ଜମ୍ମୁ-କାଶ୍ମୀରରେ ୩ ଆତଙ୍କବାଦୀଙ୍କ ସହିତ ୭ ସାଧାରଣ ଲୋକଙ୍କୁ ଏନକାଉଣ୍ଟର କରି ମାରିଲା ସେନା, ଜଣେ ଜବାନ ସହିଦ: ରାଜ୍ୟପାଳ ଶାସନର ବିଶ୍ବସନୀୟତା ଉପରେ ଉଠିଲା ପ୍ରଶ୍ନ

Published By : Prameya-News7 Bureau | December 15, 2018 IST


ପୁଲୱାମା ୧୫/୧୨: ଜମ୍ମୁ କାଶ୍ମୀର ପୂଲୱମାରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ । ସୁରକ୍ଷା କର୍ମୀଙ୍କ ଗୁଳିରେ ୩ଜଣ ଆତଙ୍କବାଦୀ ନିହତ ହୋଇଥିବାବେଳେ ୭ ଜଣ ବିକ୍ଷୋଭକାରୀ ପ୍ରାଣ ହରାଇଛନ୍ତି । ସେନାର ଅପରସନରେ ଜଣେ ଯବାନ ସହିଦ ହୋଇଛନ୍ତି। କାଶ୍ମୀର ଉପତ୍ୟାକା ଅଶାନ୍ତ ହୋଇପଡିଥିବାବେଳେ ରାଜ୍ୟପାଳ ଶାସନର ବିଶ୍ବସନୀୟତା ଉପରେ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା,ମେହେବୁବା

ଜମ୍ମୁ କାଶ୍ମୀରରେ ସେନାର ଆତଙ୍କବାଦୀ ନିପାତ ଅପରେସନକୁ ବଡ ସଫଳତା । ପୁଲୱାମା ଜିଲ୍ଲାର ଆତଙ୍କବାଦୀଙ୍କ ସହିତ ଏନକାଉଣ୍ଟରରେ ସୁରକ୍ଷାକର୍ମୀଙ୍କ ଗୁଳିର ୩ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ସେପଟେ ଏନକାଉଣ୍ଟର ସମୟରେ ସ୍ଥାନୀୟ ଲୋକେ ସୁରକ୍ଷାକର୍ମୀଙ୍କ  ଉପରକୁ ଆକ୍ରମଣ କରିବାରୁ ସ୍ଥାନୀୟ ଲୋକଙ୍କ ଘଉଡାଇବାକୁ ଯାଇ ସୁରକ୍ଷାକର୍ମୀଙ୍କ ଗୁଳିରେ ୭ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଛି। ୧୨ରୁ ଉର୍ଦ୍ଧ୍ବ ଲୋକ ଲୋକ ଆହତ ହୋଇଛନ୍ତି। ଆତଙ୍କବାଦୀ ନିପାତ ଅପରେସନରେ ଜଣେ ଯବାନ ମଧ୍ୟ ସହିଦ ହୋଇଛନ୍ତି ।

କିଛିମାସ ତଳେ ସେନା ଛାଡି ଆତଙ୍କୀ ସଂଗଠନ ହିଜବୁଲ ମୁଜାହିଦ୍ଦିନରେ ସାମିଲ ହୋଇଥିବା ଯବାନ ଜୋହୁର ଅହମ୍ମଦ ଠୋକେରଙ୍କ ସମେତ ଆଉ ତିନି ଜଣ ଆତଙ୍କବାଦୀ ପୁଲୱାମା ଜିଲ୍ଲାର ସିରନୁ ଗାଁରେ ଲୁଚି ଥିବା ସେନାକୁ ସୂଚନା ମିଳିଥିଲା। ସୂଚନା ଆଧାରରେ ସିଆରପିଏଫ ଏବଂ ଜମ୍ମୁ କାଶ୍ମୀର ପୋଲିସ ମିଳିତ ଅପରେସନ କରି ସଂପୃକ୍ତ ଗାଁକୁ ସିଲ୍ କରି ସେନା ସର୍ଚ୍ଚ ଅପରେସନ କରିଥିଲା।

୨୫ ମିନିଟ ଭିତରେ ହିଜବୁଲ ମୁଜାହିଦ୍ଦିନର  ତିନି ଜଣ ଆତଙ୍କବାଦୀଙ୍କୁ ସେନା ନିପାତ କରିଥିଲା। ତେବେ ତିନି ଜଣ ମୃତକ ଆତଙ୍କବାଦୀଙ୍କ ମଧ୍ୟରୁ ଜୋହୁର ଠୋକେର ସ୍ଥାନୀୟ ଅଞ୍ଚଳର ହୋଇଥିବାରୁ ସେନାକୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ରୋଷର ଶିକାର ହେବାକୁ ପଡିଥିଲା। ବିକ୍ଷୋଭକାରୀଙ୍କୁ ଘଉଡାଇବାକୁ ଯାଇ ସେନାକୁ ନାକେଦମ ହେବାକୁ ପଡିଥିଲା। ଉତ୍ତ୍ୟକ୍ତଲୋକେ ସୁରକ୍ଷାକର୍ମୀଙ୍କ ଉପରକୁ ଆକ୍ରମଣ କରିବାରୁ ସେନା ପକ୍ଷରୁ ଫାଙ୍କା ଗୁଳିଚାଳନା କରାଯାଇଥିଲା। ଏଥରେ ୭ ଜଣ ସାଧାରଣ ନାଗରିକଙ୍କ ସହିତ ୧୨ରୁ ଅଧିକ ଲୋକେ ଆହତ ହୋଇଥିଲେ। ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଘଟଣା ପରେ ପୂଲୱାମାରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ଆଇନଶୃଙ୍ଖଳା ପରିସ୍ଥିତି ଆଶଙ୍କା କରି ଦକ୍ଷିଣ କାଶ୍ମୀରର ୪ଟି ଜିଲ୍ଲାରେ ମୋବାଇଲ ଓ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି।

ଏନକାଉଣ୍ଟରରେ ଆଜି ୧୧ ଜଣ ଲୋକଙ୍କ ହତ୍ୟା ଘଟଣାକୁ କଡା ଭାଷାରେ ନିନ୍ଦା କରିଛନ୍ତି ଜମ୍ମୁ କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା। ଏନେଇ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ଉପରେ ବର୍ଷିଛନ୍ତି ଅବଦୁଲ୍ଲା। କାଶ୍ମୀର ଉପତ୍ୟାକାରେ ସାଧାରଣ ଲୋକଙ୍କୁ ସୁରକ୍ଷା ଦେଇନପାରିବାରୁ ରାଜ୍ୟପାଳ ଶାସନକୁ ସମାଲୋନଚା କରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫତି ରାଜ୍ୟପାଳ ଶାସନର ବିଶ୍ବସନୀୟତା ଉପରେ ପ୍ରଶ୍ନ ଉଠାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.