ସିଆଚିନ୍‌ରେ ଭାରତୀୟ ସେନା ପାଖରେ ଖାଦ୍ୟ ଓ କପଡାର ଅଭାବ, CAGଙ୍କ ରିପୋର୍ଟରେ ଚିନ୍ତାଜନକ ତଥ୍ୟ

Published By : Prameya-News7 Bureau | February 04, 2020 IST

ନୂଆଦିଲ୍ଲୀ ୦୪।୦୨: ସିଆଚିନ୍ , ଲଦାଖ ଓ ଡୋକଲାମ ପରି ଉଚ୍ଚ ପାହାଡୀ ଅଞ୍ଚଳରେ ଭାରତୀୟ ସୈନିକମାନେ ଦିନ ରାତି ଭାରତୀୟ ସୀମାକୁ ସୁରକ୍ଷା ଯୋଗାଇ ଦେଉଛନ୍ତି । କିନ୍ତୁ ଏହିସବୁ ସ୍ଥାନରେ ମୁତୟନ ଥିବା ସୈନିକମାନଙ୍କ ପାଇଁ ଆବଶ୍ୟକତା ଅନୁଯାୟୀ ଖାଦ୍ୟ ସାମଗ୍ରୀ ଓ ପାଗ ଅନୁସାରେ କପଡା ପହଞ୍ଚିପାରିନୁହିଁ । ଉପଯୁକ୍ତ ସମୟରେ ଆବଶ୍ୟକୀୟ ସାମଗ୍ର କିଣାଯାଇପାରୁନାହିଁ , ତେଣୁ ସେମାନଙ୍କ ନିକଟରେ ସାମଗ୍ରୀ ମଧ୍ୟ ପହଞ୍ଚିପାରୁନାହିଁ । ଯାହାଦ୍ବାର ସୈନିକମାନଙ୍କୁ ପୁରୁଣା କପଡା ଓ ଉପକରଣ ବ୍ୟବହାର କରିବାକୁ ପଡୁଛି । ୨୦୧୭-୧୮ ସିଏଜି ରିପୋର୍ଟରେ ଏହା ଖୁଲାସା ହୋଇଛି । ଯାହା ସୋମବାର ଦିନ ସଂସଦରେ ଉପସ୍ଥାପିତ କରାଯାଇଛି ।  

{"id":219888,"width":577,"height":615,"sizeSlug":"large"}

ରିପୋର୍ଟ ମୁତାବିକ ଅତ୍ୟଧିକ ଉଚ୍ଚତାରେ ମୁତୟନ ଥିବା ସୈନିକମାନଙ୍କ ଏନର୍ଜି ପାଇଁ ପ୍ରତିଦିନ ବିଶେଷ ଧ୍ୟାନ ଦିଆଯାଇଥାଏ । ସାମାନ୍ୟ ପରିବର୍ତ୍ତେ ମହଙ୍ଗା ଖାଦ୍ୟ ପାଇଁ ମଂଜୁରୀ ଦିଆଯାଉଛି । ସୈନିକଙ୍କ ପାଇଁ ଖାଦ୍ୟ ସାମଗ୍ରୀ ଓ ଉପକରଣ ଯୋଗାଇବା ପାଇଁ ହେଉଥିବା ଟେଣ୍ଡରରେ ଅସମାନତା ଯୋଗୁଁ ଏପରି ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ।  

{"id":219889,"sizeSlug":"large"}

CAG ରିପୋର୍ଟରେ ଦର୍ଶାଯାଇଛି ଯେ, ସୈନିକମାନଙ୍କୁ ଫେସ୍‌ ମାସ୍କ, ଜ୍ୟାକେଟ୍, ଶୋଇବା ପାଇଁ ସାମଗ୍ରୀ ପୁରାତନ ବିବରଣୀ ଅନୁସାରେ କିଣାଯାଉଛି । ଯାହାଦ୍ବାରା ସୈନିକମାନେ ନୂତନ ସାମଗ୍ରୀର ବ୍ୟବହାରରୁ ବଞ୍ଚିତ ହେଉଛନ୍ତି । କିଣାବିକା ପ୍ରକ୍ରିୟାରେ ବିଳମ୍ବ ଯୋଗୁଁ ସୈନିକମାନଙ୍କର ସ୍ବାସ୍ଥ୍ୟ ଓ ହାଇଜିନ ପ୍ରଭାବ ପଡୁଛି । ଡିଫେନ୍ସ ଲ୍ୟାବ ଓ ଡେଭଲପମ୍ପେଟ୍‌ରେ ଅଭାବ ଏବଂ ସ୍ବଦେଶୀକରଣରେ ବିଫଳତା ଯୋଗୁଁ ସେବା ଆମଦାନୀରେ ବିଳମ୍ବ ହେବାର ଲାଗିଛି ।

{"id":219890,"width":571,"height":401,"sizeSlug":"large"}

ସିଆଚିନ୍ ଓ ଲଦାଖରେ ରହୁଥିବା ସୈନିକମାନଙ୍କ ବାସଗୃହର ସ୍ଥିତି ସୁଧାରିବା ପାଇଁ ପାଇଲଟ ପ୍ରୋଜେକ୍ଟ ଆରମ୍ଭ କରାଯାଇଥିଲା । ଏହି ପାଇଲଟ ପ୍ରୋଜେକ୍ଟ ପାଇଁ ଫେଜ୍ ଅନୁସାରେ ଅନୁଦାନ ମଧ୍ୟ ଦିଆଯାଇଥିଲା । ୨୭୪କୋଟି ଟଙ୍କା ଖର୍ଚ୍ଚ ହେବା ପରେ ମଧ୍ୟ ପାଇଲଟ ପ୍ରୋଜେକ୍ଟ ସଫଳ ହୋଇନାହିଁ । ସୈନିକମାନଙ୍କ ଆବଶ୍ୟକୀୟ ଥିବା ସାମଗ୍ରୀର ଠିକ୍ ଭାବରେ ଆକଳନ ନକରାଯାଇ ଯୋଜନା ପ୍ରସ୍ତୁତ କରାଯାଉଛି ବୋଲି ରିପୋର୍ଟରେ କୁହାଯାଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.