Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟେଷ୍ଟ ପରେ ଓ୍ବାନ୍‌ ଡେ’ ସିରିଜ୍‌ କବ୍‌ଜା କଲା ଦକ୍ଷିଣ ଆଫ୍ରିକା, ଦ୍ବିତୀୟ ଦିନିକିଆରେ ଟିମ୍‌ ଇଣ୍ଡିଆ ୭ ଓ୍ବିକେଟରେ ଧରାଶୟୀ, ଭାରତ ୨୮୭/୬(୫୦ ଓଭର), ଦକ୍ଷିଣ ଆଫ୍ରିକା ୨୮୮/୩ (୪୮.୧ଓଭର)
  • ||
  • ରାଜ୍ୟରେ ଶୁକ୍ରବାର ସୁସ୍ଥହେଲେ ୧୦,୩୯୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୬୧୦ଜଣ ଡିସଚାର୍ଜ
  • ||
  • ହରଭଜନ ସିଂହ କରୋନା ଆକ୍ରାନ୍ତ, ନିଜକୁ କଲେ ଆଇସୋଲେଟ୍‌
  • ||
  • ଚୋରା ବାଲି କାରବାରରୁ ହତ୍ୟା, ଶ୍ରମିକଙ୍କ ଉପରେ ଚଢାଇଦେଲେ ଟ୍ରାକ୍ଟର !
  • ||
  • ରାଜ୍ୟରେ ୧୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୯୮୩୩ କୋଭିଡ୍ ପଜିଟିଭ୍, ୧୧୮୭୨୯୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଶିବାଡ ଘାଟିରେ ଓଲଟିଲା ଇସପାତ୍, ୮ ଗୁରୁତର
  • ||
  • ଶୁକ୍ରବାରଠୁ ଲିଭିବ ଅମର ଯବାନ ଜ୍ୟୋତି : ୫୦ ବର୍ଷ ତଳେ ଶୁଭାରମ୍ଭ କରିଥିଲେ ଇନ୍ଦିରା ଗାନ୍ଧୀ
  • ||
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

ବିବାହର ୫ବର୍ଷ ପରେ ବି ଛୁଆ ନହେବାରୁ ପତ୍ନୀଙ୍କୁ ଖୁଆଇ ନେବା ବାହାନାରେ କେନାଲକୁ ଫିଙ୍ଗିଲା ଯବାନ

21/06/2019 at 1:39 PM

ପଟିଆଲା ୨୧/୬: ସଙ୍ଗରୁର ରୋଡ଼ର ରଣବୀରପୁରା ଗାଁରେ ଜଣେ ମହିଳାଙ୍କ ବିବାହର ୫ବର୍ଷ ପରେ ମଧ୍ୟ ଛୁଆ ନହେବାରୁ ଯବାନ ସ୍ବାମୀ ପତ୍ନୀଙ୍କୁ କେନାଲରେ ଫିଙ୍ଗି ଦେଇଛି। ଯବାନ ଜଣକ ଛୁଟିରେ ଘରକୁ ଆସିଥିବାବେଳେ ବୁଧବାର ରାତିରେ ପ୍ରଥମେ କାରର ଚକ ପମ୍ପଚର କରିଥିଲା। ଏହାପରେ ପତ୍ନୀଙ୍କ ମୋବାଇଲ୍ ଘରେ ଛାଡ଼ିଥିଲା। ଏହାପରେ ବୁଧବାର ରାତି ପାଖାପାଖି ୯ଟାବେଳେ ପତ୍ନୀ ସୁରଜିତ କୈାରଙ୍କୁ ସ୍କୁଟିରେ ବସାଇ  ରେଷ୍ଟୁରାଣ୍ଟରେ ଖୁଆଇ ନେବା ବାହାନାରେ ନେଇଯାଇଥିଲା ଏବଂ ସ୍କୁଟି ସହ ଭାଖଡ଼ା କେନାଲରେ ତାଙ୍କୁ ଫିଙ୍ଗି ଦେଇଥିଲା।

 ଏହି ଅଭିଯୋଗ ମହିଳାଙ୍କ ପରିବାର ଲୋକେ ଲଗାଇଥିଲେ। ​‌ପୋଲିସ୍ ମହିଳାଙ୍କୁ ଖୋଜିବା ପାଇଁ ଏକ ଟିମ୍ ଲଗାଇଛି। କିନ୍ତୁ ଯବାନ ହରବଜିତ ସିହ କହିଛି ଯେ ସାମନାରେ ଆସୁଥିବା ଗାଡ଼ିର ଆଲୁଅ ଆଖିରେ ପଡ଼ିବାରୁ ସ୍କୁଟି ଭାରସାମ୍ୟ ହରାଇ କେନାଲରେ ପଡ଼ିଯାଇଥିଲା। ପତ୍ନୀ କେନାଲରେ ଭାସିଯାଇଥିଲେ କିନ୍ତୁ ତାକୁ ସେଠାରେ ଉପସ୍ଥିତ ଥିବା ଲୋକେ ବଞ୍ଚାଇଥିଲେ।

ମହିଳାଙ୍କ ଭାଇଙ୍କ କହିବାନୁସାରେ ତାଙ୍କ ଭଉଣୀ ସୁରଜିତ କୈାରଙ୍କ ବିବାହ ୨୦୧୪ମସିହାରେ ମୋହାଲି ବାସିନ୍ଦା ହରବଜିତ ସିଂହ ସହ ହୋଇଥିଲା। ହରବଜିତ ସିଂହ ଫିରୋଜପୁରରେ ଆର୍ମିରେ ନିୟୋଜିତ ଅଛନ୍ତି। ବିବାହ ପରେ ସୁଜିତ କୈାରଙ୍କ ସନ୍ତାନ ହୋଇନଥିଲା। ଏଥିପାଇଁ ତାଙ୍କ ସ୍ବାମୀ ତାଙ୍କ ସହ ସବୁବେଳେ ଝଗଡ଼ା କରୁଥିଲା। ଜୁନ ୧୦ତାରିଖରେ ପତ୍ନୀଙ୍କ ଚିକିତ୍ସା କରାଇବା କଥା କହି ସେ ୨୦ଦିନ ପାଇଁ ଛୁଟିରେ ଆସିଥିଲା। କିନ୍ତୁ ସେ ଗୋଟିଏ ଦିନ ମଧ୍ୟ ପତ୍ନୀଙ୍କ ଚିକିତ୍ସା ପାଇଁ ଘରୁ ବାହାରି ନଥିଲେ ଏବଂ ତାଙ୍କ ପତ୍ନୀଙ୍କୁ ବାପଘରୁ ଆଣିବା ପରେ ଏହି କାଣ୍ଡ ଘଟାଇଥିଲା।   

   Related Posts