ସୈନିକଙ୍କ ପରଲୋକ
20/08/2018 at 7:24 AM

କଟକ୨୦/୮: ଆଠଗଡ ସବଡିଭିଜନ ଅନ୍ତର୍ଗତ ନରସିଂହପୁର ବାଲିଝରି ଗ୍ରାମର ଯୁବକ ଆର୍ମିରେ କାର୍ଯ୍ୟରତ ଥିବା ବେଳେ ତାଙ୍କର ପରଲୋକ ହୋଇଯାଇଛି।ସେନାବାହିନୀ ରେ ହାବିଲଦାର ଭାବେ କାର୍ଯ୍ୟ କରୁଥିବା ଏହି ସୈନିକଙ୍କ ନାମ ବିଜୟ କଟିକିଆ।ତାଙ୍କ ଘର କଟକ ଜିଲ୍ଲାର ନରସିଂହପୁର ବ୍ଲକ୍ ଅନ୍ତର୍ଗତ ବାଲିଝରି ଗ୍ରାମରେ। ଗତକାଲି ତାଙ୍କ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ରାୟବରେଲିର ଏକ ଡ଼ାକ୍ତର ଖାନାରେ ଭର୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆଜି ବିଜୟଙ୍କ ମରଶରୀର ବାଲିଝରି ଗ୍ରାମରେ ପହଂଚିବା ଫଳରେ ଗ୍ରାମରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା,ଗ୍ରାମ ଶ୍ମଶାନ ରେ ହଜାର ଗ୍ରାମବାସୀଙ୍କ ଉପସ୍ଥିତିରେ ବିଜୟଙ୍କ ଶେଷ କୃତ୍ୟ ସମ୍ପନ୍ନ ହୋଇଛି।