Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ମୋଦି ସରକାରଙ୍କ ବଡ଼ ନିଷ୍ପତ୍ତି, ଛୁଟିରେ ଥିବା ସୈନିକଙ୍କ ମୃତ୍ୟୁ ହେଲେ ମିଳିବ ସମାନ ସୁବିଧା ଓ କ୍ଷତିପୂରଣ

22/10/2021 at 11:26 AM

ନୂଆଦିଲ୍ଲୀ ୨୨/୧୦ : ଛୁଟିରେ ରହଥିବା ସୈନିକଙ୍କ ପ୍ରତି ହେଉଥିବା ଆକ୍ରମଣ ଉପରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବଡ଼ ଘୋଷଣା କରିଛି। ଯଦି ଛୁଟିରେ ଯାଇଥିବା କୌଣସି ସୈନିକଙ୍କ ଉପରେ ଆକ୍ରମଣ ହେଉଛି  ଓ ଏହି ଆକ୍ରମଣରେ ସୈନିକଙ୍କ ମୃତ୍ୟୁ ହେଉଛି। ତେବେ ଏହାକୁ ଡ୍ୟୁଟିରେ ଥାଇ ମୃତ୍ୟୁବରଣ କରଛନ୍ତି ବୋଲି ଘୋଷଣା କରାଯିବ। ଏହି ଅନୁସାରେ ମୃତ ସୈନିକଙ୍କ ପରିବାରକୁ କ୍ଷତି ପୁରଣ ପ୍ରଦାନ କରାଯିବ।

ଏହି ନିର୍ଦ୍ଦେଶକୁ ତିନି ସେନା ପାଇଁ ଲାଗୁ କରିଦିଆଯାଇଛି।  ବର୍ତ୍ତମାନ କୌଣସି ସମସ୍ୟା ଉପରେ ଯାରି କରାଯାଇଥିବା ନିର୍ଦ୍ଦେଶରେ ଆଲୋଚନା କରାଯାଇନାହିଁ। ଯଦି କୌଣସି ସୈନିକ ଛୁଟିରେ ନିଜ ଘରକୁ କିମ୍ବା ଅନ୍ୟ କେଉଁଆଡ଼େ ଯାଇଥିବା ସମୟରେ ଚରମପନ୍ଥି ବା ଅସାମାଜିକ ବ୍ୟକ୍ତିମାନଙ୍କ ଆକ୍ରମଣରେ ଶୀକାର ହୋଇ ମୃତ୍ୟୁବରଣ କରନ୍ତି ତେବେ ଏହାକୁ ଡ୍ୟୁଟିରେ ଥିବା ସମୟରେ ମୃତ୍ୟୁ ହୋଇଛି ବୋଲି ଗଣନା କରାଯିବ ।

ଏହାସହ ସମ୍ପୃକ୍ତ ସୈନିକଙ୍କ ପରିବାରକୁ ଡ୍ୟୁଟିକରି ମୃତ୍ୟୁବରଣ କଲେ ଯେଉଁଭଳି କ୍ଷତିପୁରଣ ମିଳେ ସେହିଭଳି କ୍ଷତିପୁରଣ ମିଳିବ।   ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଲାଗୁ କରାଯାଇଥିବା ନିର୍ଦ୍ଦେଶରେ କୁହାଯାଇଛି ଛୁଟିର ଅର୍ଥ ସମସ୍ତ ପ୍ରକାର ଛୁଟି ଯାହା ସରକାର ସମସ୍ତ ସୈନିକମାନଙ୍କୁ ପ୍ରଦାନ କରନ୍ତି । ପ୍ରକୃତରେ କିଛିଦିନ ହେଲା ସୈନିକମାନଙ୍କ ଉପରେ ଆକ୍ରମଣ ବଢ଼ିଯାଇଛି। ଯେତେବେଳେ ସୈନ୍ୟମାନେ ଛୁଟିରେ ରହୁଛନ୍ତି ଏହା ଅଧୀକ ପରିମାଣରେ ହେଉଛି । କିନ୍ତୁ ଏହି ଘଟଣା କାଶ୍ମୀରରେ ଅଧୀକ ଦେଖା ଦେଉଛି।

କିନ୍ତୁ ସରକାରଙ୍କ ତରଫରୁ ଏହି ମାମଲାରେ ସ୍ପଷ୍ଟିକରଣ କରି ସୈନିକମାନଙ୍କୁ ରିଲିଫ ଯୋଗାଇ ଦିଆଯାଇଛି। ସରକାର କହିଛନ୍ତି ”ସୈନିକମାନେ ଭାରତୀୟ ସେନା କର୍ମଚାରୀ ହୋଇଥିବାରୁ ସେମାନଙ୍କ ଉପରେ ଛୁଟିଦିନରେ ଆକ୍ରମଣ ହେଉଛି; ସେଥିପାଇଁ ସେମାନେ ଏହି ଲାଭ ପାଇବାର ହକଦାର”। କିନ୍ତୁ ଯଦି ବ୍ୟକ୍ତିଗତ ଶତୃତା ଯୋଗୁଁ କୌଣସି ସୈନିକଙ୍କ ଆକ୍ରମଣରେ ମୃତ୍ୟୁ ହୁଏ ସେ ଏହି ଯୋଜନାର ଲାଭ ପାଇବେ ନାହିଁ । ସମ୍ପୃକ୍ତ ସୈନିକଙ୍କ ପରିବାରକୁ ମଧ୍ୟ କୌଣସି କ୍ଷତିପୁରଣ ମିଳିବ ନାହିଁ।

   Related Posts