ସତଲେଜ୍ ନଦୀରେ ଖସି ପଡିଲେ ଯବାନ, ବଡ ଧରଣର ସର୍ଚ୍ଚ ଅପରେସନ ଆରମ୍ଭ
17/04/2020 at 6:18 PM

ଚଣ୍ଡିଗଡ ୧୭।୦୪: ଭାରତୀୟ ସେନା ଶୁକ୍ରବାର ହିମାଚଳ ପ୍ରଦେଶର କିନାଉର ବାସ୍ତବ ନିୟନ୍ତ୍ରଣ ରେଖା ନିକଟରେ ଆଲୋଚନା ସମୟରେ ଦୁର୍ଭାଗ୍ୟବଶତଃ ସତଲେଜ୍ ନଦୀକୁ ଖସି ପଡିଥିବା ଜଣେ ଯବାନଙ୍କ ସନ୍ଧାନ ପାଇଁ ବଡ ଧରଣର ସର୍ଚ୍ଚ ଅପରେସନ ଆରମ୍ଭ କରିଛି।
ପ୍ରତିରକ୍ଷା ବିଭାଗର ମୁଖପାତ୍ର ଅନୁଯାୟୀ, ତ୍ରିପିକ ବ୍ରିଗେଡରର ଲାନ୍ସ ହାବିଲଦାର ପ୍ରକାଶ ରାଲା ନଦୀ ଅତିକ୍ରମ କରୁଥିବା ବେଳେ ଦୁର୍ଘଟଣାବଶତଃ ସତଲେଜ୍ ନଦୀରେ ଖସି ପଡିଛନ୍ତି। ଏହାର ସୂଚନା ମିଳିବା ମାତ୍ରେ ସେନା ପକ୍ଷରୁ ତାଙ୍କର ଉଦ୍ଧାର ପାଇଁ ବଡ ଧରଣର ରେସକ୍ୟୁ ଅପରେସନ ଆରମ୍ଭ କରାଯାଇଛି।
ମୁଖପାତ୍ରଙ୍କ ଅନୁଯାୟୀ ବିଶେଷ ବଳ ଓ ଇଞ୍ଜିନିୟର ଟାକ୍ସ ଫୋର୍ସର ବିଶେଷ ରୂପେ ପ୍ରଶିକ୍ଷିତ ପାଣି ବୁଡାଳି ହେଲିକପ୍ଟର ସହିତ ଯବାନଙ୍କ ସନ୍ଧାନରେ ଜୁଟିଛନ୍ତି।