ଲଦାଖରେ ଆହତ ହୋଇଥିବା ଯବାନଙ୍କ ପିତା ରାହୁଲ ଗାନ୍ଧୀଙ୍କୁ ଦେଲେ ପରାମର୍ଶ : ଭିଡିଓ ସେୟାର କରି ଅମିତ ଶାହ କହିଲେ...

Published By : Prameya-News7 Bureau | June 20, 2020 IST

ନୂଆଦିଲ୍ଲୀ ୨୦/୦୬ : ଲଦାଖରେ ଭାରତ ଚୀନ ମଧ୍ୟରେ ହିଂସା ଘଟଣାରେ ଆହତ ହୋଇଥିବା ଭାରତୀୟ ଯବାନଙ୍କ ପିତା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପରାମର୍ଶ ଦେଇଛନ୍ତି ଯେ ସେ ନେତାଗିରି ନ କରନ୍ତୁ | ଯବାନଙ୍କ ପିତାଙ୍କ ଏହି ଭିଡିଓକୁ ଗୃହମନ୍ତ୍ରୀ ଅମିତ ଶାହ ନିଜ ଟ୍ୱିଟର ପେଜରେ ସେୟାର କରିଛନ୍ତି | ଅମିତ ଶାହ କହିଛନ୍ତି ବୀରପୁତ୍ରଙ୍କ ପିତାଙ୍କ ଏହି ଭିଡିଓ ରାହୁଲ ଗାନ୍ଧୀଙ୍କ ପାଇଁ ଏକ ସନ୍ଦେଶ | ସମାଚାର ଏଜେନ୍ସି ANI ସହ କଥାବାର୍ତ୍ତା ବେଳେ ଆହତ ହୋଇଥିବା ଯବାନଙ୍କ ପିତା କହିଥିଲେ ଯେ ଭାରତୀୟ ସେନା ବହୁତ ଶକ୍ତିଶାଳୀ ଏବଂ ସହଜରେ ଚୀନକୁ ପରାସ୍ତ କରିପାରିବ | ରାହୁଲ ଗାନ୍ଧୀଙ୍କୁ ଏହି ମାମଲାରେ ରାଜନୀତି କରିବା ଅନୁଚିତ | ସେ କହିଥିଲେ ଯେ, 'ମୋ ପୁଅ ସେନାରେ ଯୁଦ୍ଧ କରିଛି ଓ ଆଗକୁ ମଧ୍ୟ କରିବ |' ଯବାନଙ୍କ ପିତାଙ୍କ ଏହି ଭିଡିଓକୁ ସେୟାର କରି ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି, ଯେତେବେଳେ ସାରା ଦେଶ ଏକତ୍ରିତ ହୋଇଛି ସେତେବେଳେ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଛୋଟ ରାଜନୀତିରୁ ଉପରକୁ ଉଠି ଦେଶ ହିତ ପାଇଁ ଛିଡା ହେବା ଉଚିତ |

ସୂଚନାଯୋଗ୍ୟ ଯେ, ଲଦାଖରେ ଚୀନ ସେନା ସହ ହିଂସା ଘଟଣାରେ ଭାରତୀୟ ସେନାର ୨୦ ଯବାନ ଶହୀଦ ହୋଇଛନ୍ତି | ଏହି ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଲଗାତାର ପ୍ରଶ୍ନ କରୁଛନ୍ତି | ଏହା ପୂର୍ବରୁ ରାହୁଲ ପ୍ରଶ୍ନ କରିଥିଲେ ଯେ ସେନାର ଯବାନଙ୍କୁ ନିଶସ୍ତ୍ର ପଠାଇବା ନିଷ୍ପତ୍ତି କାହାର ଥିଲା ? ରାହୁଲଙ୍କ ଏହି ପ୍ରଶ୍ନର ଜବାବ ରଖିଥିଲେ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର |

wp:core-embed/twitter {"url":"https://twitter.com/i/status/1274186413911666690","type":"rich","providerNameSlug":"twitter","className":""}
https://twitter.com/i/status/1274186413911666690
/wp:core-embed/twitter

ଶୁକ୍ରବାର ଦିନ ହୋଇଥିବା ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ଯାହା କହିଥିଲେ ତା ଉପରେ ରାହୁଲ ଗାନ୍ଧୀ ଶନିବାର ଦିନ ପୁଣି ଦୁଇଟି ପ୍ରଶ୍ନ କରିଛନ୍ତି | ସେ କହିଛନ୍ତି, 'ପ୍ରଧାନମନ୍ତ୍ରୀ ଭାରତୀୟ କ୍ଷେତ୍ରକୁ ଚୀନ ସମ୍ମୁଖରେ ଆତ୍ମସମର୍ପଣ କରିଦେଇଛନ୍ତି | ଯଦି ଜମି ଚୀନର ଥିଲା ତାହେଲେ ଆମ ଯବାନ କାହିଁକି ପ୍ରାଣ ହରାଇଲେ | ତାଙ୍କୁ କେଉଁଠାରେ ମରାଯାଇଛି ?'

ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ, 'କେହି ମଧ୍ୟ ଭାରତର ଜମି ଉପରେ କବଜା କରିନାହାନ୍ତି | ଆମ ଯବାନ ଚୀନକୁ ସବକ ଶିଖାଇଛନ୍ତି |' ସେନାକୁ ପୁରା ଛୁଟ ଦିଆଯାଇଛି ବୋଲି ମୋଦି କହିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.