ପୃଥିବୀକୁ ମାଡି ଆସୁଛି ସୌର ଝଡ଼, G-3 geomagnetic storm କହୁଛନ୍ତି ବୈଜ୍ଞାନିକ

Published By : Prameya-News7 Bureau | October 30, 2021 IST

ନୂଆଦିଲ୍ଲୀ ୩୦।୧୦:  ସୂର୍ଯ୍ୟରୁ ବାହାରିଥିବା ଏକ ଝଡ଼ ଏବେ ପୃଥିବୀକୁ ମୁହାଁଇଛି। ମହାକାଶ ବୈଜ୍ଞାନିକମାନେ ଏହାକୁ ଶକ୍ତିଶାଳୀ ଜି-୩ ଜିଓମ୍ୟାଗ୍ନେଟିକ୍ ଝଡ଼ ଭାବେ ଆକଳନ କରିଥିବା ବେଳେ ଶନିବାର ଅଥବା ରବିବାର ଏହା ପୃଥିବୀର ଚୁମ୍ବକୀୟ କ୍ଷେତ୍ର ସହ ଧକ୍କା ଲାଗିପାରେ। ଏହି ଝଡ଼ର ପ୍ରଭାବ ସାଧାରଣରେ ଅନୁଭୂତ ହେବ ନାହିଁ। ତେବେ ଏଥିଯୋଗୁ ଅସ୍ଥାୟୀ ସଞ୍ଚାର ଓ ନେଭିଗେସନ ବ୍ଲାକ୍‌ ଆଉଟ୍ ହୋଇପାରେ। ସୌର ଝଡ଼ ନେଇ ମହାକାଶ ପାଣିପାଗ କେନ୍ଦ୍ର ଶୁକ୍ରବାର ସତର୍କତା ଜାରି କରିଥିଲେ। ଅକ୍ଟୋବର ୩୦ ତାରିଖ କେତେବେଳେ ବି ଏହା ପୃଥିବୀୟ ଚୁମ୍ବକୀୟ କ୍ଷେତ୍ର ସହ ମାଡ ହୋଇପାରେ ବୋଲି ସୂଚନା ଦେଇଥିଲେ। ତେବେ ଆଗାମୀ ୬ରୁ ୧୮ ଘଣ୍ଟା ମଧ୍ୟରେ କୌଣସି ସମୟରେ ଏହା ପୃଥିବୀର ଚୁମ୍ବକୀୟ କ୍ଷେତ୍ରର ସହ ଧକ୍କା ଲାଗିପାରେ ବୋଲି ସ୍ପେସ୍‌ ୱେଦର ଡଟକମ୍‌ ଆକଳନ କରିଛନ୍ତି।

wp:embed {"url":"https://twitter.com/SpaceWeather/status/1454400440314044422","type":"rich","providerNameSlug":"twitter","responsive":true}
https://twitter.com/SpaceWeather/status/1454400440314044422
/wp:embed

ଆମେରିକୀୟ ଅନ୍ତରୀକ୍ଷ ସଂସ୍ଥାନ ନାସାଙ୍କ ଅନୁସାରେ ଗତ ଗୁରୁବାର ପୂର୍ବାହ୍ନ ପ୍ରାୟ ୧୧ଟା ୩୫ ମିନିଟ୍‌ରେ ସନସ୍ପଟ୍ ଆର-୨୮୮୭ରୁ ସୋଲାର ଫ୍ଲେୟାର ବାହାରିଥିଲା। ବିସ୍ପୋରଣରୁ ବାହାରିଥିବା ଫ୍ଲେୟାରର ପ୍ରଭାବ ଦକ୍ଷିଣ ଆମେରିକା ଉପରେ ପଡିପାରେ ବୋଲି ଆକଳନ କରାଯାଉଛି। ଏହା ରେଡିଏସନ (ବିକିରଣ)ର ଶକ୍ତିଶାଳୀ ବିସ୍ପୋରଣ ବୋଲି କୁହାଯାଉଛି। ଯାହା ଏନଭାରନମେଣ୍ଟର ସେହି ସ୍ତର ପର୍ଯ୍ୟନ୍ତ ପ୍ରଭାବିତ କରିବ ଯେଉଁଠାରେ ଜିପିଏସ୍ ଓ କମ୍ୟୁନିକେସନ ସିଗ୍ନାଲ ଭ୍ରମଣ କରିଥାଏ। ଏଣୁ ଅସ୍ଥାୟୀ ବ୍ଲାକ୍‌ ଆଉଟ୍‌ର ବୈଜ୍ଞାନିକ ଆକଳନ କରିଛନ୍ତି।

wp:embed {"url":"https://twitter.com/SpaceWeather/status/1454079407799345152","type":"rich","providerNameSlug":"twitter","responsive":true}
https://twitter.com/SpaceWeather/status/1454079407799345152
/wp:embed

ଏହା ପୂର୍ବରୁ ଆମେରିକା ଓସନ ଏଣ୍ଡ ଆଟମୋସଫେରିକ ଆଡମିନେଷ୍ଟ୍ରେସନ ( ଏନଓଏଏ)ଙ୍କ ଅନ୍ତର୍ଗତ ଅନ୍ତରୀକ୍ଷ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂର୍ଯ୍ୟରେ ହୋଇଥିବା କରୋନଲ ମାସ୍ ଇଜେକ୍ସନ (ସିଏମଇ) ନେଇ ଶୁକ୍ରବାର ଚେତାବନୀ ଦେଇଥିଲେ। ଏଥିରେ ଝଡ ପୃଥିବୀ ସହ ଧକ୍କା ଲାଗିବା ନେଇ ଆଶଙ୍କା କରାଯାଇଥିଲା। ତେବେ ସ୍ପେସ୍‌ ୱେଦର ଡଟକମ୍‌ ଶନିବାର ରାତି ପାଖାପାଖି ସାଢେ ୯ଟା ବେଳେ ଝଡ ପୃଥିବୀ ସହ ଧକ୍କା ଲାଗିବା ନେଇ ଆକଳନ କରିଥିବା ବେଳେ ଶନିବାର ଓ ରବିବାର ସୁଦ୍ଧା ଏହା ପୃଥିବୀକୁ ପହଞ୍ଚିବ ବୋଲି ଏବେ ଆକଳନ କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.