ଲଦାଖର ବିଯୁକ୍ତ ତାପମାତ୍ରାରେ ମଧ୍ୟ ଯବାନଙ୍କୁ ଏବେ ରଖିହେବ ଉଷୁମ, ଉପଯୋଗ ହେବ ସୋନମ ୱାଙ୍ଗଚୁକ୍‌ଙ୍କ ‘ସୋଲାର ହିଟେଡ ମିଲିଟାରି ଟେଣ୍ଟ’

Published By : Prameya-News7 Bureau | February 21, 2021 IST

ଲେହ : ଚୀନ୍‌ ସୀମାବର୍ତ୍ତି ଲଦ୍ଦାଖରେ ଏପରି ବି ସ୍ଥାନ ରହିଛି ଯେଉଁଠି ଥଣ୍ଡା ରକ୍ତ ଜମାଟ କରିଦିଏ। ତଥାପି ଦେଶର ସୀମା ସୁରକ୍ଷା ଲାଗି ସୈନିକ ଏଠାରେ ଅହର୍ନିସୀ ପ୍ରହରା ଦେଇଥାନ୍ତି। ଏଥିରେ ସୀମାକୁ ନେଇ ଚୀନ୍‌ ସହ ସୃଷ୍ଟି ହେଉଥିବା ଉତ୍ତେଜନାରେ ଭାରତୀୟ ସେନା ଏବେ ବର୍ଷତମାମ ଲଦ୍ଦାଖରେ ମୁତୟନ ହେଉଛନ୍ତି।

{"id":412426,"width":579,"height":579,"sizeSlug":"large","linkDestination":"none"}

ତେବେ ଏଠାରେ ଥଣ୍ଡା ଯୋଗୁ ଯେପରି ଆମ ଜବାନଙ୍କୁ କୌଣସି ଅସୁବିଧାର ସମ୍ମୁଖୀନ ନହୁନ୍ତି ସେଥିଲାଗି ବିଶିଷ୍ଟ ବୈଜ୍ଞାନିକ ତଥା ସମାଜସେବୀ ସୋନମ ୱାଙ୍ଗଚୁକ୍‌ ସେନା ଲାଗି ଏକ ସ୍ୱତନ୍ତ୍ର ଧରଣର ତମ୍ବୁ ପ୍ରସ୍ତୁତ କରିଛନ୍ତି। ‘ସୋଲାର ହିଟେଡ ମିଲେଟ୍ରି ଟେଣ୍ଟ’ ନାମକ ଏହି ତମ୍ବୁ ଅତ୍ୟନ୍ତ ବିପରୀତ ପାଗରେ ମଧ୍ୟ ସେନାକୁ ବେଶ ଉଷୁମ ରଖିପାରୁଛି।

wp:embed {"url":"https://twitter.com/Wangchuk66/status/1363327976222257155","type":"rich","providerNameSlug":"twitter","responsive":true,"className":""}
https://twitter.com/Wangchuk66/status/1363327976222257155
/wp:embed

ଲଦ୍ଦାଖ ଉପତ୍ୟାକାରେ ଯେତେବେଳେ ତାପମାତ୍ରା ବିଯୁକ୍ତ ୧୫ ଡିଗ୍ରି ସେଲସିୟସରେ ପହଞ୍ଚି ଯାଉଛି ସେତେବେଳେ ଏହି ତମ୍ବୁ ଭିତରର ତାପମାତ୍ରା ଯୁକ୍ତ ୧୫ ଡିଗ୍ରି ସେଲସିୟସ ରହୁଛି। ଫଳରେ  ତମ୍ବୁ ଭିତର ଓ ବାହାରର ତାପମାତ୍ରାରେ ପାଖାପାଖି ୨୯ ଡିଗ୍ରି ସେଣ୍ଟିଗ୍ରେଡ ଫରକ ରହୁଛି। ଯାହା ଅତ୍ୟାଧିକ ଥଣ୍ଡାରେ ମଧ୍ୟ ଜବାନଙ୍କୁ ବେଶ୍ ସୁରକ୍ଷିତ ରଖିପାରିବ ବୋଲି କୁହାଯାଉଛି।

{"id":412427,"sizeSlug":"large","linkDestination":"none"}

ଏବେ ଜବାନମାନେ ଲଦ୍ଦାଖ ସୀମାରେ ଡ୍ୟୁଟି କରିବା ଲାଗି ବିପୁଳ ଇନ୍ଧନର ଆବଶ୍ୟକତା ପଡୁଛି। ଏହି ତମ୍ବୁ ବ୍ୟବହାର ଆରମ୍ଭ ହେବା ପରେ ଏଥିଲାଗି ଖର୍ଚ୍ଚ ହେଉଥିବା ଟନଟନ୍‌ କିରୋସିନ୍‌ ବଞ୍ଚାଯାଇପାରିବ। ସେହିପରି କିରୋସିନ ଜଳିବା ଯୋଗୁ ପରିବେଶ ଉପରେ ପଡୁଥିବା ପ୍ରଭାବ ମଧ୍ୟ ହ୍ରାସ  ହେବ ବୋଲି ୱାଙ୍ଗଚୁକ୍‌ କହିଛନ୍ତି।

{"id":412428,"width":577,"height":433,"sizeSlug":"large","linkDestination":"none"}

ବଲିଉଡ୍ ଫିଲ୍ମ ଥ୍ରିଇଡିୟଟସ୍‌ ସୋନମ ୱାଙ୍ଗଚୁକ୍‌ଙ୍କ ଆଧାରରେ ନିର୍ମିତ ହୋଇଥିଲା। ଏଥିରେ ୱାଙ୍ଗଚୁକ୍‌ଙ୍କ ଭୂମିକାରେ ଅମୀର ଖାନ ଅଭିନୟ କରିଥିଲେ। ପର୍ଦ୍ଦାରେ ଯାହାଙ୍କୁ ଫୁନସୁକ୍‌ ୱାଙ୍ଗଡୁ ଓ ତାଙ୍କ ସାଥୀମାନେ ତାଙ୍କୁ ରେଞ୍ଚୋ ନାମରେ ଡାକୁଥିଲେ। ସେହି ରେଞ୍ଚୋ ଏବେ ତାଙ୍କ ଦେଶର ଜବାନଙ୍କ ସୁରକ୍ଷା ଲାଗି ଏହି ତମ୍ବୁ ପ୍ରସ୍ତୁତ କରିଛନ୍ତି। ଯାହା ସୂର୍ଯ୍ୟଙ୍କ କିରଣରୁ ତାପ ସଂଗ୍ରହ କରି ତମ୍ବୁକୁ ଉଷୁମ ରଖିପାରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.