Wednesday, August 21, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଜମ୍ମୁ କଶ୍ମୀର ପୁଲୱାମାରେ ଏନକାଉଣ୍ଟର : ୩ ଆତଙ୍କବାଦୀ ନିହତ ସହ ଜଣେ ଯବାନ ସହିଦ, ସ୍ଥାନୀୟ ଅଞ୍ଚଳରେ କର୍ଫ୍ୟୁ ଜାରି

ଶ୍ରୀନଗର ୧୬|୫: ଜମ୍ମୁ କଶ୍ମୀରର ପୁଲୱାମାରେ  ସୁରକ୍ଷାବାହିନୀ ପକ୍ଷରୁ  ଏନକାଉଣ୍ଟର କରାଯାଇଛି । ଏନକାଉଣ୍ଟରରେ ୩  ଆତଙ୍କବାଦୀ ନିହତ ହୋଇଛନ୍ତି ।

ଦଲିପୁରା ଅଂଚଳରେ ଆତଙ୍କବାଦୀ ମାନେ ଲୁଚି ରହିଥିବା ସୂଚନା ମିଳିବା ପରେ ପୋଲିସ, ଏସଓଜି ଓ ସିଆରପିଏଫର ଯବାନ ମାନେ  ସର୍ଚ୍ଚ ଅପରେସନ କରିଥିଲେ  । ଲୁଚିଥିବା ଆତଙ୍କବାଦୀମାନେ ଯବାନଙ୍କ ଉପରକୁ ଗୁଳିମାଡ କରିଥିଲେ । ଏନକାଉଣ୍ଟରରେ ୩  ଆତଙ୍କବାଦୀ ନିହତ ହୋଇଛନ୍ତି । ଏନକାଉଣ୍ଟର ସମୟରେ ଜଣେ ଯବାନ ମଧ୍ୟ ସହିଦ ହୋଇଛନ୍ତି । ଏଥିସହ ୨ଜଣ ଯବାନ ଏବଂ ଜଣେ ସାଧାରଣ ନାଗରିକ  ଆହତ ହୋଇଛନ୍ତି । ଆହତ ଯବାନଙ୍କୁ ନିକଟସ୍ଥ ଆର୍ମି ବେସ୍ କ୍ୟାମ୍ପ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଏହି ଘଟଣାପରେ ସଂପୃକ୍ତ ଅଂଚଳରେ ଇଣ୍ଟରନେଟ ଏବଂ ମୋବାଇଲ ସେବା ବନ୍ଦ କରି ଦିଆଯାଇଛି । ତେବେ ସେହି ଅଞ୍ଚଳରେ ଆଉ କିଛି ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ କରାଯାଉଛି । ଏଥିପାଇଁ ସୁରକ୍ଷା କର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନଙ୍କୁ ଜୋରଦାର କରାଯାଇଛି । ତେବେ ସୁରକ୍ଷା ଦୃଷ୍ଟିରୁ ସମ୍ପୂର୍ଣ୍ଣ ଅଞ୍ଚଳରେ କର୍ଫ୍ୟୁ ଜାରି କରାଯାଇଛି ।

99 Views

   ସମ୍ବନ୍ଧିତ ଖବର