ପୁଲଓ୍ବାମା ହମଲା : କାଶ୍ମୀର ଅଂଚଳରେ ଡ୍ୟୁଟିରେ ଯାଇଥିବା ଯବାନଙ୍କ ପତ୍ନୀ ଚିନ୍ତିତ ହୋଇ କଲେ ଆତ୍ମହତ୍ୟା

Published By : Prameya-News7 Bureau | February 18, 2019 IST

ଅହମଦାବାଦ ୧୮/୨ : ଗତ ୧୪ ତାରିଖରେ ପୁଲଓ୍ବାମାରେ ହୋଇଥିବା ଆତଙ୍କୀ ହମଲାରେ ୪୨ ସିଆରପିଏଫ ଯବାନ ହେବା ଘଟଣା ପରେ ଯବାନଙ୍କ ପରିବାରରେ ଭୟରେ ସୃଷ୍ଟି ହୋଇଛି | ଯବାନଙ୍କ ପରିବାରଲୋକେ ହମଲାକୁ ନେଇ ଭୟଭୀତ ରହିଛନ୍ତି | ଏଭଳି ସ୍ଥିତିରେ ଜାମ୍ମୁ କାଶ୍ମୀରରେ ନିୟୋଜିତ ଜଣେ ଯବାନଙ୍କ ପତ୍ନୀ ଭୟଭୀତ ହୋଇ ଆତ୍ମହତ୍ୟା କରିଛନ୍ତି |


ଦେବଭୂମି ଦ୍ୱାରିକାର ଖମ୍ଭାଲିୟା ଗାଁର ଭୁପେନ୍ଦ୍ର ସିଂ କିଛି ଦିନ ପୂର୍ବରୁ ଛୁଟିରେ ଘରକୁ ଆସିଥିଲେ | ଛୁଟି ପରେ ସେ ନିଜ ଡ୍ୟୁଟିରେ ଫେରି ଯାଇଥିଲେ | କାଶ୍ମୀର ସ୍ଥିତ ଗୁଲମାର୍ଗରେ ଭୁପେନ୍ଦ୍ରଙ୍କ ଡ୍ୟୁଟି ଥିଲା | ସେ ଡ୍ୟୁଟିରେ ଯୋଡ଼ା ଦେବାପରେ ଭୁପେନ୍ଦ୍ରଙ୍କ ପତ୍ନୀ ଚିନ୍ତିତ ହୋଇପଡିଥିଲେ | ଫେବୃଆରୀ ୧୪ ତାରିଖରେ ପୁଲଓ୍ବାମାରେ ସିଆରପିଏଫ ଯବାନଙ୍କ ଉପରକୁ ଆତଙ୍କୀ ହମଲା ହୋଇଥିଲା | ହମଲାରେ ୪୨ ଜଣ ଯବାନ ସହିଦ ହୋଇଥିଲେ | ଯବାନଙ୍କ ସହିଦ ହେବା ଘଟଣା ପରେ ଭୁପେନ୍ଦ୍ରଙ୍କ ପତ୍ନୀ ଭୟଭୀତ ହୋଇ ନିଜ ରୁମରେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି |


ସେଦିନ ଗାଁରେ କୌଣସି ଏକ ସମାରୋହ ଚାଲିଥିଲା | ଭୁପେନ୍ଦ୍ରଙ୍କ ପରିବାର ସମାରୋହରେ ଯୋଗ ଦେବା ପାଇଁ ଯାଇଥିଲେ | ସେମାନେ ଫେରୁ ଫେରୁ ରାତି ହୋଇଯାଇଥିଲା | ଘରକୁ ଫେରି ଦେଖିଥିଲେ ଭୁପେନ୍ଦ୍ରଙ୍କ ପତ୍ନୀ ମିନାକ୍ଷୀଙ୍କ ରୁମ କବାଟ ବନ୍ଦ ରହିଛି | ସେମାନେ ଭାବିଲେ ବୋଧେ ବୋହୁ ଶୋଇ ପଡିଥିବା | ସେଥିପାଇଁ ବିଳମ୍ବିତ ରାତିରେ ବୋହୁକୁ ଡାକିବା ଠିକ ନ ଭାବି ସମସ୍ତେ ଜୈ ଶୋଇ ପଡ଼ିଥିଲେ | ସକାଳୁ ମିନାକ୍ଷୀ ନ ଉଠିବାରୁ ଘରଲୋକ କବାଟ ଖୋଲି ଦେଖିଲା ବେଳକୁ ମିନାକ୍ଷୀଙ୍କ ମୃତଦେହ ରସିରେ ଝୁଲୁଛି | ପରିବାରଲୋକେ ସଂଗେ ସଂଗେ ପୋଲିସ ଖବର ଦେଇଥିଲେ | ପୋଲିସ ମିନାକ୍ଷୀଙ୍କ ଶବ ବ୍ୟବଚ୍ଛେଦ କରି ତଦନ୍ତ କରୁଛି | ଘଟଣାର ଯାଞ୍ଚ କରୁଥିବା ମହିଳା ପୋଲିସ ନିରୀକ୍ଷକ କହିଛନ୍ତି ଯେ, ଭୁପେନ୍ଦ୍ର ଡ୍ୟୁଟିରେ ଯିବା ପରେ ସେ ବହୁତ ଚିନ୍ତିତ ରହୁଥିଲେ | କିନ୍ତୁ ୧୪ ତାରିଖରେ ସିଆରପିଏଫ ଯବାନଙ୍କ ଉପରେ ହୋଇଥିବା ଆକ୍ରମଣ ପରେ ସେ ନିଜ ନିୟନ୍ତ୍ରଣ ହରାଇ ଏଭଳି ପଦକ୍ଷେପ ନେଇଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.