୍ଷ ଧରି ତାଙ୍କ ପରିବାର ଲୋକଙ୍କ ନିକଟରେ ଥିଲେ ବି କେହି କେବେ ଖୋଲି ନଥିଲେ।   

{"id":261490,"sizeSlug":"large"}

ଏହି ସୁଟ୍‌କେସ୍‌ଟି ପ୍ରଥମ ବିଶ୍ୱଯୁଦ୍ଧରେ ଷଷ୍ଠ ବେଡଫୋର୍ଡ ସାୟର ବଟାଲିୟନ ପକ୍ଷରୁ ଯୁଦ୍ଧ ଲଢିଥିବା ସୈନିକ ପ୍ରାଇଭେଟ୍ ଟେଡ୍ ଆମ୍ବ୍ରୋସଙ୍କର ଥିଲା। ୬ ଭାଇଭଉଣୀଙ୍କ ମଧ୍ୟରୁ ବଡପୁଅ ଥିଲେ ଟେଡ୍ । ଦେଶର ଆହ୍ୱାନରେ ହାର୍ଟଫୋର୍ଡ ସାୟରରୁ ସେନାରେ ଯୋଗଦେଇଥିବା ଯୁବକଙ୍କ ମଧ୍ୟରେ ସେ ମଧ୍ୟ ଜଣେ ଥିଲେ।  ସେ ବେଡଫୋର୍ଡ ସାୟର ରେଜିମେଣ୍ଟର ଷଷ୍ଠ ବାଟାଲିୟନରେ ଜଣେ ଆଗଧାଡିକ ସୈନିକ ଥିବା ବେଳେ   ୧ ଜୁଲାଇ ୧୯୧୬ରେ ଶତ୍ରୁଙ୍କ ଗୋଳା ମାଡରେ ଆହତ ହୋଇଥିଲେ।

{"id":261494,"sizeSlug":"large"}

ଟେଡ୍‌ଙ୍କୁ ଜରୁରି ଚିକିତ୍ସା ନିମନ୍ତେ ଇଟାପ୍ଲେସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଗୋଡ, ହାତ ଓ ମୁଣ୍ଡରେ  ସେଲ ମାଡ ହୋଇଥିଲା। ସେଠାରେ ତାଙ୍କୁ ଭେଟିବା ଲାଗି ମା ସାରା ଯାଇଥିଲେ। ହେଲେ ସ୍ୱାସ୍ଥ୍ୟାବସ୍ଥ ଗୁରୁତର ଥିବାରୁ ପୁଅକୁ ଭେଟି ନପାରି ଘରକୁ ଫେରିଥିଲେ। ଅବସ୍ୟ ପରେ ଟେଡ୍ ସୁସ୍ଥ ହୋଇଯାଇଥିଲେ ହେଲେ ଜର୍ମାନ ମିଜିଲସ୍‌ରେ ଆକ୍ରାନ୍ତ ହେବାରୁ ତାଙ୍କୁ ହସ୍ପିଟାଲରେ ଅଧିକ ସମୟ ରହିବାକୁ ପଡିଥିଲା। ସୁସ୍ଥ ହେବା ପରେ ଟେଡ୍ ପୁଣି ତାଙ୍କ ବଟାଲିୟନକୁ ଫେରିଥିବା ବେଳେ ୭ ଜୁଲାଇ ୧୯୧୬ରେ ସୋମ୍‌ ଠାରେ ଯୁଦ୍ଧରେ ତାଙ୍କ ବଟାଲିୟନ ସମ୍ପୂର୍ଣ୍ଣ ବିଧ୍ୱଂସ୍ତ ହୋଇଥିଲା। ୧୦୦ରୁ ଅଧିକ ବ୍ରିଟିଶ ସୈନିକ ମୃତାହତ ହୋଇଥିବା ବେଳେ ଟେଡ୍ ଶହିଦ ହୋଇଥିଲେ।

{"id":261495,"width":567,"height":491,"sizeSlug":"large"}

ଟେଡ୍‌ଙ୍କ ମୃତ୍ୟୁ ଖବର ଘରେ ପହଞ୍ଚିବା ପରେ ପରିବାରରେ ଶୋକର ଲହରି ଖେଳିଯାଇଥିଲା।  ପୁଅକୁ ହରାଇ ମା ସାରା ଏତେମାତ୍ରାରେ ଭାଙ୍ଗିପଡିଥିଲେ ଯେ ସେନା ଫେରାଇଥିବା ପୁଅର ସୁଟକେସ୍ ମଧ୍ୟ ଖୋଲିନଥିଲେ। ଘରର ଭାଡିରେ ଦୀର୍ଘ ଦିନ ଧରି ସୁଟକେସ୍‌ଟି ପଡି ରହିଥିବା ବେଳେ ଭଉଣୀ ମାର୍ଗାରେଟ ଭାଇର ସ୍ମୃତିକୁ ସାଙ୍ଗରେ ଲେଚୱର୍ଥ ନେଇଯାଇଥିଲେ।

{"id":261496,"sizeSlug":"large"}

ମାର୍ଗାରେଟଙ୍କ ଘରଲୋକେ ବି ସୁଟକେସ୍ ସମ୍ପର୍କରେ କିଛି ଜାଣି ନଥିଲେ କି କେବେ ଖୋଲିନଥିଲେ। ତେବେ ଦୀର୍ଘ ବର୍ଷ ପରେ ୨୦୧୪ ମସିହାରେ ଟେଡ୍‌ଙ୍କ ୮୧ ବର୍ଷ ବୟସ୍କ ଭଣଜା ଜନ ଡେଭିଡ୍ ପାଇଥିଲେ। ଖୋଲିବା ପରେ ପ୍ରଥମ ବିଶ୍ୱଯୁଦ୍ଧର ମାଁମୁଙ୍କ ସ୍ମାରକୀ ସବୁ ପାଇଥିଲେ। ଏଥିରେ ଅନ୍ୟ ସାମଗ୍ରୀ ସହ ଟେଡଙ୍କୁ ୧୯୧୬ ମସିହାରେ ମରଣୋପରାନ୍ତ ପ୍ରଦାନ କରାଯାଇଥିବା ସମ୍ମାନର ମେଡାଲଟି ବି ଥିଲା।  ଏଣୁ ପରିବାର ଲୋକେ ପ୍ରଥମ ବିଶ୍ୱଯୁଦ୍ଧର ଶତବାର୍ଷିକ ପାଳନ ଅବସରରେ ସୈନିକଙ୍କ ସ୍ମାରକ ସ୍ଥାନିତ କରିବାକୁ ନିଷ୍ପତ୍ତି ନେଇଥିଲେ।

{"id":261497,"sizeSlug":"large"}

ଦୀର୍ଘ ୯୦ ବର୍ଷ ପରେ ବି ପ୍ରଥମ ବିଶ୍ୱଯୁଦ୍ଧ ସୈନିକଙ୍କ ସାମଗ୍ରୀ  ଓ ସ୍ମୃତି ଠିକ୍ ସେମିତି ଥିଲା ଯେମିତି ତାଙ୍କ ଭଣଜା ଜନ୍ ପ୍ରଦର୍ଶିତ କରିଛନ୍ତି। ଏଥିରେ ଟେଡ୍‌ଙ୍କ ଚୁରୁଟ୍‌ରେ ଅଧାଜଳା ତମାଖୁ ବି ରହିଛି। ତେବେ ଟେଡ୍‌ଙ୍କ ସ୍ମୃତିରେ ଥିବା ତାଙ୍କ ବାନ୍ଧବୀ ଗ୍ଲାଡିସ୍‌ଙ୍କ ଲକେଟ୍‌ ଓ ଉଭୟଙ୍କ କିଛି ପତ୍ର ସମସ୍ତଙ୍କୁ ଭାବୁକ୍ କରିଛି। ବ୍ରିଟେନ ଏବେ କରୋନାଭାଇରସ୍‌ ଦ୍ୱାରା ଗୁରୁତର ପ୍ରଭାବିତ ହୋଇଛି। ହେଲେ ପ୍ରଥମ ବିଶ୍ୱଯୁଦ୍ଧର କ୍ଷତିକୁ ଏପର୍ଯ୍ୟନ୍ତ ଭୁଲି ପାରିନାହାନ୍ତି  ବ୍ରିଟିଶ ଲୋକେ।  କରୋନା ଆତଙ୍କ ସତ୍ତ୍ୱେ ଦେଶବାସୀ ଦ୍ୱିତୀୟ ବିଶ୍ୱଯୁଦ୍ଧର ନାୟକ କ୍ୟାପ୍ଟେନ ଟମ୍‌ଙ୍କୁ ତାଙ୍କୁ ୩୦ ଏପ୍ରିଲ ଜନ୍ମଦିନ ଲାଗି ଉପହାର ଓ ଶୁଭଚ୍ଛା କାର୍ଡ ପଠାଇଲାଗିଛନ୍ତି। ସେହି ପରି ପ୍ରଥମ ବିଶ୍ୱଯୁଦ୍ଧର ପ୍ରତ୍ୟେକ ସୈନିକଙ୍କୁ ମଧ୍ୟ ସେମାନଙ୍କ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି।  

{"id":261512,"sizeSlug":"large"}

ଐତିହାସିକ ଡାନ ହିଲ୍ କୁହନ୍ତି ଟେଡ୍ ସେଭଳି କୌଣସି ମହାନ ଯୋଦ୍ଧା ନଥିଲେ। ସେ ଏପରି କିଛି ବୀରତ୍ୱ ପ୍ରଦର୍ଶନ କରିନଥିଲେ ଯେଉଁଥିଲାଗି ଲୋକେ ତାଙ୍କୁ ଆଜିର ଦିନରେ ମନେ ପକାଇବେ। ହାର୍ଟଫୋର୍ଡ ସାଇର ଏକ ସାଧାରଣ ଗାଁର ଜଣେ ସାଧାରଣ ଯୁବକ ଥିଲେ ଟେଡ୍‌। ତେବେ ଏତିକି କୁହାଯାଇପାରେ ସେ ଦେଶ ଲାଗି ନିଜ କର୍ତ୍ତବ୍ୟ କରିଯାଇଛନ୍ତି। ଯେଉଁଥିପାଇଁ  ଆଜି ଆମେ ସଗର୍ବେ ବଞ୍ଚିଛେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.