Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

ନିଜ ବନ୍ଧୁକରୁ ନିଜକୁ ଗୁଳି କରି ଆତ୍ମହତ୍ୟା କଲେ ଯବାନ, କାରଣ ଅସ୍ପଷ୍ଟ

22/11/2020 at 4:50 PM

ଶ୍ରୀନଗର ୨୨/୧୧: ଏଲ୍‌ଓସିରେ ଜଣେ ଭାରତୀୟ ଯବାନ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ନିଜର ସର୍ଭିସ୍‌ ରାଇଫଲ୍‌ରୁ ନିଜକୁ ଗୁଳି କରିଥିବା ଜଣେ ବଡ଼ ସେନା ଅଧିକାରୀ ସୂଚନା ଦେଇଛନ୍ତି।

ଏଭଳି ଘଟଣା ଜାମ୍ମୁ କାଶ୍ମୀରରେ ପୁଞ୍ଚ ଜିଲ୍ଲାର ଏଲ୍‌ଓସି ପାଖରେ ଘଟିଛି। ମିଳିଥିବା ସୂଚନା ଅନୁସାରେ ହାବିଲ୍‌ଦାର ରାଜିନ୍ଦର କୁ୍ମାର ସାଲୁତ୍ରି ଅଞ୍ଚଳରେ କାର୍ଯ୍ୟରତ ଥିଲେ। ରବିବାର ସକାଳ ପ୍ରାୟ ୮.୨୫ ସମୟରେ ସେ ନିଜକୁ ସର୍ଭିସ୍‌ ରାଇଫଲ୍‌ରେ ଗୁଳି କରିଥିଲେ। ତାଙ୍କୁ ସଙ୍ଗେସଙ୍ଗେ ହସ୍ପିଟାଲକୁ ନିଆଯାଇଥିଲା।

ହସ୍ପିଟାଲରେ ପାଖାପାଖି ୨ ଘଣ୍ଟା ମୃତ୍ୟୁ ସହ ଲଢ଼େଇ କରିବା ଶେଷରେ ମୃତ୍ୟୁବରଣ କରିଥିଲେ ରାଜିନ୍ଦର। ଏମିତି ଏକ ବଡ଼ ପଦକ୍ଷେପ ନେବାକୁ ରାଜିନ୍ଦରଙ୍କୁ କିଏ ଉସୁକାଇଛି କିମ୍ବା ଏହା ପଛରେ ଆଉ କଣ କାରଣ ରହିଛି ସେନେଇ ସ୍ପଷ୍ଟ ହୋଇନାହିଁ। ସେପଟେ ରାଜିନ୍ଦରଙ୍କ ଆତ୍ମହତ୍ୟା ଘଟଣାରେ ପୋଲିସ୍‌ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।

   Related Posts