ଶାନ୍ତ ହେଲେ ସୂର୍ଯ୍ୟ! ୮ ଦିନ ପରେ ଥମିଲା ସୌର ଝଡ଼, ଏବେ କ୍ଷୟକ୍ଷତି ଆକଳନ ବାକି

Published By : Prameya-News7 Bureau | November 06, 2021 IST

ୱାସିଂଟନ ୬।୧୧: ସୂର୍ଯ୍ୟରେ ଉଠିଥିବା ଭୀଷଣ ଝଡ଼ ଏବେ ଥମିଛି। ଫଳରେ ପୃଥିବୀକୁ ମୁହାଁଇଥିବା ଏକ ମସ୍ତବଡ଼ ବିପଦ ଟଳି ଯାଇଛି। ଝଡ଼ ଥମିବା ସହ ପୃଥିବୀର ଚୁମ୍ବକୀୟ କ୍ଷେତ୍ର ମଧ୍ୟ ଶାନ୍ତ ହେଲାଣି। ପାଖାପାଖି ୨୦ ଘଣ୍ଟାରୁ ଅଧିକ କାଳ ଧରି ସୂର୍ଯ୍ୟରୁ ଅଗ୍ନି ସ୍ପୁଲିଙ୍ଗ ବାହାରିଥିଲା। ଯାହାକୁ ବୈଜ୍ଞାନିକମାନେ କରୋନେଲ ମାସ ଇଜେକ୍ସନ( ସିଏମଇ) କହନ୍ତି। ଏବେ ସିଏମଇ ଥମି ଯାଇଛି। ତେବେ ସୌର ଝଡ ଯୋଗୁ ପୃଥିବୀ ଉପରେ ଗଭୀର ପ୍ରଭାବ ପଡ଼ିଥିବା ବୈଜ୍ଞାନିକ କହିଛନ୍ତି। ଯାହାର ଏବେ ଆକଳନ କରାଯିବ ।

{"id":539667,"sizeSlug":"full","linkDestination":"none"}

ବୈଜ୍ଞାନିକଙ୍କ ଅନୁସାରେ ଗତ ନଭେମ୍ବର୧ରୁ ୫ ତାରିଖ ମଧ୍ୟରେ ସୂର୍ଯ୍ୟଙ୍କ ପୃଷ୍ଠରେ ୩ଟି ଭୀଷଣ ବିସ୍ଫୋରଣ ହୋଇଥିଲା। ଫଳରେ ସୌର ଝଡ ସୃଷ୍ଟି ହେବା ସହ ଏହା ଶାନ୍ତ ହେଉ ନଥିଲା। ଏଣୁ ପୃଥିବୀର ଚୁମ୍ବକୀୟ କ୍ଷେତ୍ର ଉପରେ ଲଗାତାର ପ୍ରଭାବ ବଢ଼ିବଢି  ଚାଲିଥିଲା। ଏଣୁ ପୃଥିବୀର ନିମ୍ନ ଅକ୍ଷାଂଶରେ ଜି-୩ ଶ୍ରେଣୀର ସ୍ପାଇକିଂ ଅରୋରସ୍ ଆରମ୍ଭ ହୋଇଯାଇଥିଲା। ସୂର୍ଯ୍ୟରେ ହୋଇଥିବା ବିସ୍ଫୋରଣ ଯୋଗୁ ସୃଷ୍ଟି ହୋଇଥିବା ଘାତକ ଉଷ୍ମା ପ୍ରତି ସେକେଣ୍ଡ ୫୮୩ କିଲୋମିଟର ବେଗରେ ମ୍ୟାଗ୍ନେଟୋସ୍ଫିୟର ସହ ଧକ୍କା ହୋଇଥିଲା।

{"id":539668,"width":839,"height":551,"sizeSlug":"full","linkDestination":"none"}

ସ୍ପେସ୍ ୱେଦର ଡଟ୍‌ କମ ଅନୁସାରେ ଏକ ତାଗଡା ଜି-୩ ଭୂଚୁମ୍ବକୀୟ ଝଡ଼ର ଚମକ୍‌ ଲସଏଞ୍ଜେଲସ୍‌ ପର୍ଯ୍ୟନ୍ତ ବ୍ୟାପିଯାଇଥିଲା। ବୈଜ୍ଞାନିକମାନେ ସୂର୍ଯ୍ୟଙ୍କଠାରୁ ବାହାରିଥିବା ସିଏମଇକୁ ‘ନରଭକ୍ଷୀ’ ନାମକରଣ କରିଛନ୍ତି। ଯେତେବେଳେ ସିଏମଇ ପୃଥିବୀର ଚୁମ୍ବକୀୟ କ୍ଷେତ୍ର ସହ ଧକ୍କା ଲାଗିଲା ପୁରା ଆକଶରେ ପ୍ରକାଶ ପୁଞ୍ଜରେ ଉଦଭାସିତ ହୋଇଥିଲା।  ଯାହାକୁ ଆମେ ଆରୋରା ବୋଲି କହିଥାଏ। ଗତ ସପ୍ତାହେ ହେଲା ସୂର୍ଯ୍ୟ ସକ୍ରିୟ ଥିବା ବେଳେ ସୌର ମଣ୍ଡଳର ନିଟତମ ଗ୍ରହରେ ବିପଦଜନକ ଝଡ଼ ସକ୍ରିୟ କରିଛି। ଏଥିଯୋଗୁ ପୃଥିବୀର ଚୁମ୍ବକୀୟ କ୍ଷେତ୍ର ମଧ୍ୟ ଗୁରୁତର ପ୍ରଭାବିତ ହୋଇଥିବା ବୈଜ୍ଞାନିକ ସ୍ୱୀକାର କରିଛନ୍ତି। ତେବେ ଏହି କ୍ଷତିର ଆକଳନ ଏବେ କରାଯିବ ବୋଲି କହିଛନ୍ତି।

{"id":539671,"sizeSlug":"full","linkDestination":"none"}

କାଲିଫର୍ଣ୍ଣିଆର ବୈଜ୍ଞାନିକ ସଙ୍ଗୀତା ଅବ୍ଦୁ ଜ୍ୟୋତି ଏହି ସୌର ଝଡ଼ର ପୂର୍ବାନୁମାନ କରିଥିଲେ। ସଙ୍ଗୀତା ତାଙ୍କ ସିଗ୍‌କମ୍‌ ୨୦୨୧ ଷ୍ଟଡି କମ୍ୟୁନିକେସନ କନଫରେନ୍ସରେ ଉପସ୍ଥାପନ କରିଥିଲେ। ଯଦି ଝଡ ଯୋଗୁ ସେପରି କିଛି ହୋଇଥାଏ ତେବେ ଏହାର ପରିଣାମ ଦେଶ ଦୁନିଆକୁ ଦୀର୍ଘ ଦିନ ଧରି ଭୋଗ କରିବାକୁ ପଡିବ ବୋଲି ଆଶଙ୍କା କରାଯାଉଛି। ଯାହା ଏବେ ବୈଜ୍ଞାନିକଙ୍କୁ ଚିନ୍ତାରେ ପକାଇଛି। ତେବେ ସୌର ଝଡ଼ କାଳରେ ହେବାକୁ ଥିବା ବୈଦୁତିକ ତ୍ରୁଟି ଓ ଏଥିଯୋଗୁ ଉପୁଜିବାକୁ ଥିବା ସଂକଟ ପୃଥିବୀର କେଉଁଠାରେ ଦେଖା ଯାଇନି। ସେହିପରି ଇଣ୍ଟରନେଟ୍‌ରେ ବି ବ୍ୟାଘାତ ହୋଇ ନାହିଁ। ତେବେ ଆଗକୁ କଣ ହେବ ସେ ନେଇ ବୈଜ୍ଞାନିକ ଏବେ ଆକଳନ କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.