କାଶ୍ମୀରରେ ସୁରକ୍ଷାବଳରେ ନିୟୋଜିତ ଯବାନ ଡ୍ୟୁଟି ସହ କରିପାରିବେ ଅଧ୍ୟୟନ: ଚୁକ୍ତି ସାକ୍ଷର କଲା ସେନା

Published By : Prameya-News7 Bureau | November 09, 2021 IST

ଶ୍ରୀନଗର ୦୯/୧୧ : ସେନା ସୋମବାର କାଶ୍ମୀର ଉପତ୍ୟକାରେ ନିୟୋଜିତ ସୈନିକମାନଙ୍କୁ ଦୂର ଶିକ୍ଷା ଯୋଗାଇବା ପାଇଁ କାଶ୍ମୀର ବିଶ୍ୱବିଦ୍ୟାଳୟ ସହିତ ଏକ ସ୍ମାରକପତ୍ର (ଏମଓୟୁ) ସ୍ୱାକ୍ଷର କରିଛି। କାଶ୍ମୀର ବିଶ୍ୱବିଦ୍ୟାଳୟର ଗାନ୍ଧୀ ହଲ୍ରେ କୁଳପତି ପ୍ରଫେସର ତାଲାତ୍ ଅହମ୍ମଦ ଓ ଚିନାର କର୍ପସର ଜେନେରାଲ୍ କମାଣ୍ଡିଂ ଅଫିସିୟର ଲେଫ୍ଟନାଣ୍ଟ ଜେନେରାଲ୍ ଡି.ପି ପାଣ୍ଡେ ସ୍ୱାକ୍ଷର କରିଛନ୍ତି। ପ୍ରତିରକ୍ଷା ମୁଖପାତ୍ର କହିଛନ୍ତି କାଶ୍ମୀରରେ କାର୍ଯ୍ୟ କରୁଥିବା ସୈନିକମାନଙ୍କ ଦୂରଶିକ୍ଷା ପାଠ୍ୟକ୍ରମ ପ୍ରଦାନ ପାଇଁ ଦୀର୍ଘମିଆଦୀ ଚୁକ୍ତି କରିଥିବା କାଶ୍ମୀର ବିଶ୍ୱବିଦ୍ୟାଳୟ ଓ ଚିନାର କର୍ପସ ପାଇଁ ଏହା ଏକ ଏୈତିହାସିକ ଦିନ।

ଚୁକ୍ତିନାମା ଅନୁଯାୟୀ, କାଶ୍ମୀରରେ ମୃତୟନ ହୋଇଥିବା ସେନା କର୍ମଚାରୀମାନେ କାଶ୍ମୀର ବିଶ୍ୱବିଦ୍ୟାଳୟର ଦୂରଶିକ୍ଷା ନିର୍ଦ୍ଦେଶାଳୟ ଦ୍ୱାରା ପ୍ରଦାନ କରାଯାଉଥିବା ବିଭିନ୍ନ ପାଠ୍ୟକ୍ରମରେ ନାମ ଲେଖାଇ ପାରିବେ। ସେନା କର୍ମଚାରୀଙ୍କ ପାଇଁ ପାଠ୍ୟକ୍ରମଗୁଡିକ ଛଅ ମାସର ସାର୍ଟିଫିକେଟ୍ ପାଠ୍ୟକ୍ରମ ଠାରୁ ଆରମ୍ଭକରି ବର୍ଷକିଆ ଡିପ୍ଲୋମା ପାଠ୍ୟକ୍ରମ ଓ ଦୁଇ ବର୍ଷ ସ୍ନାତକ ପାଠ୍ୟକ୍ରମ ପର୍ଯ୍ୟନ୍ତ ଉପଲବ୍ଧ ହେବ । ଯବାନଙ୍କ ପଢ଼ିବା ପାଇଁ ଏବେ ମୋଟ ୧୮ଟି ପାଠ୍ୟକ୍ରମ ଉପଲବ୍ଧ ଯାହା ଆଗାମି ସମୟରେ ବଢ଼ା ହେବ।

ଏହି ଅବସରରେ କୁଳପତି କହିଛନ୍ତି ଦୀର୍ଘ ଦିନର ଏମଓୟୁ ସ୍ୱାକ୍ଷର ଦ୍ୱାରା କାଶ୍ମୀରରେ ମୃତୟନ ହୋଇଥିବା ସୈନିକମାନେ ଲାଭାନ୍ୱିତ ହେବେ। ଏହି ଚୁକ୍ତିନାମାକୁ ଶିକ୍ଷା କ୍ଷେତ୍ରରେ ଏକ ମାଇଲଖୁଣ୍ଟ ବୋଲି ବର୍ଣ୍ଣନା କରି ଲେଫ୍ଟନାଣ୍ଟ ଜେନେରାଲ୍ ଡି.ପି ପାଣ୍ଡେ କହିଛନ୍ତି ଯେ ଏହା ଏକ ଚ୍ୟାଲେଞ୍ଜିଂ ପରିବେଶରେ ଚିନାର କର୍ପସର ସୈନିକମାନଙ୍କୁ ସେମାନଙ୍କର କର୍ତ୍ତବ୍ୟ ସମ୍ପାଦନ କରିବାକୁ ସଶକ୍ତ କରାଇବ।

କାଶ୍ମୀର ବିଶ୍ୱବିଦ୍ୟାଳୟ ଏହାର ସମୃଦ୍ଧ ଏୈତିହ, ସଂସ୍କୃତି ଓ ଶିକ୍ଷା ସହିତ ଚିନାର କର୍ପସ ସାମରିକ କର୍ମଚାରୀ ଓ ନାଗରିକ ପ୍ରତିରକ୍ଷା କର୍ମଚାରୀଙ୍କୁ ଉଚ୍ଚ ଶିକ୍ଷାଗତ ଯୋଗ୍ୟତା ଓ ବିଷୟବସ୍ତୁ ବିଶେଷଜ୍ଞତା ହାସଲ କରିବାକୁ ଏକ ଅନନ୍ୟ ସୁଯୋଗ ପ୍ରଦାନ କରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.