ବିକ୍ରି ହେଲା ତାଳଚୁଆରେ ଧରାହୋଇଥିବା ବିରଳ ମୟୁର ମାଛ : ଜାଣନ୍ତୁ କେତେ ଟଙ୍କାରେ ବିକ୍ରି ହେଲା
2/11/2019 at 8:58 AM

ପଟ୍ଟାମୁଣ୍ଡାଇ ୨।୧୧: ବିକ୍ରି ହେଲା ବିରଳ ମୟୁର ମାଛ । କେନ୍ଦ୍ରପଡା ଜିଲ୍ଲା ରାଜନଗର ତାଳଚୁଆରେ ଧରାହୋଇଥିଲା ବିରଳ ପ୍ରଜାତିର ମୟୁର ମାଛ ।

ଶୁକ୍ରବାର ଦିନ ତାଳଚୁଆରେ ମଦନ ଜଗନ୍ନାଥ ଟ୍ରଲର ମାଛ ମାରୁଥିବା ବେଳେ ଏକ ବିରଳ ବିରଳ ମୟୁର ମାଛଟି ଜାଲରେ ପଡିଥିଲା । ବିରଳ ମୟୁର ମାଛକୁ ଦୀଘା ରେ ଅକ୍ସନ କରିବା ପରେ ୧ ଲକ୍ଷ ୭୨ ହଜାର ଟଙ୍କାରେ ବିକ୍ରି ହୋଇଥିବା ସୂଚନା ମିଳିଛି । ମାଛଟି ୨୨କେଜି ଥିବା ବେଳେ ଏହା ଏକ ବିରଳ ମାଛ ହୋଇଥିବାରୁ ଚେନ୍ନାଇ ର ଏକ ଔଷଧ କମ୍ପାନୀ କିଣିଥିବା ସୂଚନା।
Related Posts
ଜମିଜମା ବିବାଦରୁ ତୁମୁଳକାଣ୍ଡ, ଜଣଙ୍କୁ ମିଶି ମାରିଦେଲେ ଗ୍ରାମବାସୀ
28 January 2021